ବିଦେଶରେ ସ୍ଥାପନ ହେବ ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି!

ବିଦେଶରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି। ସ୍ୱାମୀ ବିବେକାନନ୍ଦଙ୍କ ପରେ ପ୍ରଥମ ଭାରତୀୟ ଭାବେ ଲଣ୍ଡନରେ ଶୋଭା ପାଇବେ ଯୋଗଗୁରୁ ବାବା ରାମଦେବ।

ଯୋଗଗୁରୁ ବାବା ରାମଦେବ ଖୁବ୍‌ ଶୀଘ୍ର ଲଣ୍ଡନର ମେଡାମ ତୁସାଦ ସଂଗ୍ରହାଳୟରେ ଯୋଗ କରୁଥିବା ନଜର ଆସିବେ। କାରଣ ଏହି ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ଯୋଗଗୁରୁ ରାମଦେବ ବାବାଙ୍କ ପ୍ରତିମୂର୍ତି ଲାଗିବ। ତେବେ ସ୍ୱାମୀ ବିବେକାନନ୍ଦଙ୍କ ପରେ ଏହା ପ୍ରଥମ ଭାରତୀୟ ସନ୍ଥର ପ୍ରତିମୂର୍ତି ଯାହା ସଂଗ୍ରହାଳୟର ଶୋଭା ପାଇବ। ଏନେଇ ସ୍ପଷ୍ଟ କରିଛନ୍ତି ଖୋଦ୍‌ ରାମଦେବ ବାବା ଓ ତାଙ୍କର ମୁଖପାତ୍ର ଏସକେ ତିଜାରାୱାଲା।

photo by : NDTV.com

ସେପଟେ ଏହା ଭାରତୀୟ ଋଷି ପରମ୍ପରାର ସଂସ୍କୃତି ଓ ଗର୍ବର କଥା ବୋଲି ରାମଦେବ ବାବା କହିଛନ୍ତି। କିଛି ଦିନ ହେବ ବାବା ରାମଦେବ ଲଣ୍ଡନରେ ଥିବା ବେଳେ ବଙ୍କିଘମ ଷ୍ଟାଡିୟମରେ ଯୋଗ ଶିବିରର ଆୟୋଜନ କରାଯାଇଛି। ଏହି ସମୟରେ ମେଡମ ତୁସାଦ ସଂଗ୍ରାହଳୟରେ ବାବା ରାମଦେବ ୩ ଘଣ୍ଟା ସମୟ ଅତିବାହିତ କରିଥିବା ବେଳେ ତାଙ୍କ ହାତ, ଗୋଡ ଓ ମୁହଁର ମାପ ନିଆଯାଇଥିଲା। ତେବେ ଏହି ପୁରା କାର୍ଯ୍ୟରେ ପାଖାପାଖି ୬ମାସ ଲାଗିଯିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର