ଜଣେ ଅଷ୍ଟ୍ରେଲୀୟଙ୍କୁ ଓକିଲଭାବେ ନିଯୁକ୍ତ କରିଥିଲେ ରାଣୀ ଲକ୍ଷ୍ମୀବାଈ !

ଆଜି (ନଭେମ୍ବର୧୯) ତାରିଖ ହେଉଛି ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ଦିବସ। ସେ ୧୮୩୫ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମ ହୋଇଥିଲେ। ଏହି ଅବସରରେ ଜାଣନ୍ତୁ ଏକ ପ୍ରକୃତ କଥା।
ରାଣୀ ଲକ୍ଷ୍ମୀବାଈ ଅଷ୍ଟ୍ରେଲିଆରେ ରହୁଥିବା ଜନ୍‌ ଲଙ୍ଗଙ୍କୁ ନିଜର ଓକିଲ ଭାବେ ନିଯୁକ୍ତି ଦେଇଥିଲେ। ଜନ୍‌ ଲିଙ୍ଗ ହେଉଛନ୍ତି ଜଣେ ବାରିଷ୍ଟର୍‌। ଯେତେବେଳେ ବ୍ରିଟିଶ ଶାସକ ରାଣୀ ଲକ୍ଷ୍ମୀବାଈଙ୍କୁ ଦୁର୍ଗ ଛାଡି ରାଜମହଲରେ ରହିବା ପାଇଁ ଆଦେଶ ଦେଲେ,ସେତେବେଳେ ସେ ନିଜର ମକଦ୍ଦମା ଲଣ୍ଡନ କୋର୍ଟକୁ ନେବା ପାଇଁ ସ୍ଥିର କରିଥିଲେ। ଖାସ୍‌ ଏହି କାମ ପାଇଁ ରାଣୀ ଲକ୍ଷ୍ମୀବାଈ ଜନ୍‌ ଲଙ୍ଗଙ୍କୁ ନିଜର ଓକିଲ ନିଯୁକ୍ତ କରିଥିଲେ। ସେହି ସମୟରେ ଜନ୍‌ ଲଙ୍ଗ୍‌ ଆଗ୍ରାରେ ରହୁଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ସହିତ ତାଙ୍କର ଅର୍ଥମନ୍ତ୍ରୀ ଜନ୍‌ ଲଙ୍ଗଙ୍କର ଭେଟ କରାଇଥିଲେ।


ଯେତେବେଳେ ବ୍ରିଟିଶ ସରକାର ଝାନ୍‌ସୀକୁ ବ୍ରିଟିଶ ସାମ୍ରାଜ୍ୟରେ ବିଲୟ କରିବାର ଆଦେଶ ଦେଇଥିଲେ,ସେତେବେଳେ ରାଣୀ ଲକ୍ଷ୍ମୀବାଈଙ୍କୁ ଏକ ପତ୍ର ମିଳିଥିଲା। ଏହି ପତ୍ର ‘ଗୋଲ୍‌ଡ ପେପର୍‌’ରେ ଥିଲା। ରାଣୀଙ୍କର ଦୁଇଜଣ ବିଶ୍ୱସ୍ତ ଲୋକ ଜନ ଲଙ୍ଗଙ୍କ ପାଖକୁ ଏହି ଚିଠି ନେଇ ଆସିଥିଲେ।

ସମ୍ବନ୍ଧିତ ଖବର