ଯଦି ଆପଣଙ୍କ ସ୍ମାର୍ଟଫୋନ୍‌ ଟଚ୍‌ସ୍କ୍ରିନ୍‌ ଠିକ୍‌ ଭାବେ କାମ କରୁନି ଏହି ଆପ୍‌ ଦ୍ୱାରା କରନ୍ତୁ ଠିକ୍‌

ପ୍ରଥମେ ଆପ୍‌ଟିକୁ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରନ୍ତୁ: Touchscreen Repair App ହେଉଛି ଏକ ଫ୍ରି ଆପ୍‌, ଏହାକୁ ପ୍ଲେ ଷ୍ଟୋର୍‌ରୁ ମାଗଣାରେ ଡାଉନ୍‌ଲୋଡ଼୍‍ କରିପାରିବେ, ଏହା ପ୍ରାୟ ୬ MB ର ଆପ୍‌।

ମେସେଜ୍‌ ପଢ଼ି ଷ୍ଟେପ୍‌ ଫୋଲୋ କରନ୍ତୁ: ଆପ୍‌କୁ ଓପନ କରିଲେ ଏକ ମେସେଜ୍‌ ଆସିଥାଏ, ଯେଉଁଥିରେ ତାର ଓ୍ଵାର୍କିଂ ପ୍ରୋସେସ୍‌ ଓ ରେଜଲ୍ଟ ବିଷୟରେ ସବିଶେଷ ଉଲ୍ଲେଖ ଥାଏ। ଏହାପରେ ଆପ୍‌ର START ବଟନ୍‌ରେ କ୍ଲିକ୍‌ କରିଲା ପରେ ଏହା ଷ୍ଟାର୍ଟ ହୁଏ ଓ ଏକ ନୂଆ ମେସେଜ୍‌ ଆସିଥାଏ। ଯେଉଁଥିରେ ଏହାକୁ କିପରି ବ୍ୟବହାର କରାଯିବ ସେ ବିଷୟରେ ଲେଖାଯାଇଥାଏ।

ଗ୍ରିନ (ସବୁଜ) ବକ୍ସରେ ଟ୍ୟାପ୍‌ କରନ୍ତୁ: ୟୁଜରକୁ ଗ୍ରିନ୍‌ ବକ୍ସ୍‍ ଉପରେ ଟ୍ୟାପ୍‌ କରିବା ପାଇଁ ପଡ଼ିଥାଏ। ଟ୍ୟାପ୍‌ କରିଲା ମାତ୍ରେ ସ୍କ୍ରିନ୍‌ ରିପେୟାର ପ୍ରୋସେସ୍‌ ମଧ୍ୟ ଆରମ୍ଭ ହୋଇଯାଏ। ଗୋଟିଏ-ଗୋଟିଏ କରି ଚାରିଟି ଏରିଆରେ ୟୁଜରକୁ ଟ୍ୟାପ୍‌ କରିବାକୁ ପଡ଼ିଥାଏ। ଧ୍ୟାନ ରଖନ୍ତୁ କି ୟଜରଙ୍କୁ ଜଲଦି ଜଲଦି ଟ୍ୟାପ୍‌ କରିବା ପାଇଁ ପଡ଼ିଥାଏ।

ସ୍କ୍ରିନ୍‌ ଟଚ୍‌ ରିପେୟାର ଆରମ୍ଭ ହୋଇଯିବ: ଯଦି ୟୁଜର ଗ୍ରିନ୍‌ ଏରିଆରେ ଟ୍ୟାପ୍‌ ନ କରି ଅଧିକ ସମୟ ଚିପିକି ଧରିଥିବେ ବା ଆଙ୍ଗୁଠିକୁ ସ୍ଲିପ୍‌ କରିବେ, ତା ହେଲେ ଏହା ଟ୍ୟାପ୍‌ କାଉଣ୍ଟ ହେବ ନାହିଁ। ପ୍ରୋସେସ୍‌ ସରିଲା ପରେ ଏହା ଆପଣଙ୍କୁ ସ୍ମାର୍ଟଫୋନ୍‌ର ମଡେଲ ଓ ଅପରେଟିଙ୍ଗ ସିଷ୍ଟମ୍‌ର ଡିଟେଲ ଦେଇଥାଏ। ଶେଷରେ Successର ମେସେଜ ଆସିଥାଏ। ଯେଉଁଥିରେ ସ୍କ୍ରିନ୍‌ ଟଚ୍‌ର ନୂଆ ରେସ୍‌ପୋନ୍ସ ରିପୋର୍ଟ ଟାଇମ୍‌ ଥା।

ସମ୍ବନ୍ଧିତ ଖବର