ରାସ୍ତାରେ ମୋବାଇଲ ଫୋନ୍‌ ଧରି ଯାଉଥିବା ଯୁବତୀଙ୍କୁ ଦେବାକୁ ପଡ଼ିବ ୨୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ଲକ୍ଷ୍ମୌ: ଆଜିକା ସମୟରେ ମୋବାଇଲ ଫୋନ୍‌ ସମସ୍ତଙ୍କ ପାଇଁ  ଏକ ଆବଶ୍ୟକ ସାମଗ୍ରୀ ପାଲଟି ଯାଇଛି। ସକାଳୁ ଉଠିବାଠାରୁ ରାତିରେ ବିଛଣାକୁ ଗଲା ପର୍ଯ୍ୟନ୍ତ ମୋବାଇଲ ଫୋନ୍‌ଟି ହାତରେ ଥିବାର ଦେଖିବାକୁ ମିଳୁଛି। ତେବେ ଏହି ମୋବାଇଲ ଫୋନ୍‌ ଆମମାନଙ୍କ ପାଇଁ ଯେତିକି ଭଲ, ସେତିକି ମନ୍ଦ ବୋଲି କୁହାଯାଉଛି। ତେବେ ଉତ୍ତର ପ୍ରଦେଶର ମଥୁରାର ମଡେରା ଗ୍ରାମପଞ୍ଚାୟତ ଝିଅମାନଙ୍କ ପାଇଁ ଏକ ବିଶେଷ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ଝିଅମାନେ  ଯଦି ଫୋନ୍‌ ଧରି ସଡ଼କରେ ଯାଉଥିବାର ଧରାପଡ଼ନ୍ତି ତେବେ ସେମାନଙ୍କୁ ମୋଟାଅଙ୍କର ଅର୍ଥଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଘଟଣାଟି କ’ଣ।

ମଥୁରାର ମଡୋରା ଗ୍ରାମପଞ୍ଚାୟତ ଝିଅମାନଙ୍କୁ ନେଇ ହେଉଥିବା ଅପରାଧକୁ କମ୍‌ କରିବା ପାଇଁ ଏକ ନିୟମ ଜାରି କରିଛନ୍ତି। ଯଦି ଝିଅମାନେ ମୋବାଇଲ ଫୋନ୍‌ ଧରି କିମ୍ବା କଥା ହୋଇ ରାସ୍ତାରେ ଯାଉଥିବାର ଧରାପଡ଼ନ୍ତି ତେବେ ସେମାନଙ୍କଠାରୁ ୨୧,୦୦୦ଟଙ୍କାର ଜରିମାନ ଆଦାୟ ହେବ। ତେବେ କାହାକୁ କେତେଦଣ୍ଡ ଦିଆଯିବା ତାହା ଝିଅର ଦୋଷକୁ ଦେଖି ପଞ୍ଚାୟତ ନିର୍ଣ୍ଣୟ କରିବ। ଏପରି କରିବା ଫଳରେ ଝିଅମାନଙ୍କ ସହିତ ଘଟୁଥିବା ଅପରାଧୀକ ମାମଲା ହ୍ରାସ ପାଇ ପାରିବ ବୋଲି ଗ୍ରାମପଞ୍ଚାୟତ ଆଶା ରଖିଛି।

ସମ୍ବନ୍ଧିତ ଖବର