ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୭୫ତମ ଜନ୍ମବାର୍ଷିକୀ ଅବସରରେ ୫୦ ପ୍ରତିଶତ ଚାନ୍ଦି ସହିତ ଜାରି ହେବ ୭୫ ଟଙ୍କିଆ କଏନ୍

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ମୋଦି ସରକାର ମଙ୍ଗଳବାର ଦିନ ପୋର୍ଟବ୍ଲେୱରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦ୍ୱାରା ପ୍ରଥମ ଥର ତିରଙ୍ଗା ଉଡାଇବା ପାଇଁ ୭୫ତମ ଜନ୍ମବାର୍ଷିକୀ ଅବସରରେ ୭୫ ଟଙ୍କିଆ କଏନ ତଥା କୋମେମୋରେଟିଭ କଏନ ବା ସ୍ମୃତିରକ୍ଷା ପାଇଁ ଉଦ୍ଦିଷ୍ଟ କଏନ ଜାରି କରିବାକୁ ଘୋଷଣା କରିଛନ୍ତି।

ଅର୍ଥ ମନ୍ତ୍ରଳାୟ ପକ୍ଷରୁ ଜାରି ହୋଇଥିବା ଏକ ନୋଟିଫିକେସନରେ କୁହାଯାଇଛି କି, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦ୍ୱାରା ପୋର୍ଟ ବ୍ଲେୱରରେ ପ୍ରଥମ ଥର ପାଇଁ ତିରଙ୍ଗା ପ୍ରତିଷ୍ଠା କରିବାକୁ ୭୫ତମ ଜନ୍ମବାର୍ଷିକ ଅବସରରେ କେନ୍ଦ୍ର ସରକାର ଅଧିକୃତ ଅଥରିଟି ମିଟ୍ ଦ୍ୱାରା ୭୫ ଟଙ୍କିଆ କଏନ ପ୍ରସ୍ତୁତ କରାଯିବ।

ଯଦିଓ ଏହି କଏନକୁ ନେଇ ବିଶେଷ କିଛି ସୂଚନା ଏଯାବତ ହସ୍ତଗତ ହୋଇପାରି ନାହିଁ । ତେବେ ମିଳିଥିବା ସୂଚନାରୁ ଯାହା ଜଣାପଡିଛି କି, ଏହି କଏନର ଓଜନ ରହିବ ପାଖାପାଖି ୩୫ ଗ୍ରାମ । ସେହିପରି ଏହି କଏନରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ରହିବ । ଏହି କଏନରେ ସେଲ୍ୟୁଲାର ଜେଲ ପଛରେ ତିରଙ୍ଗାକୁ ସଲାମ କରୁଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଏକ ଛବି ମଧ୍ୟ ରହିବ ।

ସମ୍ବନ୍ଧିତ ଖବର