କେରଳରେ ମଣିଷ ପରିବର୍ତ୍ତେ ରୋବୋଟ୍‌ ସଫା କରିବ ନର୍ଦ୍ଦମା

ମଣିଷ ଜୀବନକୁ ସୁଖମୟ ଏବଂ ବିପଦମୁକ୍ତ କରିବାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅହରହଃ ଉଦ୍ୟମ ଚଳାଇଛି। ଏହି କ୍ରମରେ କେରଳର ଛାତ୍ରମାନେ ନାଳନର୍ଦ୍ଦମା ପରିଷ୍କାର କରିବାକୁ ଗୋଟାଏ ରୋବୋଟ୍‌ ନିର୍ମାଣ କରିଛନ୍ତି। ସେମାନେ କେରଳର ରାଜଧାନୀ ତିରୁବନନ୍ତପୁରମ୍‌ ଠାରେ ଗୋଟିଏ ମାନବ ଗହ୍ଵରରେ ଏକ ମିଟର୍‌ ଉଚ୍ଚର ଏହି ରୋବୋଟ୍‌କୁ ପରୀକ୍ଷା କରିଛନ୍ତି।

ବ୍ୟାଣ୍ଡିକୋଟ୍‌ ନାମକ ଏହି ରୋବୋଟ୍‌ର ଅଛି ଚାରିଟି ବାହୁ। ଏହାଛଡ଼ା ଏଥିରେ ଓ୍ଵାଇ-ଫାଇ ଏବଂ ଅନ୍ୟ କଣ୍ଟ୍ରୋଲ୍‌ ପାନେଲ୍‌ ମଧ୍ୟ ରହିବ। ମାନବ ଗହ୍ଵର ଭିତରକୁ ବାହୁ ପ୍ରବେଶ କରାଇ ଏହା ଭିତରୁ ଆବର୍ଜନା କାଢ଼ି ଆଣି ବକେଟ୍‌ରେ ପକାଇ ଦେବେ।

ଗ୍ୟାସ୍‌ କିଂବା ଚାପ ବାୟୁରେ ଚାଲୁଛି ବ୍ୟାଣ୍ଡିକୁଟ୍‌। ବିଜ୍ଞାନ ଭାଷାରେ ଏହି ଶକ୍ତିକୁ ନ୍ୟୁମେଟିକ୍ସ୍‍ କହନ୍ତି।

ମାନବ ଗହ୍ଵରରେ ପଶି ଆବର୍ଜନା କାଢ଼ିବାବେଳେ ଅନେକ ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଅନେକ ମରିଛନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ଏ ଭଳି ରୋବୋଟ୍‌ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର