ଚନ୍ଦାମୁଣ୍ଡରେ ଚନ୍ଦନତେଲ ଘଷନ୍ତୁ; ୬ ଦିନରେ ଉଠିପାରେ କେଶ: ଅଧ୍ୟୟନ

ମୁଣ୍ଡ ଚର୍ମରେ ଚନ୍ଦନତେଲ ଘଷିଲେ ଚନ୍ଦା ଲୋକମାନେ ଉପକାର ପାଇବେ ବୋଲି ଏକ ନୂତନ ଅଧ୍ୟୟନ କହୁଛି।

ଜର୍ମାନ୍‌ ଗବେଷକମାନେ ପରୀକ୍ଷାଗାରରେ ମୁଣ୍ଡ ଚର୍ମର ଟିସ୍ୟୁକୁ ପରୀକ୍ଷା କରି ଦେଖିଛନ୍ତି ଯେ ଚନ୍ଦନତେଲ ମାତ୍ର ଛଅ ଦିନରେ କେଶ ଉଠାଇବା ପ୍ରକ୍ରିୟା ଆରମ୍ଭ କରୁଛି। ଅତଏବ, କେଶଗ୍ରନ୍ଥିରେ ବାସ୍ନା ଆଘ୍ରାଣକାରୀ ଉପାଦାନ ରହିଛି। ଫଳରେ ଏହା ବାସ୍ନା ଯୋଗୁଁ ପ୍ରତିକ୍ରିୟାଶୀଳ ହୋଇ କେଶରେ ଥିବା ମୁଖ୍ୟ ପ୍ରୋଟିନ୍‌ ‘କେରାଟିନ୍‌’କୁ ବହୁଗୁଣ କରି ପକାଉଛି। ଚନ୍ଦନ ପରି ବାସୁଥିବା କୃତ୍ରିମ ଉପାୟରେ ବାସୁଥିବା ସାଣ୍ଡାଲୋର୍‌ ସହ ମୁଣ୍ଡଚର୍ମ ଟିସ୍ୟୁ ୬ ଦିନ ରଖାଯିବା ପରେ ଏହାର କେରାଟିନ୍‌ ସ୍ତର ବୃଦ୍ଧି ପାଇଲା। ସମ୍ଭବତଃ ଚନ୍ଦନତେଲ କେରାଟିନ୍‌ କୋଷଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ଜିନ୍‌କୁ ବ୍ଲକ୍‌ କରି ଦେଉଛି। କେରାଟିନ୍‌ କୋଷିକା ଆତ୍ମହତ୍ୟାକୁ ଡାକ୍ତରୀ ଭାଷାରେ ଏପୋଟୋସିସ୍‌ କହନ୍ତି।

ମଣିଷ ଓ ଜୀବଜନ୍ତୁମାନେ ନାକ ଦ୍ୱାରା ବାସ୍ନା ଆଘ୍ରାଣ କରୁଥିବା ବେଳେ, କେଶ, ରେତ ଏବଂ ଅନ୍ତଃନଳୀରେ ଥିବା ରିସେପ୍ଟର୍‌ ସବୁ ବାସ୍ନାରେ ଥିବା କେତେକ ରାସାୟନିକ ଉପାଦାନକୁ ବାରି ପାରନ୍ତି।

୨୫ ବର୍ଷ ବୟସ ବେଳକୁ ଚନ୍ଦା ହୋଇ ଆସୁଥିବା ଲୋକେ ଚନ୍ଦନତେଲ ଚିକିତ୍ସା କଲେ ଅଧିକ ଉପକାର ପାଇବେ ବୋଲି ଗବେଷକ କହୁଛନ୍ତି।

 

ସମ୍ବନ୍ଧିତ ଖବର