ଛାତ୍ରୀ ସ୍କୁଲ ପକ୍ଷରୁ ବୃଦ୍ଧାଶ୍ରମ ବୁଲିବାକୁ ଯାଇଥିଲେ, ସେଠାରେ ନିଜ ଜେଜେ ମା’ଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଏକ ଫଟୋ ଖୁବ୍‌ ଭାଇରାଲ ହୋଇଛି, ଯାହାକୁ ଅନେକ ନାମୀଦାମୀ ଲୋକ ବି ସେୟାର କରୁଛନ୍ତି। ଏହି ଫଟୋରେ ଜଣେ ସ୍କୁଲ ପୋଷାକ ପିନ୍ଧିଥିବା ଛାତ୍ରୀଙ୍କ ସହ ବୃଦ୍ଧା ମହିଳା ବସିଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଦେଖି ଲୋକମାନେ ଯେତିକି ଭାବୁକ ହେଉଛନ୍ତି, ଏହି ଫଟୋ ପଛର କାହାଣୀ ଯେତିକି ଲୋମଟାଙ୍କୁରା ମଧ୍ୟ। ଛାତ୍ରୀ ସହିତ ବୃଦ୍ଧା ବସିଥିବା ଏହି ଫଟୋ ଟୁଇଟରରୁ ନେଇ ଫେସବୁକ ପର୍ଯ୍ୟନ୍ତ ସବୁଥିରେ ଦେଖିବାକୁ ମିଳୁଛି।

ଆଇପିଏସ୍‌ ଅଧିକାରୀ ନବନୀତ ସିକେରା ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ଫଟୋ ପଛର ଘଟଣା ପଢ଼ି କ’ଣ କହିବି ମୋ ପାଖରେ କୌଣସି ଶବ୍ଦ ନାହିଁ । ସେହିପରି  କ୍ରିକେଟର ହରଭଜନ୍‌ ସିଂହ ବି ଏହି ଫଟୋକୁ ଟୁଇଟରରେ ସେୟାର କରିଛନ୍ତି। ବିବିସି ଅନୁସାରେ ଏହି ଫଟୋ ୨୦୦୭ ମସିହାର ବୋଲି କୁହାଯାଉଛି, ଏହାକୁ କଲପେସନ୍‌ ବାଛେଛ ନାମକ ଜଣେ ଫଟୋଗ୍ରାଫର ନିଜ କ୍ୟାମେରା କୈଦ୍‌ କରିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୃଦ୍ଧା ମହିଳାଙ୍କ ସହିତ ସ୍କୁଲ ପୋଷାକ ପିନ୍ଧିଥିବା ଛାତ୍ରୀଙ୍କ ଫଟୋକୁ ଦେଖିଲେ ଯେକେହି ଭାବବିହ୍ଵଳ ହୋଇ ଉଠୁଛି। ଫଟୋରେ ଦେଖିବାକୁ ମିଳୁଥିବା ବୃଦ୍ଧା ମହିଳା ଓ ସ୍କୁଲ ପୋଷାକରେ ଥିବା ଛାତ୍ରୀ ପାଖାପାଖି ଏକ ବର୍ଷ ପରେ ଉଭୟଉଭୟଙ୍କୁ ଭେଟୁଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି ଉକ୍ତ  ଛାତ୍ରୀଙ୍କ ଜେଜେମା’ । ଏହି ଛାତ୍ରୀ ଜଣକ ଯେତେବେଳେ ତାଙ୍କ ପିତା-ମାତାଙ୍କୁ ଜେଜେମା’ କାହାନ୍ତି ବୋଲି ପଚାରନ୍ତି, ସେମାନେ ପିଲାକୁ ଜେଜେମା’ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା କହି ଭୁଲାଇ ଦିଅନ୍ତି। କିନ୍ତୁ ଦେଖିଲା ବେଳକୁ ତାଙ୍କ ଜେଜେମା’ ବୃଦ୍ଧାଶ୍ରମରେ ଅଛନ୍ତି ଜାଣିବା ପରେ ସେ ସେଠାରେ ଭୋଭୋ ହୋଇ କାନ୍ଦି ଉଠିଥିଲେ।

 

ସମ୍ବନ୍ଧିତ ଖବର