‘ଅକାଳେ ନିୟମ ନାସ୍ତି’: ଜାଣନ୍ତୁ କେଉଁ ସମୟରେ କେଉଁ ଭୁଲ୍‌ କ୍ଷମା ଯୋଗ୍ୟ

ନିମୟ ମଣିଷ ଦ୍ୱାରା ଗଢ଼ା। ମଣିଷ ନିୟମ ଦ୍ୱାରା ନୁହେଁ। ସାମାଜିକ ଶୃଙ୍ଖଳାବୋଦ୍ଧତାକୁ ଆଖିରେ ରଖି ସମାଜ ପାଇଁ ହିଁ ନିୟମ କରାଯାଏ। ବେଳେ ବେଳେ ଯଦି ସେହି ସେହି ନିୟମ କାହାର ଅମଙ୍ଗଳ ସାଧନ କରେ ତେବେ ତାହା ଭଙ୍ଗ କରିବାରେ କୌଣସି ଅସୁବିଧା ନାହିଁ। ଏକଥା ଆମେ କହୁନାହୁଁ। ଏକଥା କହୁଛି ଶୀର୍ଷକରେ ଦିଆ ଯାଇଥିବା ‘ଅକାଳେ ନିୟମ ନାସ୍ତି’ ବାକ୍ୟଟି।

ପୂର୍ବରୁ ଆମେ ଗୁଡ଼ାଏ ରୂଢ଼ି ଓ ଲୋକକଥା ଆଲୋଚନା କରିସାରିଛେ। ସେ ସବୁରୁ ବହୁତ କିଛି ଶିଖିବାକୁ ମିଳିଛି। ଏଥର ଚାଲନ୍ତୁ ଏହି ‘ଅକାଳେ ନିୟମ ନାସ୍ତି’ ରୂଢ଼ିର ମର୍ମ ବୁଝିବା।

ଏମିତି କିଛି ସମୟ ଆସେ ସେତେବେଳେ ନିୟମ ଭଙ୍ଗ କରିବାକୁ ବ୍ୟକ୍ତି ବିବଶ ହୋଇପଡ଼େ। ସମୟ, ପରିବେଶ ବା ପରିସ୍ଥିତି କେଉଁ ବି ସମୟରେ କାହାର ପଥ ଅବରୋଧ କରିପାରେ। ସେହି ସମୟରେ ନିମୟ ଭଙ୍ଗ କରିବା ବ୍ୟକ୍ତିର ବିବଶତା। ତେଣୁ କୁହାଯାଏ ଯେ ଅକାଳରେ ନିୟମ ନଥାଏ।

ଧରାଯାଉ ଆପଣ ଭଗବାନଙ୍କ ସକାଶେ କିଛି ବ୍ରତ କରିଛନ୍ତି। ପାଣି କମ୍ବା ଅନ୍ନ ଗ୍ରହଣ ପାଇଁ ସେ ବ୍ରତରେ ବାରଣ ରହିଛି। ମାତ୍ର ଅଚାନକ ଆପଣ ଅସୁସ୍ଥ ହୋଇପଡୁଛନ୍ତି। ତାହାଲେ କ’ଣ ନିୟମ ମାନି ଆପଣ ନିଜ ଶରୀରକୁ ଆହୁରି କଷ୍ଟ ଦେବେ? ସେପରି କଲେ ସ୍ୱୟଂ ଈଶ୍ୱର ଆପଣଙ୍କ ଭକ୍ତିରେ ପ୍ରସନ୍ନ ହେବା ପିରିବର୍ତ୍ତେ ଆପଣଙ୍କ ବୋକାମୀ ଦେଖି କଷ୍ଟ ପାଇବେ।

ସମ୍ବନ୍ଧିତ ଖବର