ମହାଜ୍ଞାନୀ ରାବଣଙ୍କ ବଧ ପରେ ଭ୍ରାତା ରାମଚନ୍ଦ୍ରଙ୍କ ଇଶାରା ପାଇ ମୁଣ୍ଡ ନୁଆଁଇଲେ ଲକ୍ଷ୍ମଣ; ଶେଷ ମୁହୂର୍ତ୍ତରେ ରାବଣ ଦେଇଗଲେ ଏହି ୩ ଉପଦେଶ

ରାମାୟଣ ସଂପର୍କରେ  ଆପଣଙ୍କର ଅଳ୍ପବହୁତ ଧାରଣା ଥିବ ନିଶ୍ଚୟ। ରାମ-ରାବଣ ଯୁଦ୍ଧ ପୂର୍ବରୁ ନେଇ ଯୁଦ୍ଧ ପରର କଥା ବିଷୟରେ କିଛି କିଛି ଜାଣିଥିବେ ନିହାତି। ମାଆ ସୀତାଙ୍କୁ ରାବଣ କବଳରୁ ମୁକୁଳେଇବା ପାଇଁ ବାନର ସେନାଙ୍କ ସହାୟତାରେ ସମୁଦ୍ରରେ ବନ୍ଧ ବାନ୍ଧି ରାମ-ଲକ୍ଷ୍ମଣ ଦୁଇ ଭାଇ ଶେଷରେ ରାବଣ ନିକଟରେ ପହଞ୍ଚିଥିଲେ। ରାମ-ରାବଣ ଯୁଦ୍ଧରେ ରାମଚନ୍ଦ୍ର ରାବଣକୁ ବଧ କରି ବିଜୟ ଲାଭ କରିଥିଲେ। ରାବଣ ତ୍ରିଭୂବନର ମହାଜ୍ଞାନୀ ଥିଲେ। ତେଣୁ, ମୃତ୍ୟୁର କିଛି ସମୟ ପୂର୍ବରୁ ଅନୁଜ ଲକ୍ଷ୍ମଣଙ୍କୁ ଇଶାରା ଦେଲେ ରାମଚନ୍ଦ୍ର, ରାବଣଙ୍କ ନିକଟରୁ କିଛି ଉପଦେଶ ସାଉଁଟିବାକୁ। ଲକ୍ଷ୍ମଣ ବି ଭ୍ରାତାଙ୍କ କଥା ମାନି ରାମଣଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ଜ୍ଞାନ ଭିକ୍ଷା କରିଥିଲେ। ଶେଷ ମୁହୂର୍ତ୍ତରେ ରାବଣ ଯେଉଁ ଉପଦେଶ ଲକ୍ଷ୍ମଣଙ୍କୁ ଦେଇଥିଲେ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

: ଶୁଭଶ୍ୟଃଶ୍ରୀଘ୍ରମ୍‌, କୌଣସି ଭଲ କାର୍ଯ୍ୟର ବିଳମ୍ବ କର ନାହିଁ। ସମୟ ବିତିଯାଏ କାର୍ଯ୍ୟ ହୋଇପାରେ ନାହିଁ। ଯଦିଓ କାର୍ଯ୍ୟ ଆମ ପାଇଁ ସବୁ ସମୟରେ କଠିନ ହୋଇନଥାଏ, ତଥାପି ଆଳସାମୀ ସେ କାର୍ଯ୍ୟକୁ କଠିନ ବନାଇଦିଏ। ରାବଣ ସ୍ୱର୍ଗକୁ ସିଡ଼ି ବାନ୍ଧିବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ନିଜର ଆଳସାମୀ ପାଇଁ ତାହା ପୂରା କରି ପାରିନଥିଲେ।

: ନିଜର ଗୋପନୀୟତା କେବଳ ନିଜର, ତାହା ଆଉ କାହାର ବି ନୁହେଁ। ସମୟ ଆସିଲେ ରକ୍ତ ବି ପ୍ରତାରଣା ଦେଇଥାଏ। ବିଭିଷଣ ରାବଣଙ୍କ ନିଜ ଭାଇ ହେଲେ ମଧ୍ୟ ଧର୍ମ ଓ ମୋକ୍ଷ ପ୍ରାପ୍ତି ଲୋଭରେ ସେ ନିଜ ଭାଇର ସମସ୍ତ ଗୁପ୍ତ କଥାକୁ ରାମଚନ୍ଦ୍ରଙ୍କୁ କହି ଦେଇଥିଲେ, ଯାହାକି ରାବଣଙ୍କ ପରାଜୟର କାରଣ ହୋଇଥିଲା।

: କୌଣସି କ୍ଷେତ୍ରରେ ଶତ୍ରୁକୁ କେବେଳ ଦୁର୍ବଳ ଭାବିବ ନାହିଁ। ରାବଣ ବାନରମାନଙ୍କୁ ଛାର ଭାବି ବେଖାତିର କରିଥିଲେ ମାତ୍ର ସେଇ ବାନରମାନେ ହିଁ ତାଙ୍କ ବିନାସର କାରଣ ହୋଇଥିଲେ।

ସମ୍ବନ୍ଧିତ ଖବର