ଜୟପୁର: ଲୋକମାନଙ୍କ ସହ ମିଶିଚଳି, ସେମାନଙ୍କ ସମସ୍ୟାକୁ ଅତି ନିକଟରୁ ଅନୁଭବ କରିବା ସକାଶେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ। ଉପ ମୁଖ୍ୟମନ୍ତ୍ରୀ ସଚିନ ଲୋକମାନଙ୍କ ସମସ୍ୟାକୁ ପାଖରୁ ଦେଖିବା ପାଇଁ ସିରୋହି, ଜଲୋର ଏବଂ ପଲ୍ଲି ଜିଲ୍ଲାକୁ ୨ ଦିନଆ ଗସ୍ତ କରି ସେଠାରେ ଅତି ସାଧାରଣ ଜୀବନ ଅତିବାହିତ କରିଛନ୍ତି।

Advertisment

publive-image

ସଚିନ ପୂର୍ବରୁ ରହୁଥିବା ସ୍ଥାନ କଶେଳା ଗ୍ରାକକୁ ଯାଇ ସେଠାକାର ବାସିନ୍ଦା ଜୈକିଷାନ ନାମକ ଜଣେ ଲୋକଙ୍କ ଜମିରେ ଖୋଲା ଆକାଶ ତଳେ ରାତି କାଟିବା ସହ ସାଧାରଣ ଲୋକମାନଙ୍କ ସହ ମିଶି ଅତି ସାଧାରଣ ଭୋଜନ କରିଛନ୍ତି।

publive-image

ସେ ସେଠାକାର ଚାଷୀମାନଙ୍କୁ ଭେଟି ଗରମରେ କିପରି ଦିନ କାଟୁଛନ୍ତି ବୋଲି ପଚାରି ବୁଝିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଗାଁ ଲୋକଙ୍କ ଗହଣରେ ମିଶି ନିମ ଦାନ୍ତ କାଠିରେ ଦାନ୍ତ ଘସି ଏକଦମ ଦେଶୀପଣ ଦେଖାଇଛନ୍ତି। ସେଠାରେ ସେ ଖୋଲା ସ୍ଥାନରେ ବସି ପାରମ୍ପରିକ ଭାବେ ଖିଅର ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

publive-image

ସେଠାରେ ବୁଲି ଲୋକଙ୍କ ଭିତରେ ଥିବା ପାଣି, ବିଜୁଳି ଓ ଅନ୍ୟାନ ଅସୁବିଧାକୁ ନିଜେ ଅଙ୍ଗେ ନିଭାଇବା ପରେ ତାହାକୁ ଦୂର କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।