ଉଦ୍ଧାର ହେଲା ଦୁଇମୁଣ୍ଡ ଥିବା ଦୁଲର୍ଭ ସାପ, ଭିଡିଓ ଦେଖନ୍ତୁ

ଓ୍ଵାସିଙ୍ଗଟନ୍‌: ଆମେରିକାର ଉତ୍ତର ଭର୍ଜିନିଆରୁ ଦୁଇଟି ମୁଣ୍ଡ ଥିବା ବିରଳ ସାପ ଉଦ୍ଧାର ହୋଇଛି। ଏହି ସାପଟି ଜଣେ ବ୍ୟକ୍ତିଙ୍କ ଘର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଅଜଣା ବ୍ୟକ୍ତି ଜଣକ ସାପର ପ୍ରଜାତି ଜାଣିବା ପାଇଁ ଭର୍ଜିନିଆ ହେର୍ପେଟୋଲାଜିକଲ ସୋସାଇଟି ସହିତ ସମ୍ପର୍କ କରିଥିଲେ। ଏମାନେ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ନେଇଥିଲେ। ଦୁଇଟି ମୁଣ୍ଡ ଥିବା ସାପ ଦୁଲର୍ଭ ହୋଇଥାଏ। କାରଣ ଏମାନଙ୍କ ଜୀବନକାଳ ବହୁତ ସ୍ୱଳ୍ପଦିନ ପାଇଁ ହୋଇଥାଏ। ପ୍ରତ୍ୟେକ ଦିନ ଏମାନଙ୍କ ସାମ୍ନାରେ ନୂଆ ସମସ୍ୟା ଦେଖା ଦେଇଥାଏ।

ଯାଞ୍ଚରୁ ଜଣାପଡ଼ିଛି କି ଏହି ସାପର ବାମ ମୁହଁ ଡାହାଣ ମୁହଁଠାରୁ ଅଧିକ ସକ୍ରିୟ ରହିଛି। ଏଥିସହିତ ଏହି ସାପଟିର ଦୁଇଟି ଶ୍ୱାସନଳୀ ରହିଛି। ଯେଉଁଥିରେ ବାମା ଶ୍ୱାସନଳୀ ଅଧିକ ବିକଶିତ। ସେହିପରି ମୁହଁକୁ ପେଟ ସହିତ ଯୋଡ଼ୁଥିବା ନଳୀବି ଦୁଇଟି ରହିଛି। ଯାହାର ଡାହାଣ ନଳୀ ଅଧିକ ବିକଶିତ। ଦୁଇଟି ମୁଣ୍ଡଥିବା ସାପଟିର ଗୋଟିଏ ହଦୃୟ ରହିଛି।

ସମ୍ବନ୍ଧିତ ଖବର