ଜାଣନ୍ତୁ  କାହିଁକି ପାଳନ କରାଯାଇଥାଏ ଏପ୍ରିଲ ଫୁଲ୍‌ ଡେ

ନୂଆଦିଲ୍ଲୀ : ପ୍ରତି ବର୍ଷ ଇଂରାଜୀ ମାସ ଏପ୍ରିଲର ୧ ତାରିଖକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ। ଏପ୍ରିଲ ମାସ ଆରମ୍ଭ ଦିନ ଲୋକମାନେ ପରସ୍ପରକୁ ବୋକା ବନାଇ ଏପ୍ରିଲ ଫୁଲ୍‌ ଦିବସ ପାଳନ କରିଥାନ୍ତି । ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପାଳନ କରିଥିଲେ ମଧ୍ୟ ଏହା ପଛର ପ୍ରକୃତ କାରଣ ଏବଂ ଏହାର ଆରମ୍ଭ ବିଷୟରେ କ୍ୱଚିତ ଲୋକ ଜାଣିଥାଆନ୍ତି । ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ଏବଂ ଇତିହାସ ବିଷୟରେ କହିବା ପାଇଁ ଯାଉଛୁ । ପ୍ରକୃତରେ କାହିଁକି ପାଳନ କରାଯାଇଥାଏ ଏପ୍ରିଲ ଫୁଲ୍‌ ଡେ କିମ୍ବା ବୋକା ଦିବସ ।

naukrinama.com

ଏପ୍ରିଲ ଫୁଲ୍‌ ଦିବସ ପାଳନ ପଛରେ ଅନେକ କାହାଣୀ ରହିଛି । ତେବେ ତାହା ମଧ୍ୟରୁ କ’ଣ ସତ ଆଉ କ’ଣ ମିଛ ଏପର୍ଯ୍ୟନ୍ତ କିଛି  ପ୍ରମାଣିତ ହୋଇନାହିଁ । କୁହାଯାଇଥାଏ ଏପ୍ରିଲ ଫୁଲ୍‌ ଦିବସର ପାଳନ ୧୩୯୨ ମସିହାରେ ଜିଓଫ୍ରି ଚସରଙ୍କ କବିତା କ୍ୟାଣ୍ଟାବ୍ୟୁରି ଟେଲ୍ସରେ କୁହାଯାଇଥିଲା । ଏହା ଛଡ଼ା ଏପରିି ମଧ୍ୟ କୁହାଯାଇଥାଏ କି ଏପ୍ରିଲ ଫୁଲ୍‌ ଦିବସର ଆରମ୍ଭ ପ୍ରଥମେ ଋଷରେ ହୋଇଥିଲା। ପୋପ୍‌ ଗ୍ରେଗରି ୟୁରୋପର ଜୁଲିୟନ କ୍ୟାଲେଣ୍ଡରକୁ ଛାଡ଼ି ଗ୍ରେଗୋରିୟନ କ୍ୟାଲେଣ୍ଡରକୁ ଅନୁସରଣ କରିବା ପାଇଁ ଆଦେଶ ଦେଇଥିଲେ । ଏହା ଦ୍ୱାରା ଋଷରେ କିଛି ଲୋକ ଜାନୁଆରି ୧ କୁ ନୂଆ ବର୍ଷ ଭାବେ ପାଳନ କରୁଥିବା ବେଳେ କିଛି  ଲୋକ ଏପ୍ରିଲ ୧ରେ ପାଳନ କରିଥିଲେ । ଜାନୁଆରି ୧ରେ ନୂତନ ବର୍ଷ ପାଳନ କରିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବାରୁ ସେମାନେ ଏପ୍ରିଲ ୧ରେ ନୂଆ ବର୍ଷ ପାଳନ କରୁଥିବା ବ୍ୟକ୍ତିଙ୍କୁ ବୋକା ବା ଏପ୍ରିଲ ଫୁଲ୍‌ ବୋଲି ଡ଼ାକୁଥିଲେ । ଏହା ଦ୍ୱାରା ସେବେଠାରୁ ଏପ୍ରିଲ ୧କୁ ଏପ୍ରିଲ ଫୁଲ୍‌ ଦିବସ ଭାବେ ପାଳନ କରିବା ଆରମ୍ଭ କରାଯାଇଥିଲା । ଲୋଙ୍କୁ ଚିଡ଼ାଇବା ସହ ତାଙ୍କ ସହ ବିଭିନ୍ନ ପ୍ରକାରର ଥଟ୍ଟାମଜା କରିବା ମଧ୍ୟ ଆରମ୍ଭ କରାଗଲା । ଯାହା ଧୀରେ ଧୀରେ ୟୁରୋପକୁ ବ୍ୟାପିବା ସହ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ପରେ ଏହି ଦିନକୁ ଏପ୍ରିଲ ଫୁଲ୍‌ ଦିବସ ଭାବେ ପାଳନ କରିବା ଆରମ୍ଭ କରାଗଲା ।

ଏପ୍ରିଲ ଫୁଲ୍‌ ଦିବସର ଇତିହାସ ଯାହା ହେଉନା କାହିଁକି କିନ୍ତୁ ବର୍ତ୍ତମାନ ଏହାକୁ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ଜର୍ମାନ ଏବଂ ଜାପାନରେ ଏହି ଦିନ ସମସ୍ତ ବ୍ୟକ୍ତି ମନଇଛା ସମସ୍ତଙ୍କ ସହିତ ଥଟ୍ଟାମଜା କରିଥାନ୍ତି । ସେହିଭଳି ସ୍କର୍ଟଲ୍ୟାଣ୍ଡରେ ଏପ୍ରିଲ ଫୁଲ୍‌ ୨ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଫ୍ରାନ୍ସରେ ଏପ୍ରିଲ ଫୁଲ୍‌ ଦିବସକୁ ମାଛ ଦିବସ (ଫିସ୍‌ ଡ଼େ)ମଧ୍ୟ କହିଥାନ୍ତି । ଏହି ଦିନ ପରସ୍ପରର ପିଠିରେ କାଗଜ ତିଆରି ମାଛ ଲଗାଇ ଏହାକୁ ପାଳନ କରାଯାଇଥାଏ ।

 

ସମ୍ବନ୍ଧିତ ଖବର