ରତନ ଟାଟାଙ୍କ ସଫଳତାର ଏହି ୭ ମନ୍ତ୍ର ସଭିଙ୍କ ପାଇଁ ଜରୁରୀ, ଜାଣନ୍ତୁ ସଫଳ ହେବାର କୌଶଳ

ସଫଳତାର ଜଣେ ଜ୍ୱଳନ୍ତ ଉଦାହରଣ ରତନ ଟାଟା। ନିକଟରେ ଏକ ଉତ୍ସବରେ ରତନ ଟାଟା ତାଙ୍କ ଜୀବନ ସଂପର୍କରେ କିଛି କହିଛନ୍ତି। କହିବା ଛଳରେ ସେ କହିଛନ୍ତି କି କିପରି ସେ ସ୍କୁଲ୍‌ ସମୟରୁ ହିଁ କେତେକ ଶିକ୍ଷା ପାଇଥିଲେ। ଚାଲନ୍ତୁ ଜାଣିବା କ’ଣ ସେହି ଶିକ୍ଷା। କ’ଣ ଥିଲା ତାଙ୍କ ସଫଳତଦାର ମନ୍ତ୍ର।

ଉଠାରି ଓ ଚଢ଼ାଣି ସବୁ ପରିସ୍ଥିତି ସହ ନିଜକୁ ଖାପ ଖୁଆଇବା ମଣିଷର ପ୍ରଥମ ଅଭ୍ୟାସ ହେବା ଉଚିତ। କିଏ ଜାଣେ, କାହା ଜୀବନରେ କେବେ ଉଠାଣି ଆଉ କେବେ ଚଢ଼ାଣି ଆସିବ?

ଯେପର୍ଯ୍ୟନ୍ତ ତୁମେ ନିଜେ ନିଜକୁ ସମ୍ମାନ ଦେଇନ ସେବେ ପର୍ଯ୍ୟନ୍ତ ଲୋକେ ତୁମକୁ ସମ୍ମାନ ଦେବେ ନାହିଁ।

ନିଜକୁ ପ୍ରମାଣିତ କରିବା ପୂର୍ବରୁ ବଢ଼େଇ ଚଢ଼େଇ ଗପବା ମୁର୍ଖାମୀ। କେଉଁ ମୁହୂର୍ତ୍ତରେ ଆପଣ କାହାର କୁଟ ବୁଦ୍ଧିରେ ଫସିଯିବେ ତାହାର କିଛି ମାନେ ନାହିଁ।

ରାତାରାତି ସଫଳତା ପଛରେ ଧାଇଁବା ବୋକାମୀ। ସଫଳତା ପାଇବା ପାଇଁ ବହୁତ ପରିଶ୍ରମ ଏବଂ ବହୁତ ସମୟ ଖର୍ଚ୍ଚ କରିବାକୁ ପଡ଼ିଥାଏ ଏକଥା ଭୁଲିବା ଅନୁଚିତ।

ନିଜର ପରାଜୟ ପାଇଁ ନିଜକୁ ଦୋଷୀ କରିବା ଭୁଲ ଅଟେ। ପରାଜୟରୁ ମଳିଥିବା ଶିକ୍ଷା ହିଁ ବିରାଟ ବିଜୟର ଚାବିକାଠି ହୋଇଥାଏ।

ତୁମେ ଜନ୍ମ ହେବା ପୂର୍ବରୁ ତୁମ ବାପାମାଆ ବୋରିଂ ଥିଲେ ବୋଲି ଚିନ୍ତା କରନାହିଁ। ତୁମ ଜନ୍ମ ପରେ ତୁମର ଆବଶ୍ୟକତା ପୂରା କରିବାକୁ ସେ ବୋରିଂ ପାଲଟି ଯାଇଛନ୍ତି।

ଶାନ୍ତନାମୂଳକ ପୁରସ୍କାର କେବଳ ସ୍କୁଲ୍‌ରେ ମିଳେ। ବାସ୍ତବ ଜୀବନରେ ହାରିବା ଲୋକକୁ କେହି ପୁରସ୍କାର ଦିଅନ୍ତି ନାହିଁ।

ସମ୍ବନ୍ଧିତ ଖବର