ରୋଗୀମାନଙ୍କ ଜୀବନ ବଞ୍ଚାଇବା ପାଇଁ କାର୍‌ର ସ୍ପେୟାର ପାର୍ଟସକୁ ନେଇ କରାଯାଉଛି ଅସ୍ତ୍ରୋପଚାର ! ଜାଣନ୍ତୁ ଏଭଳି ଅଦ୍ଭୁତ ଡ଼ାକ୍ତର ଏବଂ ଡ଼ାକ୍ତରଖାନା ବିଷୟରେ

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ରୋଗୀମାନଙ୍କ ଚିକିତ୍ସା ପାଇଁ କାର୍‌ର ସ୍ପେୟାର ପାର୍ଟସ୍‌ ବ୍ୟବହାର କରାଯାଉଛି । ଏହି ଡ଼ାକ୍ତରଖାନାରେ ଥିବା ଡ଼ାକ୍ତର ଅନେକ ଅସୁବିଧାର ସାମ୍ନା କରି ରୋଗୀମାନଙ୍କ ଜୀବନ ବଞ୍ଚାଉଛନ୍ତି । ପ୍ରସବ କରିବା ପୂର୍ବରୁ ସ୍ଥିତି ଜାଣିବା ପାଇଁ ଏକ୍ସରେ ମସିନ୍‌ ନଥିବା ବେଳେ ଜେନେରେଟର ମଧ୍ୟ ନାହିଁ । ଯେଉଁଥି ପାଇଁ ଏହି ଡ଼ାକ୍ତରଖାନାରେ ଥିବା ଡ଼ାକ୍ତର କାର୍‌ର ସ୍ପେୟାର ପାର୍ଟକୁ ବ୍ୟବହାର କରୁଛନ୍ତି। ଏହି ଡ଼ାକ୍ତରଖାନାଟି ଦକ୍ଷିଣ ସୁଦାନରେ ଥିବା ବେଳେ ଏଠାରେ ଥିବା ଡ଼ାକ୍ତରଙ୍କ ନାମ ଅଲଓ୍ଵର ଅତର୍‌ ଅଧର ବୋଲି ଜଣାପଡ଼ିଛି । ପ୍ରତି ସପ୍ତାହରେ ୫୦ଟି ଅସ୍ତ୍ରୋପଚାର କରାଯାଉଥିବା ବେଳେ ରୋଗୀମାନଙ୍କୁ ଆନେସ୍ଥେସିଆ ବଦଳରେ କେଟାମାଇନ୍‌ ଦିଆ ଯାଉଛି । ଯୁଦ୍ଧ ସହ ସଂଘର୍ଷ କରୁଥିବା ଏହି ଦେଶର ୨ଲକ୍ଷ ଲୋକଙ୍କ ପାଇଁ ଅଲ୍‌ଓ୍ଵରଙ୍କ ଏହି ଡ଼ାକ୍ତରଖାନା ଏକମାତ୍ର ସାହାରା ବୋଲି ଜଣା ପଡ଼ିଛି । ଅଲ୍‌ଓ୍ଵର ଡ଼ାକ୍ତରଖାନା ବାହାରେ ଏକ ଟେଣ୍ଟରେ ରହୁଥିବା ବେଳେ ଅସ୍ତ୍ରୋପଚାରର ପୂର୍ବ ଦିନ ହିଁ ତାଙ୍କ ଅସ୍ତ୍ରୋପଚାରର ପ୍ରସ୍ତୁତି କରିବା ପାଇଁ ପଡ଼ିଥାଏ ।

ବର୍ଷକୁ ସେ ୩ ଥର ନିଜ ପରିବାର ସହ ଦେଖା କରିଥାନ୍ତି । ଡ଼ାକ୍ତର ଅଲ୍‌ଓ୍ଵରଙ୍କ କହିବା ଅନୁଯାୟୀ,ନଭେମ୍ବର ୨୨,୨୦୧୧ରେ କେନିଆରୁ ଆସି ଦକ୍ଷିଣ ସୁଦାନରେ ଡ଼ାକ୍ତରଖାନା ଖୋଲିଥିଲେ । ଦକ୍ଷିଣ ସୁଦାନ୍‌ରେ ଅସ୍ତ୍ରୋପଚାର ପାଇଁ କୌଣସି ସୁବିଧା ନଥିବାରୁ ଅଲ୍‌ଓ୍ଵର ଏହା ନୂଆ କରି ଆରମ୍ଭ କରିଥିଲେ । କିନ୍ତୁ ଅସ୍ତ୍ରୋପଚାର ପାଇଁ ଦରକାର ହେଉଥିବା ଜରୁରୀ ଜିନିଷ ନଥିବାରୁ ସେ କାମ ଚଳାଇବା ପାଇଁ କାରର ବିଭିନ୍ନ ପାଟର୍ସ ବ୍ୟବହାର କରିବା ଆରମ୍ଭ କରିଥିଲେ । ଥରେ ଜଣେ ରୋଗୀଙ୍କର ଶରୀରର ଟ୍ୟୁବ୍‌ ଫିକ୍ସ କରିବା ପାଇଁ କିଛି ନଥିବାରୁ ସେ କାର୍‌ରେ ବ୍ୟବହାର କରାଯାଉଥିବା ସ୍କ୍ରୁକୁ ବ୍ୟବହାର କରିଥିଲେ ।

Daily Mirror

ଅସ୍ତ୍ରୋପଚାର ପାଇଁ କୌଣସି ସ୍ଥାନ ନ ଥିବାରୁ ଡ଼ାକ୍ତର ଅଲ୍‌ଓ୍ଵର ଡ଼ାକ୍ତରଖାନାର କବାଟକୁ ଅସ୍ତ୍ରୋପଚାରର ଟେବୁଲ ଭାବେ ବ୍ୟବହାର କରିବା ଆରମ୍ଭ କରିଥିଲେ । ଏହା ସହ ଯୁଦ୍ଧରେ ଯେଉଁ ଲୋକମାନେ ଆହତ ହୁଅନ୍ତି ସେମାନଙ୍କୁ କୌଣସି ପରିସ୍ଥିତିରେ ତାଙ୍କୁ ବଞ୍ଚାଇବାକୁ ପଡ଼ିଥାଏ । କାରଣ ସବୁ ଭଲ ଡ଼ାକ୍ତରଖାନା ୬୦୦କିଲୋମିଟର ଦୂରରେ ରହିଛି ଏବଂ ସେଠାରେ ପହଞ୍ଚିବା ଏତେ ସହଜ ନୁହେଁ । ଲୋକମାନଙ୍କ ଜୀବନକୁ ବଞ୍ଚାଇବା ପାଇଁ ହାଇଟେକ୍‌ ଟେକ୍ନୋଲୋଜି ଛାଡ଼ି ନିଜ ବୁଦ୍ଧି ବଳରେ କାର୍‌ର ସ୍ପେୟାର୍‌ ପାର୍ଟକୁ ହିଁ ବ୍ୟବହାର କରିବାକୁ ପଡ଼ିଥାଏ ବୋଲି ଅଲ୍‌ଓ୍ଵର କହିଛନ୍ତି ।

ସମ୍ବନ୍ଧିତ ଖବର