‘ସୁନ୍ଦରୀ’, ଡେବ୍ରିଗଡ଼ର ମହାବଳକୁ ନେଇ ଏପର୍ଯ୍ୟନ୍ତ ରାଜ୍ୟରେ ଚର୍ଚ୍ଚା ଥମିନାହିଁ। ମହାରାଷ୍ଟ୍ର, ଗୁଜରାଟ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର କେତେକ ସ୍ଥାନରେ ପୁଣିଥରେ ଚର୍ଚ୍ଚାରେ ରହିଛି ଏହି ଜଙ୍ଗଲୀ ରାଜା। କେଉଁଠି ତାକୁ ମୃତ୍ୟୁର ଶିକାର ହେବାକୁ ପଡ଼ିଛି ତ ଆଉ କେଉଁଠି ଜନପଦକୁ ପଶିଆସି ନିଜର ଫଁ’ ଦେଖାଇଛି। ଏହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା…।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ପ୍ରତିବର୍ଷ ଗୋଟିଏ
ଭୁବନେଶ୍ବର : ଓଡ଼ିଶାରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ବାଘ। ଗୋଟିଏ ପଟେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବାଘଙ୍କ ମୃତ୍ୟୁ ହେଉଛି। ଶିକାରୀଙ୍କ ପଞ୍ଝାରୁ ବଞ୍ଚି ପାରୁନାହାନ୍ତି ଏହି ଜାତୀୟ ପ୍ରାଣୀ। ଗତ ୫ବର୍ଷର ବନ ବିଭାଗ ତଥ୍ୟକୁ ଦେଖିଲେ କେବଳ ୨୦୧୫-୧୬ ଆର୍ଥିକ ବର୍ଷରେ ବାଘ ମୃତ୍ୟୁ ହୋଇନାହିଁ। ନ ହେଲେ ଅନ୍ୟ ସମସ୍ତ ବର୍ଷରେ ଗୋଟିଏ ଲେଖାଏଁ ବାଘଙ୍କ ମୃତ୍ୟୁ ହୋଇଛି, ଯାହାଦ୍ବାରା ବାଘବଂଶ ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
୨୦୦୪ ବାଘ ଗଣନା ଅନୁଯାୟୀ, ଓଡ଼ିଶାରେ ୧୯୨ଟି ବାଘ ରହିଥିବା ବେଳେ ୨୦୧୬ରେ ତାହା ୪୦କୁ ଖସି ଆସିଥିଲା। ଏଥର ଏହି ସଂଖ୍ୟା ବୃଦ୍ଧି ପାଇ ୬୦ରେ ପହଞ୍ଚିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ରାଉତରାୟ ଆକଳନ କରିଛନ୍ତି। କିନ୍ତୁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଯଦି ଏହିଭଳି ଭାବେ ବାଘଙ୍କୁ ହତ୍ୟା କରାଯାଏ, ତେବେ ସଂଖ୍ୟା ହ୍ରାସ ପାଇବ ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି।
କେବଳ ଯେ ଓଡ଼ିଶାରେ ବାଘ ମୃତ୍ୟୁ ହେଉଛି, ତାହା ନୁହେଁ। ସାରା ଦେଶରେ ବାଘଙ୍କୁ ହତ୍ୟା କରାଯାଉଛି। ୨୦୧୮ରେ ଏବେ ସୁଦ୍ଧା ୮୧ଟି ବାଘଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୨୫ଟିକୁ ହତ୍ୟା କରାଯାଇଥିବା ଦିଲ୍ଲୀସ୍ଥିତ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ସୋସାଇଟି ଅଫ୍ ଇଣ୍ଡିଆ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ୨୦୧୭ରେ ୧୧୬ଟି ବାଘଙ୍କର ମୃତ୍ୟୁ ହୋଇଥିଲା, ସେଥିରୁ ୩୮ଟି ବାଘଙ୍କୁ ହତ୍ୟା କରାଯାଇଥିଲା। ୨୦୦୧ରେ ସାରା ଦେଶରେ ୭୨ଟି ବାଘଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୧ରେ ୧୩, ୨୦୧୨ରେ ୩୨, ୨୦୧୩ରେ ୪୩, ୨୦୧୪ରେ ୨୩, ୨୦୧୫ରେ ୨୬, ୨୦୧୬ରେ ୫୦, ୨୦୧୭ରେ ୩୮ଟି ବାଘଙ୍କୁ ହତ୍ୟା କରାଯାଇଥିଲା। ୧୯୯୪ରୁ ଏବେ ସୁଦ୍ଧା ସାରା ଦେଶରେ ୧୧୭୨ଟି ବାଘଙ୍କୁ ହତ୍ୟା କରାଯାଇଛି।
ମୁହାଁମୁହିଁ
ମହାରାଷ୍ଟ୍ରରେ ୧୩ ଜଣ ଲୋକଙ୍କୁ ଶିକାର କରିଥିବା ଅବନୀକୁ ମାରିବା ପାଇଁ ଏକ ଅଭିଯାନ ଚାଲିଥିଲା ଏବଂ ରବିବାର ଦିନ ତାକୁ ଗୁଳିକରି ମାରି ଦିଆଯାଇଛି।
ଏହା ଏକ ଜଘନ୍ୟ ହତ୍ୟା ଏବଂ ଘୋର ଉଦ୍ବେଗର ବିଷୟ । ଏହା ଏକ ଅପରାଧ ମାମଲା ହୋଇଥିବାରୁ ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ଦାୟୀ। ଅନେକ ସଂଗଠନ ବାଘୁଣୀକୁ ମାରିବା ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦ କରି ଆସୁଥିଲେ ଏବଂ ଜଂଗଲ ମନ୍ତ୍ରୀ ଏସଏସ୍ ମୁନଙ୍ଗତିୱାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ମହାରାଷ୍ଟ୍ରରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ କୌଣସି ସମ୍ବେଦନଶୀଳତା ଦେଖିବାକୁ ମିଳୁନାହିଁ
ମେନକା ଗାନ୍ଧୀ, କେନ୍ଦ୍ରମନ୍ତ୍ରୀହିଂସ୍ର ହୋଇଉଠିଥିବା ଅବନୀକୁ ଆୟତ୍ତ କରିବା ଜରୁରୀ ହୋଇପଡ଼ିଥିଲା। ତେଣୁ ଜଙ୍ଗଲ ବିଭାଗ ସଦସ୍ୟଙ୍କୁ ନେଇ ଗଠିତ ଟିମ୍ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଅବନୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଫଳରେ ଆତ୍ମରକ୍ଷା ପାଇଁ ତାକୁ ଗୁଳି କରିବାକୁ ପଡ଼ିଲା। ରାଜ୍ୟ ସରକାର ବାଘ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଛନ୍ତି। ସେମାନଙ୍କ ସଂରକ୍ଷଣ ଓ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି। କିନ୍ତୁ ଅବନୀ କ୍ଷେତ୍ରରେ ଚରମ ପଦକ୍ଷେପ ନେବାକୁ ପଡ଼ିଲା।
ଦେବେନ୍ଦ୍ର ଫଡ଼ନାବିସ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ