ରଥ ଖଳା ହାଲଚାଲ : ଚାଲିଛି କୋଣଗୁଜ ନିର୍ମାଣ

ପୁରୀ : ନୃସିଂହ ଚତୁର୍ଦ୍ଧଶୀ ତିଥିରେ ଅନୁକୂଳ ହୋଇଥିବା କୋଣଗୁଜ ନିର୍ମାଣ ଜୋରସୋରରେ ଚାଲିଛି। ରୂପକାର ସେବାୟତମାନେ ଯଥାରୀତି ଅକ୍ଷୟ ତୃତୀୟା ତିଥିରେ ପୂଜା ହୋଇଥିବା କାଠରେ ଏହି ଗୁଜ ନିର୍ମାଣ କରୁଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ରୂପକାର ଲିଙ୍ଗରାଜ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ରୂପକାର ଗଣେଶ ଚନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଏବଂ ଦର୍ପଦଳନ ରଥର ମୁଖ୍ୟ ରୂପକାର ମନମୋହନ ମହାପାତ୍ର ଓ ହରିହର ମହାପାତ୍ରଙ୍କ ନେତୃତ୍ଵରେ ରୂପକାର ସେବକମାନେ ଗୁଜ କାମକୁ ଆଗେଇ ନେଇଛନ୍ତି। କାଠ ପଟାରେ ଖୋଦେଇ କରି ସେଥିରେ ନୃସିଂହଙ୍କ ମୂର୍ତ୍ତି ତିଆରି କରାଯାଉଛି। ଅନ୍ୟପଟେ ଯନ୍ତାଗାଡ ଜରିଆରେ ତୁମ୍ବରେ ଅର ଯୋଡିବା ପ୍ରକ୍ରିୟା(ସିଙ୍ଗଡ଼ା ବାଡ଼ିଆ) ଆଉ ଦିନେ ଦୁଇଦିନ ଭିତରେ ଆରମ୍ଭ ହୋଇଯିବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ଏବେ ତିନି ରଥର ତୁମ୍ବ କଟା, ବୋଳା ସରିବା ପରେ ବିନ୍ଧ ଖୋଳା ଚାଲିଛି। ସେପଟେ ଚଉପଟ କାମ ବି ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର