ମହାତ୍ମା ଗାନ୍ଧୀଙ୍କୁ ନିଜର ସୃଜନଶୀଳତା ଜରିଆରେ ପରିପ୍ରକାଶ କରି ଜିତିପାରିବେ ୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର!

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ନିଜର ସୃଜନଶୀଳତା ଜରିଆରେ ପରିପ୍ରକାଶ କରି ଜିତିପାରିବେ ୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର। ଏପରି ଘୋଷଣା କରିଛନ୍ତି ମୋଦି ସରକାର। ଆସନ୍ତୁ ଜାଣିବା କିପରି ଏଥିରେ ଭାଗ ନେଇପାରିବେ।

ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀରେ ତାଙ୍କୁ ମନେ ପକାଇବା ପାଇଁ ମୋଦି ସରକାର ୪ଟି ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଏଥିରେ ଆପଣ ଡିଜାଇନ କରି କିମ୍ବା ଛୋଟ ଫିଲ୍ମ ତିଆରି କରି, ଫୋଟ ଉଠାଇ କିମ୍ବା ଚିତ୍ରାଙ୍କନ ମାଧ୍ୟମରେ ଆପଣଙ୍କ ବିଚାରକୁ ଉପସ୍ଥାପନ କରିପାରିବେ।

ଡିଜାଇନ ପ୍ରତିଯୋଗିତା – ଯଦି ଆପଣ ଡିଜାଇନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆସନ୍ତା ଜୁନ ମାସ ୧୫ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ପଡିବ।

ଫିଲ୍ମ – ମହାତ୍ମା ଗାନ୍ଧିଙ୍କର ବିଚାର ଏବଂ ଆଦର୍ଶକୁ ଆଧାର କରି ଫିଲ୍ମ ନିର୍ମାଣ କରିବାର ପ୍ରତିଯୋଗିତା ମଧ୍ୟ ସରକାରଙ୍କ ତରଫରୁ ଆୟୋଜନ କରାଯିବ। ଏହି ପ୍ରତିଯୋଗିତାରେ ଆପଣ ୩ ମିନିଟ କିମ୍ବା ୬ ମିନିଟର ଫିଲ୍ମ ତିଆରି କରିପାରିବେ।

ଏହି ପ୍ରତିଯୋଗିତାରେ ଯଦି ଆପଣ ଭାଗ ନେଉଛନ୍ତି ତେବେ ଏଥିରେ ପ୍ରଥମ ସ୍ଥାନ ଅଧିକାର କଲେ ଆପଣଙ୍କୁ ମିଳିବ ୨୦୦୦୦ ଟଙ୍କା। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କଲେ ୧୫,୦୦୦ ଏବଂ ତୃତୀୟ ସ୍ଥାନରେ ଅଧିକାର କଲେ ମିଳିବ ୧୦,୦୦୦ ଟଙ୍କାର ପୁରସ୍କାର। ଏଥି ପାଇଁ ଆପଣଙ୍କୁ ଜୁନ ମାସ ୧୫ ତାରିଖ ମଧ୍ୟରେ ଆବେଦନ କରିବାକୁ ହେବ।

ଫୋଟ ପ୍ରତିଯୋଗିତା – ମହାତ୍ମା ଗାନ୍ଧିଙ୍କ ପ୍ରତି ଆପଣଙ୍କ ବିଚାର ଏବଂ ଭାବନାକୁ ଫୋଟ ଉଠାଇ ମଧ୍ୟ ଆପଣ ଦେଇ ପାରିବେ। ଯଦି ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପ୍ରଥମ ସ୍ଥାନ ଅକ୍ତିଆର କରୁଛନ୍ତି ତେବେ ଆପଣଙ୍କୁ ପୁରସ୍କାର ଆକାରରେ ୧୫,୦୦୦ ଟଙ୍କା ମିଳିବ। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କଲେ ୧୦,୦୦୦ ଏବଂ ତୃତୀୟ ସ୍ଥାନ ଅଧିକାର କଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ।

ଚିତ୍ରାଙ୍କନ ପ୍ରତିଯୋଗିତା – ଚିତ୍ର ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କର ବିଚାର ଏବଂ ଭାବନାକୁ ଉପସ୍ଥାପନ କରିପାରିବେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ୨୦,୦୦୦, ଦ୍ୱିତାୟ ସ୍ଥାନ ଅଧିକାର କଲେ ୧୫,୦୦୦ ଏବଂ ତୃତୀୟ ସ୍ଥାନ ଅଧିକାର କଲେ ୧୦,୦୦୦ ଟଙ୍କା ପୁରସ୍କାର ମିଳିବ।

ଏହି ୪ଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନର ଅନ୍ତିମ ତାରିଖ ଜୁନ ୧୫ ତାରିଖ ରଖାଯାଇଛି। ତେବେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବାକୁ ହେଲେ ଆପଣ ସମସ୍ତ ନିୟମ ଏବଂ ସର୍ତ୍ତ ବାବଦରେ ଜାଣିନିଅନ୍ତୁ। ଅଧିକ ବିବରଣୀ ପାଇଁ Mygov.inରେ ଲଗ ଇନ କରନ୍ତୁ ଏବଂ ଏହି ସାଇଟରେ ହିଁ ଆପଣଙ୍କୁ ଆବେଦନ କରିବାକୁ ହେବ।

ସମ୍ବନ୍ଧିତ ଖବର