ଜାଣନ୍ତୁ , କ’ଣ ଦାନ କଲେ କି ଫଳ ମିଳେ?

ସାଧାରଣତଃ ଆମେ ଆମ ଜୀବନରେ କାହାରିକୁ ହେଉନା ପଛକେ କିଛି ନା କିଛି ଦାନ କରିଥାଉ,ହେଲେ ଆମେ ଏହି ଦାନର ଫଳ ବିଷୟରେ ଜାଣି ନଥାଉ। ତେବେ ଆଜି ଆମେ ଆପଣଙ୍କୁ କ’ଣ ଦାନ କଲେ କି ଫଳ ପ୍ରାପ୍ତି ହୋଇଥାଏ,ସେହି ବିଷୟରେ ଜଣାଇବୁ।
ଆସନ୍ତୁ ଜାଣିବା କ’ଣ ଦାନ କଲେ କି ଫଳ ପ୍ରାପ୍ତି ହୁଏ?……
୧-ପୁସ୍ତକ ଦାନ କଲେ ସୁପୁତ୍ର ଲାଭ ହୁଏ।
୨-ଧାନ ଦାନ କଲେ ସୌଭାଗ୍ୟ ବୃଦ୍ଧି ହୁଏ।
୩-ଜଳ ଦାନ କଲେ ମହିମା ବୃଦ୍ଧିପାଏ।
୪-ଦୀପ ଦାନ କଲେ ଆଖି ତେଜିଆନ୍‌ ହୁଏ।
୫-ସୁନା ଦାନ କଲେ ଆୟୁ ବଢ଼ିଥାଏ।
୬-ରୁପା ଦାନ କଲେ ଆଭୂଷଣ ବୃଦ୍ଧି ହୁଏ।
୭-ଭୂମି ଦାନ କଲେ ପାପରୁ ମୁକ୍ତି ମିଳେ। ଗୃହ ଲାଭ ବି ହୋଇଥାଏ।
୮-ଅନ୍ନ ଦାନ କଲେ ସୁଖ ବୃଦ୍ଧି ହୁଏ।


୯-ବସ୍ତ୍ର ଦାନ କଲେ ପରିବାରରେ ସୁଖ ବଢ଼ିଥାଏ।
୧୦-ଶଯ୍ୟା ଦାନ କଲେ ସ୍ତ୍ରୀ ସୁଖ ମିଳିଥାଏ।
୧୧- ବିଦ୍ୟା ଦାନ କଲେ ବ୍ରହ୍ମଲୋକ ପ୍ରାପ୍ତି ହୋଇଥାଏ।

ସମ୍ବନ୍ଧିତ ଖବର