‘ଅତି ପରିଚୟେ ଗୌରବ ନଷ୍ଟ’, ଜାଣନ୍ତୁ କେଉଁଠି ଅତି ପରିଚୟ ଦେଖାଇବା ନିଜ ପାଇଁ କ୍ଷତି ପହଞ୍ଚାଇଥାଏ

ବହୁ ପ୍ରାଚୀନ କାଳରୁ ଅନେକଗୁଡ଼ିଏ ରୁଢ଼ି, ଲୋକକଥା, ଢ଼ଗଢ଼ମାଳି ଆଦି ରହିଯାଇଛି। ଯାହାର ଇତିହାସ ଖୋଜିବା କଷ୍ଟ, ମାତ୍ର ସେ ସବୁ ଆଜି ବି ଆମ ଦୈନନ୍ଦିନ ଜୀବନରେ ଅନେକ ଗୁରୁତ୍ୱ ରଖନ୍ତି। ଲିଖିତ ସାହିତ୍ୟରୁ ନେଇ କଥିତ ସାହିତ୍ୟ ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଏପରି କିଛି କଥା ଆମେ ବ୍ୟବହାର କରିଥାନ୍ତି। କହିବାକୁ ଗଲେ ଯଦି ଏପରି କିଛ ରସାତ୍ମକ କଥା ଓଡ଼ିଆ ସାହିତ୍ୟ ସହ ଯୋଡ଼ି ହୋଇନଥାନ୍ତା ବୋଧ୍‌ହୁଏ ଓଡ଼ିଆ ସାହିତ୍ୟ ଆପେକ୍ଷାକୃତ ଦୁର୍ବଳ ହୋଇଥାନ୍ତା। ଆଜି ଆମେ ଏପରି ଏକ ରୂଢ଼ି ବିଷୟରେ ଆଲୋଚନା କରିବା ଯାହାକୁ ନବୁଝିପାରିଲେ ଅନେକ ସମୟରେ ସମ୍ମାନ ହାନୀ ଘଟିଥାଏ। ନିଜର ସ୍ୱଭିମାନ ପାଇଁ ତାହାକୁ ବୁଝିବା ଦରକାର।

ରୂଢ଼ିଟି ହେଉଛି ‘ଅତି ପରିଚୟେ ଗୌରବ ନଷ୍ଟ’

ଏହାର ତାତ୍ପର୍ଯ୍ୟ ହେଉଛି ଆପଣ ଯେଉଁଠାରୁ ସମ୍ମାନ ଆଶା ରଖୁଛନ୍ତିି ସେଠାରେ ବିଶେଷ ପାରିବାରିକ ସଂପର୍କ ସ୍ଥାପନ କରନ୍ତୁ ନାହିଁ। ଯେଉଁଠି ପରିଚୟ ଯେତେ ବେଶି ସେଠି ସ୍ନେହ ବଢ଼ିପାରେ, ମାତ୍ର ସମ୍ମାନ କମିବା ଥୟ। ସେଥିପାଇଁ ଗୁଣୀମାନେ କହିଯାଇଛନ୍ତି କି ଅତି ପରିଚୟ ସବୁବେଳେ ଗୌରବ ନଷ୍ଟର କାରଣ ହୋଇଥାଏ। ଆପଣ ଯେତେ ବି ପ୍ରତିଭାମୟ ହୁଅନ୍ତୁ ମାତ୍ର ଉପଯୁକ୍ତ ସ୍ଥାନ ଦେଖି ଆବଶ୍ୟକ ଅନୁସାରେ ଦୂରତ୍ୱ ନରଖିଲେ ସମ୍ମାନ ହ୍ରାସ ଘଟିଥାଏ। ମନେରଖନ୍ତୁ, ଆପଣ ଲୋକଙ୍କ ସହ ଯେତେ ମିଶି ନିଜକୁ ଶସ୍ତା କରିବେ ତାହାର ପରିଣାମ ଆପଣ ନିଜେ ହିଁ ଭୋଗିବେ। ସାମାଜିକ ସଂପର୍କ ସ୍ଥାପନ ଏକ ଭଲ ଗୁଣ। ମାତ୍ର ସେ ଗୁଣକୁ ଠିକ୍‌ ଭାବେ ବୁଝନ୍ତୁ। ସଂପର୍କ ସ୍ଥାପନ ନାମରେ ନିଜକୁ ଶସ୍ତା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର