ରାକ୍ଷସ ରାଜ ରାବଣ ନର୍ମଦା ତଟରେ ଶିବ ପୂଜା କରୁଥିଲେ । ସେଠାରୁ ଅଳ୍ପ ଦୂରରେ ପ୍ରବଳ ପରାକ୍ରମୀ ରାଜା ଅର୍ଜୁନ ନିଜର ରାଣୀମାନଙ୍କ ସହିତ ନର୍ମଦା ନଦୀରେ ଜଳକ୍ରୀଡ଼ା କରୁଥିଲେ। ରାଜା ଅର୍ଜୁନ ନିଜର ପରାକ୍ରମ ପ୍ରଦର୍ଶନ କରିବାରୁ,ସ୍ୱକୀୟ ସହସ୍ର ଭୁଜକୁ ଏକତ୍ର କରି ନର୍ମଦାର ଜଳ ପ୍ରବାହକୁ ରୋକି ଦେଲେ। ଜଳ ପ୍ରବାହ ରୁଦ୍ଧ ହେବାରୁ,ଜଳସ୍ତର ଖୁବ୍ ଉଚ୍ଚକୁ ଉଠିଗଲା।ଫଳତଃ ରାବଣର ପୂଜାସ୍ଥଳୀ ଅଚାନକ ଜଳ-ପ୍ଳାବିତ ହୋଇଗଲା।
ରାବଣର ଭକ୍ତିପୂତ ନୃତ୍ୟ ମାତ୍ର ଅର୍ଦ୍ଧ ସମାପ୍ତ ହୋଇଥାଏ। ସେ ନୃତ୍ୟ କରିବାରୁ ବିରତ ହୋଇ ତଟସ୍ଥ ନେତ୍ରରେ ନର୍ମଦାଙ୍କୁ ଚାହିଁଲେ। ଦେଖିଲେ ନଦୀର ଜଳଷ୍ଫିତ ହୋଇ ପଶ୍ଚିମରୁ ପୂର୍ବକୁ ଓଲଟା ବହୁଛି।ଏହି ଆଶ୍ଚର୍ଯ୍ୟଜନକ ଘଟଣା କିଛି ସମୟ ଦେଖିଲା ପରେ,ପୁଣି ଦେଖିଲା ଯେ, ନର୍ମଦା ଶାନ୍ତ ଭାବେର ପୁଣି ପୂର୍ବବତ ପ୍ରବାହିତ ହେଉଛନ୍ତି। ଜଳ ପ୍ଳାବନ ସ୍ତମିତ ହୋଇଯାଇଛି। ଏହି ଅଦ୍ଭୁତ ଘଟଣାର କାରଣ ଜାଣିବାକୁ ସେ ଶୁକ ଓ ସାରଣ ନାମକ ମନ୍ତ୍ରୀଦ୍ୱୟଙ୍କୁ ପ୍ରେରଣ କଲା,ସେହି ମନ୍ତ୍ରୀଦ୍ୱୟ ଆକାଶ ପଥରେ ଅର୍ଦ୍ଧଯୋଜନ ଉଡ଼ିଯାଇ ଦେଖିଲେ ଯେ,ରାଜା ଅର୍ଜୁନ ତଦୀୟ ସହସ୍ର ଭୁଜଦ୍ୱାରା ନଦୀ-ପଥ ଅବରୋଧ କରୁଛନ୍ତି ଓ ନିୟତ କାଳ ପରେ ଛାଡି ଦେଉଛନ୍ତି। ସେମାନେ ଫେରିଆସି ରାବଣକୁ ଏହି ବୃତ୍ତାନ୍ତ ଶୁଣାଇଲେ।
/sambad/media/post_attachments/wp-content/uploads/2018/07/ravan-300x225.jpg)
ରାବଣ ତତ୍କ୍ଷଣାତ୍ ଅର୍ଜୁନଙ୍କ ସହ ଯୁଦ୍ଧ କରିବାକୁ ସସୈନ୍ୟ ବାହାରି ପଡିଲା। ଅର୍ଜୁନଙ୍କର ମନ୍ତ୍ରୀମାନେ ରାବଣକୁ କହିଲେ‘‘ଆପଣ ଅସମୟରେ ଯୁଦ୍ଧ କରିବାକୁ ଆସିଲେ। ରାଜା ବର୍ତ୍ତମାନ ଆପଣାର ପରୀମାନଙ୍କ ସହିତ ଜଳକ୍ରୀଡାରେ ପ୍ରବୃତ୍ତ ଅଛନ୍ତି।ଆପଣ ଆଜି ବିଶ୍ରାମ କରନ୍ତୁ। କାଲି ପ୍ରାତଃରୁ ଯୁଦ୍ଧ ହେବ।ମାତ୍ର ରାବଣ ଏହା ନ ଶୁଣି,ମନ୍ତ୍ରୀ ତଥା ଅନ୍ୟାନ୍ୟ ଅଙ୍ଗରକ୍ଷୀ ସୈନିକମାନଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲେ। ରାଜା ଅର୍ଜୁନଙ୍କର ଅମାତ୍ୟମାନଙ୍କୁ,ରାବଣର ମନ୍ତ୍ରୀମାନେ ଖାଇ ପକାଇଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/siva-puja-by-ravan.jpg)