ଏହି ମନ୍ଦିରରେ ରହିଛି ସଂପୂର୍ଣ୍ଣ ଶ୍ରୀରାମଚରିତ ମାନସର ଆଲେଖ୍ୟ , ଜାଣନ୍ତୁ ଅଧିକ ଏ ବିଷୟରେ

ଆମ ଦେଶରେ ,ଏମିତି ଅନେକ ମନ୍ଦିର ଅଛି ଯାହା କିଛି ବିଶିଷ୍ଟତା ରହିଛି । ଏମିତି ଏକ ମନ୍ଦିର ରହିଛି ଯାହାର ନାମ ହେଲା ଶ୍ରୀ ସତ୍ୟନାରାୟଣ ମାନସ ମନ୍ଦିର ।ଏହି ମନ୍ଦିରରେ ଉଭୟ ବିଷ୍ଣୁ ଓ ଶିବଙ୍କ ପୂଜନା ବ୍ୟବସ୍ଥା ରହିଛି । ଅଦ୍ଭୁତ, ଅବିଶ୍ୱସନୀୟ, ଅସାଧାରଣ ମୌଳିକତା ପାଇଁ ଏହି ମନ୍ଦିର ପ୍ରସିଦ୍ଧ ।
ଏହି ଶ୍ରୀ ସତ୍ୟନାରାୟଣ ମାନସ ମନ୍ଦିରକୁ ଶ୍ରାବଣ ମାସରେ ଏଭଳି ସଜ୍ଜିତ କରାଯାଇଥାଏ । ଲାଗେ ସତେଯେମିତି ଏହା ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିର । କାର୍ତ୍ତିକ ଓ ଚୈତ୍ର ମାସରେ ବିଷ୍ଣୁ ମନ୍ଦିରକୁ ସୁସଜ୍ଜିତ କରାଯାଇଥାଏ । ଶ୍ରାବଣରେ କାଶୀ ଆସୁଥିବା ବାବାଙ୍କ ଭକ୍ତ ମାନସ ମନ୍ଦିରରେ ବାବାଙ୍କ ଆରାଧ୍ୟ ଭଗବାନ ଶ୍ରୀରାମଙ୍କର ମଧ୍ୟ ଦର୍ଶନ ଲାଭ କରି କୃତ୍ୟକୃତ୍ୟ ହୋଇଥାଆନ୍ତି । ଏହି କାରଣରୁ ଆଜି ମନ୍ଦିର ପରିସରରେ ଗୋସ୍ୱାମୀ ସନ୍ଥ ତୁଳସୀଦାସଙ୍କ ସଜୀବ ସ୍ମାରକୀ ମଧ୍ୟ ରହିଛି । ଏହାକୁ ଭାରତୀୟ କଳାତ୍ମକ ଦୃଷ୍ଟିରୁ ମାନସ ଉପରେ ଆଧାରିତ କରି ନିର୍ମାଣ କରାଯାଇଛି ।

ଏହି ମନ୍ଦିରର ପ୍ରସ୍ତର ଖଣ୍ଡରେ ସଂପୂର୍ଣ୍ଣ ଶ୍ରୀରାମଚରିତ ମାନସର ଆଲେଖ୍ୟ ରହିଛି । ଏତଦ୍‌ବ୍ୟତୀତ ମନ୍ଦିରର କାନ୍ଥରେ ହନୁମାନ ଚାଳିସା, ବଜରଙ୍ଗବାଣ ଆଦିର ସମସ୍ତ ଦୋହା ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମନ୍ଦିରର ଉତ୍ତର ଦିଗରେ ହିମାଳୟରୁ ଗୟା ଅବତରଣର ଦୃଶ୍ୟ ରହିଛି । ଏହାର ଦକ୍ଷିଣ ଦିଗରେ ରହିଛି ରାମେଶ୍ୱର ମନ୍ଦିର ।

 

ଏହି ମନ୍ଦିର ପରିସରରେ ମୂଳ ବିଗ୍ରହ ହେଉଛନ୍ତି ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ଜାନକୀ ଓ ହନୁମାନ । ଏହାର ଡାହାଣ ପଟରେ ଅଛନ୍ତି ମାତା ଅନ୍ନପୂର୍ଣ୍ଣା, ବାବା ବିଶ୍ୱନାଥଙ୍କ ବିଗ୍ରହ ଓ ବାମପଟେ ଅଛନ୍ତି ମାତା ଭଗବାନଙ୍କ ବିଗ୍ରହ । କାଶୀ ମୂଳରୁ ବିଷ୍ଣୁ ଓ ଶିବଙ୍କ ମିଳନ ନଗରୀ ରୂପେ ପରିଚିତ । ଶ୍ରୀ ସତ୍ୟନାରାୟଣ ମାନସ ମନ୍ଦିର  ଏବେ କାଶୀ ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ପାଲଟିଛି ।

 


। ୧୯୬୦ରେ ମାନସ ମନ୍ଦିରର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା ଏବଂ ୧୯୬୪ରେ ତତ୍‌ମାଳୀନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି ମନ୍ଦିର ନିର୍ମାଣ କରିଥିଲେ ସେ ରତନ ଲାଲ ସୁରେକାଳେ । ନିଜ ପିତାମାତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଏହାର ନିର୍ମାଣ କରିଥିଲେ ।

ସମ୍ବନ୍ଧିତ ଖବର