ସାଉଦି ଆରବରେ ରହିଛି ଏପରି ଅଜବ ନିୟମ, ନିୟମ ଭାଙ୍ଗିଲେ ମର!

ଆତଙ୍କର ସହର ସାଉଦି ଆରବ। ସାଉଦି ଆରବ ନାଁ ଶୁଣିଲେ ପ୍ରତ୍ୟେକଙ୍କ ମନରେ ସୃଷ୍ଟି ହୋଇଯାଇଥାଏ ଭୟର ବାତାବରଣ। ତେବେ ଆପଣ କେତେ ଜାଣିଛନ୍ତି ଏହି ଆତଙ୍କୀ ସହର ସଂପର୍କରେ? କାରଣ,ଆପଣ ଜାଣିଲେ ଚକିତ ହେବେ କି ଏହି ସହରରେ କିଛି ଏଭଳି ପ୍ରତିବନ୍ଧକ ଜାରି କରାଯାଇଛି ଯାହାକୁ ଯଦି କୌଣସି ବ୍ୟକ୍ତି ଭୁଲବଶତଃ ବି କରିପକାଏ ତେବେ ତାକୁ ଦଣ୍ଡସ୍ୱରୁପ ମିଳିଥାଏ ମୃତ୍ୟୁ ଦଣ୍ଡ। ତେବେ ଆସନ୍ତୁ ଜାଣିବା ସାଉଦି ଆରବ ସଂପର୍କରେ ରହିଥିବା ଅନେକ ରୋଚକ ପ୍ରତିବନ୍ଧକ ସଂପର୍କରେ।

ସାଉଦି ଆରବରେ ମହିଳାମାନଙ୍କର କୌଣସି ସ୍ୱାଧୀନତା ନଥାଏ। ସେଠାରେ ଜଣେ ଦୁଷ୍କର୍ମକାରୀକୁ ସେ ପର୍ଯ୍ୟନ୍ତ ଦଣ୍ଡ ମିଳି ନଥାଏ ଯେ ପର୍ଯ୍ୟନ୍ତ ତା ବିରୋଧରେ ୪ଟି ମୁଖ୍ୟ ସାକ୍ଷ୍ୟ ନମିଳିଛି।

ସାଉଦି ଆରବରେ ମହିଳାମାନଙ୍କୁ କୌଣସି ଅଜଣା ତଥା ଅଚିହ୍ନା ପୁରୁଷଙ୍କ ସହ କଥାବାର୍ତ୍ତା କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଯଦି କୌଣସି ମହିଳା ବାହାରକୁ ଯାଆନ୍ତି ତେବେ ତାଙ୍କ ସହ ପରିବାରର ଜଣେ ପୁରୁଷ ବ୍ୟକ୍ତି ମଧ୍ୟ ରହିବାକୁ ବାଧ୍ୟ। ଯାହା ସେଠାକାର ନିୟମ ଅଟେ।

ସାଉଦି ଆରବ ଦୁନିଆର ଏକ ଏଭଳି ଦେଶ ଯେଉଁଠାରେ ମହିଳାଙ୍କ ପିନ୍ଧିବା ପୋଷାକ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମହିଳାମାନେ ବାହାରକୁ ବାହାରିଲେ ଆଖି ଏବଂ ହାତକୁ ଛାଡି ବାକି ସଂପୂର୍ଣ୍ଣ ଶରୀରକୁ କଳା ରଙ୍ଗର ପୋଷାକରେ ଢାଙ୍କିବାକୁ ପଡ଼ିଥାଏ।

ସାଉଦି ଆରବରେ ମହିଳାଙ୍କୁ ଅତି ନିମ୍ନ ଦୃଷ୍ଟିରେ ଦେଖାଯାଇଥାଏ। ସେଥିପାଇଁ ତ ସେମାନଙ୍କୁ ଖୋଲାରେ ବୁଲିବାକୁ ବାରଣ କରାଯିବା ସହ ସେମାନେ କେଉଁଠି ଚାକିରି ମଧ୍ୟ କରି ପାରିବେ ନାହିଁ ଏବଂ ଜିମ୍‌ ବି ଯାଇପାରିବେ ନାହିଁ। ଯାହା ସେଠାକାର ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି।

ସାଉଦି ଆରବରେ ପର୍ଣ୍ଣ ଭିଡିଓ ତଥା ଅଶ୍ଳୀଳ ଭିଡିଓ ଦେଖିବା ଉପରେ କଡ଼ା ନିୟମ ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ଏପରି ଭିଡିଓ ଦେଖୁଥିବାବେଳେ ଧରା ପଡ଼ିଯାଏ ତେବେ ତାର ମୃତ୍ୟୁ ସୁନିଶ୍ଚିତ।

ସାଉଦି ଆରବରେ ସସ୍‌ ପଡିଥିବା ସାଣ୍ଡଉଇଚ୍‌ ,ପିଜା,ବରଗର ଆଦି ଫାଷ୍ଟଫୁଡ୍‌ ଖାଇବା ମନା। ଘୁଷୁରି ମାଂସ ଭକ୍ଷଣ କରିବା ମଧ୍ୟ ସାଉଦି ଆରବରେ ସଂପୂର୍ଣ୍ଣ ନିଷେଧ।

ସେଠାରେ ପ୍ରେମିକ-ପ୍ରେମିକାଙ୍କ ଦିବସ ତଥା ଭାଲେଂଟାଇନ୍‌ ଡେ ମଧ୍ୟ ପାଳନ କରାଯାଇ ନଥାଏ। ତେବେ ଏହି ଦିନର ପାଖାପାଖି ଏକ ମାସ ପୂର୍ବରୁ ମଧ୍ୟ କୌଣସି ବି ଦୋକାନି ଲଭ୍‌ ସିମ୍ବଲ୍‌ସ ଜନିତ କୌଣସି ବି ବସ୍ତୁ ବିକ୍ରି କରିପାରିବେ ନାହିଁ।

ସାଉଦି ଆରବରେ ସିନେମା ଦେଖିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସେଠାରେ ସିନେମା ଦେଖିବା ପୂରା ମନା। ଯେଉଁଥିପାଇଁ ସେଠାକାର ଲୋକମାନେ ଦୂର ଦେଶକୁ କେବଳ ସିନେମା ଦେଖିବାକୁ ଯାଆନ୍ତି।

ସାଉଦି ଆରବ ହେଉଛି ଗୋଟିଏ ଦେଶ ଯେଉଁଠି ମହିଳାମାନେ ପ୍ଲେନ୍‌ ତ ଚଲାଇ ପାରିବେ ଗାଡ଼ି ବି ଚଳାଇବା ମହିଳାଙ୍କୁ ମନା।

ସାଉଦି ଆରବରେ କୌଣସି ମହିଳା କିମ୍ବା ପୁରୁଷ ସମଲିଙ୍ଗୀ ସଂପର୍କ ରଖିପାରିବେ ନାହିଁ। ଯଦି କେହି ଏପରି କରନ୍ତି ତେବେ ସେମାନଙ୍କୁ ଦଣ୍ଡ ସ୍ୱରୂପ ମୃତ୍ୟୁଦଣ୍ଡ ଦିଆଯାଇଥାଏ।

ସମ୍ବନ୍ଧିତ ଖବର