ଭଗବାନଙ୍କ କେଉଁ ଇଚ୍ଛା ପୂରଣ କରିବାଲାଗି ମନୁଙ୍କ କନ୍ୟାଙ୍କୁ ବିବାହ କରିଥିଲେ ଏହି ଋଷି ?

ଭଗବାନ ବ୍ରହ୍ମାଙ୍କ ପୁତ୍ର ମହର୍ଷି କର୍ଦମଙ୍କୁ ସୃଷ୍ଟିର ବୃଦ୍ଧି ପାଇଁ ଆଦେଶ ଦେଇଥିଲେ । ମହର୍ଷି କର୍ଦମ ପିତାଙ୍କ ଆଜ୍ଞା ସ୍ୱୀକାର କରି ବିନ୍ଦୁସର ତୀର୍ଥ ନିକଟରେ ଯାଇ କଠୋର ତପଶ୍ଚାରଣ କରିଲେ । ସେ ସମୟରେ ମହର୍ଷି କର୍ଦମ ନିଜର ସମସ୍ତ ଇଚ୍ଛା ପୂର୍ତ୍ତି ଲାଗି ତପସ୍ୟାକୁ ମାଧ୍ୟମ କରିଥିଲେ । ମହର୍ଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ନାରାୟଣ ପ୍ରକଟ ହେଲେ ।

photo-youtube

ସେ ମହର୍ଷିଙ୍କୁ କହିଲେ ‘‘ ମୁଁ ଆପଣଙ୍କ ତପସ୍ୟାରେ ସନ୍ତୁଷ୍ଟ । ଆପଣଙ୍କ ମନସ୍କାମନା ପୂରଣ ଲାଗି ମୁଁ ଆପଣଙ୍କୁ ଏକ ପରାମର୍ଶ ଦେଉଛି । ଆପଣ ମହାରାଜ ମନୁଙ୍କ କନ୍ୟା ଦେବଦୁତଙ୍କୁ ପତ୍ନୀ ରୂପେ ବରଣ କରନ୍ତୁ । ସେ ଆପଣଙ୍କ ପାଇଁ ଉପଯୁକ୍ତ ପତ୍ନୀ ହୋଇ ପାରିବେ ଏବଂ ଆପଣଙ୍କ ବଂଶ ବୃଦ୍ଧିରେ ମଧ୍ୟ ସହାୟକ ହେବେ । ଏଣୁ ଯେତେବେଳେ ମହାରାଜ ମନୁ କନ୍ୟା ଦେବହୁତିଙ୍କୁ ନେଇ ଆପଣଙ୍କ ଆଶ୍ରମକୁ ଆସିବେ, ସେତେବେଳେ ଆପଣ ତାଙ୍କୁ ଦେବହୁତିଙ୍କୁ ବିବାହ କରିବାର ସ୍ୱୀକୃତି ପ୍ରଦାନ କରିବେ । କାଳାନ୍ତରରେ ମୁଁ ସ୍ୱୟଂ ଦେବହୁତିଙ୍କ ଗର୍ଭରେ ଅବତାର ନେବି ଏବଂ ସଂସାରକୁ ସାଂଖ୍ୟ ଶାସ୍ତ୍ର ତଥା ଭକ୍ତିର ଉପଦେଶ ପ୍ରଦାନ କରିବି ।’’

ଦିନେ ମହାରାଜ ମନୁ ତାଙ୍କ କନ୍ୟା ଦେବହୁତିଙ୍କୁ ସାଙ୍ଗରେ ଧରି ମହର୍ଷି କର୍ଦମ ଙ୍କ ଆଶ୍ରମରେ ପହଞ୍ଚିିଲେ । ସେଠାରେ ଦେବହୁତିଙ୍କ ସହିତ ମହର୍ଷିଙ୍କର ବିବାହ ସଂପନ୍ନ ହୋଇଗଲା ।

ସମ୍ବନ୍ଧିତ ଖବର