ଏହି ପାହାଡ଼ରେ ବାସ କରୁଥିବା ପ୍ରତ୍ୟେକ ଲୋକଙ୍କର ଅଛନ୍ତି ଏକରୁ ଅଧିକ ପତ୍ନୀ! ଜାଣନ୍ତୁ ଏହାର ରହସ୍ୟ

ପଶ୍ଚିମ ଆମେରିକାର ଏକ ରାଜ୍ୟ ହେଉଛି ୟୁଟା। ଏଠାରେ ଥିବା ପାହାଡଗୁଡିକ ମଧ୍ୟରେ ଏମିତି ଏକ ପାହାଡ ଅଛି, ଯେଉଁଠି ପାଖାପାଖି ୧୦୦ରୁ ଅଧିକ ଲୋକ ବସବାସ କରନ୍ତି । ଏହି ଲୋକମାନେ ନା ଆଦିବାସୀ ନା ପ୍ରବାସୀ । ତଥାପି ବି ଏକ ବିଶେଷ ମାନ୍ୟତା ଯୋଗୁଁ ତାଙ୍କର ଭିନ୍ନ ସମୁଦାୟ କରିନେଇଛନ୍ତି । ଏହି ସମସ୍ତ ଲୋକ ଏକ କଠୋରପନ୍ଥୀ ମୋରମନଙ୍କୁ ମାନନ୍ତି । ଯେଉଁଠି ପ୍ରତ୍ୟେକ ଲୋକଙ୍କ ଏକରୁ ଅଧିକ ପତ୍ନୀ ଅଛନ୍ତି । ଏହି ପାହାଡ ଭିତରେ ପାଖାପାଖି ୧୫ଟି ପରିବାର ରହନ୍ତି । ଯେଉଁମାନେ ମାନନ୍ତି କି ଏକରୁ ଅଧିକ ପତ୍ନୀ ଥିଲେ ମରିବା ପରେ ସ୍ୱର୍ଗର ଦ୍ୱାର ଖୋଲେ । ଏହି ପାହାଡକୁ ରକଲ୍ୟାଣ୍ଡ ରେଂଚ କୁହାଯାଏ ।

ରକଲ୍ୟାଣ୍ଡ ରେଂଚରେ ରହୁଥିବା ମୋରମନ୍ ଲୋକ ୧୯୭୦ ଦଶକରେ ଏଠିକି ଆସିଥିଲେ । ଏହି ପ୍ରଥାର ଆରମ୍ଭ ବବ୍ ଫଷ୍ଟର କରିଥିଲେ । ଫଷ୍ଟର ଜଣେ ଅଧ୍ୟାପକ ଥିଲେ । ଯାହାଙ୍କ ୩ ପତ୍ନୀ ଓ ୩୮ ଜଣ ପିଲା ଥିଲେ । ବହୁବିବାହ କରିଥିବାରୁ ବବ୍ ଫଷ୍ଟରଙ୍କୁ ଜେଲ୍ ହୋଇଥିଲା । ସେ ଯେତେବେଳେ ଜେଲ୍ ରୁ ବାହାରିଲେ, ସେ ନିଜର ଏକ ସମୁଦାୟ ବନାଇଲେ । ନିଜ ପତ୍ନୀଙ୍କ ସହ ସେ ରକଲ୍ୟାଣ୍ଡ ରେଂଚରେ ରହିଲେ । ତାଙ୍କ ଚିନ୍ତାଧାରା ସହିତ ସହମତି ରଖୁଥିବା କିଛି ଇସାଇ କଠୋରପନ୍ଥୀ ବି ତାଙ୍କ ସହିତ ସେଇଠି ରହିବାକୁ ଲାଗିଲେ । ଧିରେ ଧିରେ ଏହା ବଡ ପରିବାର ବନିଗଲା । ଆମେରିକାର ବହୁବିବାହର ମାନ୍ୟତା ନାହିଁ । ଏହି କାରଣରୁ ବବ୍ ଫଷ୍ଟରଙ୍କୁ ଜେଲରେ ବନ୍ଦ କରିଦିଆଯାଇଥିଲା ।

ସମ୍ବନ୍ଧିତ ଖବର