ରାମ-ଲକ୍ଷ୍ମଣଙ୍କୁ ନିଦ୍ରିତ ଅବସ୍ଥାରେ ଅପହରଣ କରାଯାଇଥିଲା! ବିଭୀଷଣଙ୍କ ବେଶର କିଏ କରିଥିଲା ଅପହରଣ?

ରାମାୟଣରେ ଏମିତି ଏକ କାହାଣୀ ଅଛି ଯାହା ଶୁଣିଲେ ଆପଣଙ୍କର ଦେହ ଶୀତେଇ ଉଠିବ। ରାମ-ରାବଣ ଯୁଦ୍ଧ ଚାଲିଥିବାବେଳେ ଥରେ ନିଦ୍ରିତ ଅବସ୍ଥାରେ ଥିବାବେଳେ ରାମ-ଲକ୍ଷ୍ମଙ୍କୁ ରାବଣ ଇଙ୍ଗିତରେ ଅପହରଣ କରାଇ ନିଆଯାଇଥିଲା। ଆସନ୍ନ ମୃୁତ୍ୟରୁ ବର୍ତ୍ତିଥିଲେ ପ୍ରଭୁ ଶ୍ରୀରାମ। ଏ କାହାଣୀ ଶୁଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି, ହନୁମାନ ଓ ବାନରସେନା ରାମ ଓ ଲକ୍ଷ୍ମଣଙ୍କୁ ଜଗି ରହିଥିବାବେଳେ ସେମାନଙ୍କୁ କିଭଳି ନିଦ୍ରିତ ଅବସ୍ଥାରେ ଅପହରଣ କରାଯାଇ ପାରିଲା?

କୃତିବାସୀ ରାମାୟଣରେ ଏହି କାହାଣୀ ବର୍ଣ୍ଣିତ ହୋଇଛି। ଯୁଦ୍ଧରେ ରାବଣ ପୁତ୍ର ଇନ୍ଦ୍ରଜିତର ମୃତ୍ୟୁପରେ ରାବଣ ବିଚଳିତ ହୋଇ ତା’ର ଜଣେ ଭାଇ ଅହିରାବଣଙ୍କୁ ଡ଼କାଇ ପଠାଇଥିଲା। ଅହିରାବଣ ଥିଲା ପାତାଳଲୋକର ରାଜା। ଅହିରାବଣ ବଡ଼ ଭାଇ ରାବଣଙ୍କୁ ସାହାଯ୍ୟ କରିବା ପ୍ରତିଶ୍ରୁତି ଦେଲା। ସେ ରାମ-ଲକ୍ଷ୍ମଣଙ୍କୁ ଅପହରଣ କରିବାର ଯୋଜନା କଲା। କୌଣସି କ୍ରମେ ଏହି ଖବର ବିଭୀଷଣଙ୍କ କାନରେ ପଡ଼ିଲା। ସେ ରାମ-ଲକ୍ଷ୍ମଣଙ୍କୁ ସଚେତନ କରାଇଲେ ଓ ହନୁମାନ ସବୁ ସମୟରେ ଜଗିରହିଲେ।

Siya Ke Ram

ଅହିରାବଣ ବହୁ ଚେଷ୍ଟା କରି ରାମ-ଲକ୍ଷ୍ମଣଙ୍କ ପାଖ ମାଡ଼ି ପାରିଲା ନାହିଁ। ସେ ଥିଲା ବଡ଼ ମାୟାବୀ। ଗୋଟିଏ ରାତିରେ ସେ ବିଭୀଷଣଙ୍କ ରୂପ ଧାରଣ କରି ରାମ-ଲକ୍ଷ୍ମଣଙ୍କ କକ୍ଷରେ ପଶିବାକୁ ଉଦ୍ୟମ କଲା ।। ହନୁମାନ ତାକୁ ଦ୍ୱାରରେ ଅଟକାଇଲେ। କିନ୍ତୁ ବିଭୀଷଣ ରୂପୀ ଅହିରାବଣ ସେ ରାମ-ଲକ୍ଷ୍ମଣଙ୍କୁ ଜରୁରୀ ଭେଟିବା ଦରକାର ବୋଲି କହିଥିଲା। ମାୟାବୀ ଅହିରାବଣର ମାୟା ଆଗରେ ହାର ମାନିଲେ ହନୁମାନ। ରାମ ଓ ଲକ୍ଷ୍ମଣଙ୍କୁ ନିଦ୍ରିତ ଅବସ୍ଥାରେ ଉଠାଇ ନେଇ ପାତାଳକୁ ନେଇ ପଳାଇଲା ଅହିରାବଣ। ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲା। ଶ୍ରୀରାମଙ୍କ ଶିବିରେରେ ଭାଳେଣି ପଡ଼ିଗଲା। ଶେଷରେ ବିଭୀଷଣଙ୍କ ପରାମର୍ଶକ୍ରମେ ହନୁମାନ ପାତାଳକୁ ଯାଇ ଅହିରାବଣକୁ ବଧ କରି ରାମ-ଲକ୍ଷ୍ମଣଙ୍କୁ ମୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର