ଯେବେ ରାମଙ୍କ ଘୋଡ଼ାକୁ ଜଙ୍ଗଲ ମଧ୍ୟରେ ବାନ୍ଧି ରଖିଦେଲେ ପୁତ୍ର ଲଭ-କୁଶ, ରାମଚନ୍ଦ୍ର ମୁକୁଳେଇବାକୁ ଆସିବା ପରେ କ’ଣ ଘଟିଲା?

ଲଙ୍କେଶ ରାବଣ ସହ ଯୁଦ୍ଧ କରି ବିଜୟ ଲାଭ ପରେ ଅଯୋଧ୍ୟାକୁ ମାଆ ସୀତାଙ୍କୁ ସାଙ୍ଗରେ ଧରି ଫେରି ସାରିଥାନ୍ତି ପ୍ରଭୁ ରାମଚନ୍ଦ୍ର। ଦିନେ ରାଜ୍ୟବାସୀଙ୍କ ଭଲ ମନ୍ଦ ବୁଝିବା ପାଇଁ ରାତି ସମୟରେ ଗୁପ୍ତ ଭାବେ ବୁଲିବା ସମୟରେ ଅଚାନକ ଧୋବା-ଧୋବଣୀଙ୍କ କଳି ରାମଙ୍କ କାନରେ ବାଜିଲା। ପ୍ରଜାଙ୍କ କଥାକୁ ସମ୍ମାନ ଦେଇ ରାମଚନ୍ଦ୍ର ନିଜ ପତ୍ନୀ ସୀତାଙ୍କୁ ସତୀତ୍ୱ ପରୀକ୍ଷା ଦେବାକୁ କହିଲେ। ମାଆ ସୀତା ଅପମାନରେ ବନକୁ ଚାଲିଗଲେ। ବନକୁ ଯିବା ସମୟରେ ମାଆ ସୀତା ଅନ୍ତସତ୍ତ୍ୱା ଥାଆନ୍ତି। ସେଠାରେ ତାଙ୍କର ଲବ, କୁଶ ନାମରେ ଦୁଇ ପୁତ୍ର ଜନ୍ମ ହେଲେ। ସେଠାରେ ଜଙ୍ଗଲରେ ଋଷି ବାଲ୍ମିକୀ ତାଙ୍କର ଦେଖାଶୁଣା କରୁଥାନ୍ତି।

ଲବ, କୁଶ ରାମଚନ୍ଦ୍ରଙ୍କ ପରି ଧନୁର୍ବିଦ୍ୟାରେ ପାରଙ୍ଗମ ହେଲେ। ବାଲ୍ମିକୀଙ୍କ ଶିକ୍ଷା ପାଇଁ ସେ ସଂସ୍କାରୀ ମଧ୍ୟ ହେବାକୁ ଲାଗିଲେ। ସେ ଦୁହେଁ ଶିକ୍ଷା ପାଇଥିଲେ ଯେ ଯୁଦ୍ଧ ସାମ୍ନାରେ ଆସିଲେ ଲଢ଼ିବା ପାଇଁ ସାହସ ପ୍ରଦର୍ଶନ ହିଁ ପ୍ରକୃତ ବୀର୍ଵତ୍ୱର ପରିଚୟ।

ଦିନେ ଲବ, କୁଶ ,ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଅଶ୍ୱ ସେହି ବାଟ ଦେଇ ଗଲା। ସେହି ଅଶ୍ୱରେ ଲେଖାଥିଲା କି ଏହା ହେଉଛି ରାଜା ରାମଚନ୍ଦ୍ରଙ୍କ ଅଶ୍ୱ। ଏହାକୁ କେହି କେବେ ଅଟକାଇବାର ସାହସ କରିବ ନାହିଁ। ଯିଏ ଏପରି ଦୁଃସାହସ କରିବ ତାହାକୁ ଯୁଦ୍ଧ କରିବାକୁ ହେବ। ଏକଥା ଦେଖି ଲବ,କୁଶ ଅଶ୍ୱଟିକୁ ଅଟକାଇ ବାନ୍ଧିଦେଲେ।

ଲକ୍ଷ୍ମଣ ଆସି ଅଶ୍ୱ ଫିଟାଇବାକୁ କହିଲେ ବି ଦୁଇ ଭାଇ ଶୁଣିଲେ ନାହିଁ। ଓଲଟା ଲକ୍ଷ୍ମଣଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ। ତା’ପରେ ଭରତ, ଶତ୍ରୁଘ୍ନ, ହନୁମାନ ଆଦି ଆସି ଜଣେ ପରୋ ଜଣେ ଦୁଇ ଭାଇଙ୍କଠାରୁ ପରାସ୍ତ ହୋଇ ଫେରିଲେ। ଶେଷରେ ପ୍ରଭୁ ରାମଚନ୍ଦ୍ର ବି ସେଠାକୁ ଆସିଲେ।

ପ୍ରଥମେ ସେ ଦୁଇ କୁନି ବାଳକଙ୍କୁ ଦେଖି ତାଙ୍କର ଭୁଲ୍‌ ପାଇଁ କ୍ଷମା କରିବାକୁ ଚିନ୍ତା କଲେ। ମାତ୍ର ନିଜକୁ କ୍ଷତ୍ରୀୟ ବୋଲି ପ୍ରମାଣ ଦେବାକୁ ଲବ,କୁଶ ରାମଚନ୍ଦ୍ରଙ୍କ ସହ ଯୁଦ୍ଧ କରିବାକୁ ମନ ବଳାଇଲେ। ରାମଚନ୍ଦ୍ର ଜାଣନଥାନ୍ତି ଯେ ସେ ଦ୍ୱୟ ହେଉଛନ୍ତି ତାଙ୍କ ନିଜ ପୁତ୍ର। ରାମଚନ୍ଦ୍ର ସେମାନଙ୍କୁ କୁନି ପିଲା ଭାବି ବୁଝାଇବାକୁ ଲାଗିଲେ।

ମାତ୍ର ଲବ, କୁଶ ସେହି ଅଶ୍ୱକୁ ବାନ୍ଧିବା ପଛରେ ୨ଟି କାରଣ ଅଛି ବୋଲି କହିଥିଲେ। ପ୍ରଥମ କାରଣଟି ହେଲା କ୍ଷତ୍ରୀୟ ଧର୍ମ ଅନୁସାରେ ଯୁଦ୍ଧ କରିବାର ସୁଯୋଗ ମିଳିଲେ ତାହାକୁ ଗ୍ରହଣ କରିବା ତାଙ୍କର ଧର୍ମ ଥିଲା। ଦ୍ୱିତୀୟଟି ସେ ଦୁହେଁ ପିତା ରାମଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଥିଲେ। ସେ ପ୍ରଶ୍ନ ପଚାରିବାକୁ ଚାହାନ୍ତି ବୋଲି ଜାଣିବା ପରେ ରାମ ସେମାନଙ୍କୁ ପଚାରିବାକୁ ଅନୁମତି ପ୍ରଦାନ କଲେ।

ସେମାନେ ରାମଚନ୍ଦ୍ରଙ୍କୁ ପ୍ରଶ୍ନ କଲେ କି ସଂସାର ଯାହାଙ୍କୁ ମର୍ଯ୍ୟାଦାପୁରୁଷର ନାମରେ ଜାଣେ ସେ ଦୁଇ ଜଣ ସାଧାରଣ ପ୍ରଜାଙ୍କ କଥାକୁ ସମ୍ମାନ ଦେଇ ନିଜ ଦେବୀ ତୁଲ୍ୟ ପତ୍ନୀଙ୍କୁ ପରିତ୍ୟାଗ କଲେ କାହିଁକି? ଏହା କେଉଁ ଧର୍ମ? ରାମଚନ୍ଦ୍ର ଉତ୍ତର ଦେଇଥିଲେ କି ଏହା ହେଉଛି ରାଜଧର୍ମ। ପ୍ରଜାମାନଙ୍କ ଛୋଟ କଥାକୁ ବି ସମ୍ମାନ ଦେବା ରାଜାର ଧର୍ମ ହୋଇଥାଏ।

ସମ୍ବନ୍ଧିତ ଖବର