ରୋର୍ବଟ ‘ସୋଫିଆ’କୁ ମିଳିଲା ସାଉଦୀ ଆରବର ନାଗରିକତା

ନୂଆଦିଲ୍ଲୀ: ସାଉଦୀ ଆରବର ସହର ରିୟାଦରେ ସୋମବାର ସୋଫିଆ ପ୍ରଥମ ଥର ପାଇଁ ଲୋକମାନଙ୍କ ସମ୍ମୁଖକୁ ଆସିଛି। ସାଉଦୀ ସଆରବ ସରକାର ରୋର୍ବଟ ‘ସୋଫିଆ’କୁ ନାଗରିକର ମାନ୍ୟତା ଦେଇଛି। ଯଦିଓ ସୋଫିଆ ମନୁଷ୍ୟ ନୁହେଁ, ତଥାପି ମଣିଷ ଭଳି କାମ କରିପାରୁଥିବା ଏକ ରୋର୍ବଟ। ସୋଫିଆକୁ ଏହି ନାଗରିକତା ସାଉଦୀର ଫ୍ୟୁଚର ଇନଭେସମେଣ୍ଟ ଇନସିଏିଟିଭ୍‌ ଭାବରେ ଦିଆଯାଇଛି।

ସହସ୍ରାଧିକ ନାଗରିକଙ୍କ ଉପସ୍ଥିତିରେ ନାଗରିକତ୍ୱ ମିଳିବା ପରେ ସୋଫିଆକୁ ଲୋକେ ଇଣ୍ଟରନେଟରେ ଖୋଜୁଛନ୍ତି। ଅନ୍ୟପକ୍ଷରେ କିଛି ଲୋକ ସୋଫିଆର ଅଧିକାର କ’ଣ ରହିବ, ଏ ନେଇ ସମାଲୋଚନା କରୁଛନ୍ତି। ସାଉଦୀ ଆରବରେ କୌଣସି ସର୍ବସାଧାରଣରେ ମହିଳା ବୁଲୁଥିବା ବେଳେ, ତାଙ୍କ ସ୍ଥାନରେ ଜଣେ ପରିଚିତ ପୁରୁଷ ରହିବା ଦରକାର ପଡ଼ିଥାଏ। ସେହି ପୁରୁଷ ପୁଣି ପରିବାରର ସଦସ୍ୟ ହେବା ଦରକାର। 

ସହସ୍ରାଧିକ ନାଗରିକଙ୍କ ଉପସ୍ଥିତିରେ ନାଗରିକତ୍ୱ ମିଳିବା ପରେ ସୋଫିଆକୁ ଲୋକେ ଇଣ୍ଟରନେଟରେ ଖୋଜୁଛନ୍ତି। ଅନ୍ୟପକ୍ଷରେ କିଛି ଲୋକ ସୋଫିଆର ଅଧିକାର କ’ଣ ରହିବ, ଏ ନେଇ ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, ସାଉଦୀ ଆରବରେ ମହିଳାମାନେ ହିଜାବ ପିନ୍ଧିବା ଆବଶ୍ୟକତା ହୋଇଥାଏ। ଏହା ବ୍ୟତୀତ ସାର୍ବସାଧାରଣ ସ୍ଥାନରେ ମହିଳାମାନେ ଏକା ବୁଲି ପାରିବେ ନାହିଁ। କିନ୍ତୁ ସୋଫିଆ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। କାର୍ଯ୍ୟକ୍ରମରେ ନିଜର ସମ୍ବୋଧନରେ ସୋଫିଆ କହିଥିଲା ଯେ, ଏହା ଐତିହାସିକ ଦିନ। ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ରୋବର୍ଟକୁ ନାଗରିକତା ପ୍ରଦାନ କରାଯାଇଛି।

ସାଉଦୀ ଆରବରେ କୌଣସି ସର୍ବସାଧାରଣରେ ମହିଳା ବୁଲୁଥିବା ବେଳେ, ତାଙ୍କ ସ୍ଥାନରେ ଜଣେ ପରିଚିତ ପୁରୁଷ ରହିବା ଦରକାର ପଡ଼ିଥାଏ। ସେହି ପୁରୁଷ ପୁଣି ପରିବାରର ସଦସ୍ୟ ହେବା ଦରକାର।

ଜଣେ ଟ୍ଵିଟର ୟୁଜର ଲେଖିଛନ୍ତି, ସୋଫିଆ ହିଜାବ ପିନ୍ଧୁ ନାହିଁ। ସେ ସାଧାରଣ ସ୍ଥାନକୁ କେମିତି ଆସିବ। କିନ୍ତୁ କିଛି ଲୋକ କହିଛନ୍ତି, ଦ୍ରୁତ ବୁଦ୍ଧି ପାଇଁ ସୋଫିଆକୁ ନାଗରିକତା ପ୍ରଦାନ କରାଯାଇଛି। ସୋଫିଆକୁ ହଙ୍ଗ୍‌କଙ୍ଗ୍‌ର କମ୍ପାନି ‘ହାସନ୍‌ ରୋମୋଟିକ୍ସ’ ଡିଜାଇନ୍‌ କରିଛି।

ସମ୍ବନ୍ଧିତ ଖବର