ପିଙ୍କ୍‌ ମୁନ୍‌ ୨୦୧୮: ଜାଣନ୍ତୁ କେଉଁ ସମୟରେ ଆକାଶରେ ଦିଶିବ ଏବଂ କାହିଁକି ଏହାର ନାମ ଏପରି?

ଏପ୍ରିଲ୍‌ ୩୦ ତାରିଖ ରାତିରେ ଆକାଶରେ ବିରଳ ଗୋଲାପି ଜହ୍ନ ଦିଶିବ ବୋଲି ଗବେଷକମାନେ ପୁ ପୂର୍ବାନୁମାନ କରି କହିଥିଲେ। କେବଳ ଗୋଟାଏ ରାତି ପାଇଁ ଆକାଶରେ ଦିଶିବ ଗୋଲାପି ଜହ୍ନ। ପରଦିନ ଆଉ ସେହି ଜହ୍ନ ଦିଶିବ ନାହିଁ। ଏହି ଜହ୍ନ ମଣିଷର ଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିବ ବୋଲି ମଧ୍ୟ ଗବେଷଣାରୁ ଜଣାପଡ଼ିଥିଲା। ମଣିଷ ଜୀବନରେ କିଛିଟା ପରିବର୍ତ୍ତନ ଅନୁଭୂତ ହେବ ଏହି ଜହ୍ନ ପ୍ରଭାବରେ।

ଏହି ପିଙ୍କ୍‌ ମୁନ୍‌ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ସମୟରେ ଦେଖିବାକୁ ମିଳିବ। ନ୍ୟୁୟର୍କରେ ଏହି ଗୋଲାପି ଜହ୍ନ ସଂଧ୍ୟା ୭.୩୦ରେ ଦେଖାଯିବା ବେଳେ ଇଂଲଣ୍ଡରେ ଏପ୍ରିଲ୍‌ ୨୯ ତାରିଖ ଭୋର୍‌ ସମୟରେ ଦିଶିବ ବୋଲି ପୂର୍ବ ସୂଚନା ରହିଥିଲା।

ଏହାର ନାମ ପିଙ୍କ୍‌ ମୁନ୍‌ ହୋଇଥିଲେ ବି ଆକାଶରେ ଏହି ଜହ୍ନଟି ଗୋଲାପି ଦିଶିବ ନାହିଁ। ଏକ ଗୋଲାପି ରଂଗର ଫୁଲରୁ ଏହି ନାମଟି ଆସିଛି। ଇଂଲଣ୍ଡ ଏବଂ କନ୍ନଡାରେ ଏକ ସୁନ୍ଦରିଆ ଗୋଲାପି ରଂଗର ଫୁଲଟି ବସନ୍ତ ଆରମ୍ଭରୁ ଫୁଟିଥାଏ। ଏହି ଜହ୍ନ ମଧ୍ୟ ସେହି ସମୟରେ ଆକାଶରେ ଦିଶିବା ନେଇ ଏହାର ନାମ ‘ପିଙ୍କ୍‌ ମୁନ୍‌’ ରଖାଯାଇଛି।

ସମ୍ବନ୍ଧିତ ଖବର