ଦିବ୍ୟାଙ୍ଗ ହୋଇ ମଧ୍ୟ ହାର୍‌ ମାନି ନାହାନ୍ତି ଏହି ଶିକ୍ଷକ, ନିଷ୍ଠାରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

ନୂଆଦିଲ୍ଲୀ: ଇଣ୍ଟରନେଟ ଦୁନିଆରେ ଏମିତି ଅନେକ ଖବର ଆସିଥାଏ ଯାହାକୁ ପଢ଼ିବା ପରେ ଲୋକମାନେ କିଛି କରି ଦେଖାଇବାକୁ ସାହାସ ଜୁଟାଇ ଥାଆନ୍ତି। ଏମିତି ଏକ ଖବର ରାଜସ୍ଥାନରୁ ଆସିଛି। ଏଠାରେ ଏକ ସରକାରୀ ସ୍କୁଲରେ ପାଠପଢ଼ାଉଥିବା ଶିକ୍ଷକ ସଞ୍ଜୟ ସେନ୍‌ଙ୍କ ପାଖକୁ ଲୋକମାନଙ୍କ ପ୍ରଶଂସାର ସୁଅ ଛୁଟୁଛି। ଏହାର କାରଣ ହେଉଛି ସେ ଜଣେ ଦିବ୍ୟାଙ୍ଗ ହୋଇ ବି ଛାତ୍ରୀଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ନିଷ୍ଠାରେ ପାଠ ପଢ଼ାଉଛନ୍ତି। ପିଲାଙ୍କୁ ପାଠ ପଢ଼ାଉଥିବାର ସମୟର ସଞ୍ଜୟଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

ଭାଇରାଲ ହୋଇଥିବା ଏହି ଫଟୋକୁ ସେପ୍ଟେମ୍ବର ୯ରେ ସଞ୍ଜୀବ ଘୋଷ ନାମକ ଜଣେ ଟୁଇଟର ବ୍ୟବହାରକାରୀ ସେୟାର କରିଥିଲେ। ସେ ଏହି ଫଟୋ ସହିତ ଲେଖିଥିଲେ, ସଞ୍ଜୟ ସେନ୍‌ଙ୍କୁ ଭେଟନ୍ତୁ, ଯିଏକି ଜଣେ ଦିବ୍ୟାଙ୍ଗ। ସେ ଶିକ୍ଷା ସମ୍ବଲ ପ୍ରୋଜେକ୍ଟ ସହିତ ୨୦୦୯ରୁ ରାଜସ୍ଥାନସ୍ଥିତ ଏକ ଗ୍ରାମର ସ୍କୁଲରେ ପାଠ ପଢ଼ାଉଛନ୍ତି।

ଏହି ଫଟୋରୁ ଜଣାପଡ଼ୁଛି ବିଶେଷ କିଛି ସୁବିଧା ନଥାଇ ବି ସଞ୍ଜୟ ଛାତ୍ରଛାତ୍ରୀଙ୍କୁ ନିଷ୍ଠାରେ ପାଠପଢ଼ାଇବାରେ ଲାଗିଛନ୍ତି। ସଞ୍ଜୟଙ୍କ ଏହି ପାଠପଢ଼ାର ଦୃଶ୍ୟ ହଜାରରୁ ଊର୍ଧ୍ୱ ଲୋକଙ୍କ ହୃଦୟକୁ ସ୍ପର୍ଶ କରି ପାରିଛି। କେବଳ ଏତିକି ନୁହେଁ ସଞ୍ଜୟଙ୍କ ନିଷ୍ଠାକୁ ଦେଖି ଅନେକ ଲୋକେ ତାଙ୍କ କାମକୁ ପ୍ରଶଂସା କରି ରହି ପାରୁ ନାହାନ୍ତି। ଫଟୋରେ ଆପଣ ଦେଖିବାକୁ ପାଉଥିବେ ସଞ୍ଚୟ ନିଜେ ଗୋଡରେ ଛିଡା ହୋଇ ପାରୁ ନାହାନ୍ତି, ଏହା ସତ୍ତ୍ୱେ ବି ସେ ବ୍ଲାକ୍‌ ବୋର୍ଡରେ ଲେଖି ଛାତ୍ରଛାତ୍ରୀକୁ ପାଠ ପଢ଼ାଇ ବୁଝାଉଛନ୍ତି।

‘ଶିକ୍ଷା ସମ୍ବଲ’ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ପ୍ରୋଜେକ୍ଟ। ଏହାର ଲକ୍ଷ୍ୟ ଆର୍ଥିକ ସଙ୍କଟ ହେତୁ ପାଠପଢ଼ା ଛାଡ଼ିଥିବା ପିଲାମାନଙ୍କୁ ସାହାଯ୍ୟ କରିବା ଓ ସେହି ସ୍କୁଲକୁ ସହାୟତା କରିବା ଯେଉଁ ସ୍କୁଲରେ ପିଲାମାନଙ୍କୁ ପାଠପଢ଼ାଇବା ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ନଥାଆନ୍ତି। ଶିକ୍ଷା ସମ୍ବଲ ଲାଭ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ହଜାର ଛାତ୍ରଛାତ୍ରୀଙ୍କୁ ମିଳୁଛି।

 

ସମ୍ବନ୍ଧିତ ଖବର