ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ଣ୍ଣସିପ କରିବାର ସୁବିଧା ଦେଉଛି ଏସବିଆଇ!

ମାସକୁ ମିଳିବ ୧୨ ହଜାର ଟଙ୍କା, ଆବେଦନ କରିବାର ଶେଷ ତାରିଖ ମେ ୧୫

ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ ଆଣିଛି। ବିନା କୌଣସି ପରୀକ୍ଷାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଇଣ୍ଟର୍ଣ୍ଣସିପ କରିବାର ସୁବିଧା ଦେଉଛି ଏସବିଆଇ। କିନ୍ତୁ ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚି ରହିବା ଆବଶ୍ୟକ।

ସୂଚନା ଅନୁଯାୟୀ, ଏସବିଆଇ ଫାଉଣ୍ଡସେନ ଛାତ୍ରଛାତ୍ରୀଙ୍କୁ ଦୁଇ ମାସ ପାଇଁ ଇଣ୍ଟର୍ଣ୍ଣସିପ ସୁବିଧା ଦେଉଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ରିସର୍ଚ୍ଚ ଇଣ୍ଟର୍ଣ୍ଣ ଭାବେ ସାମିଲ କରାଯିବ। ଏହି ଦୁଇ ମାସର ଇଣ୍ଟର୍ଣ୍ଣସିପ ମଧ୍ୟରେ ଛାତ୍ରଛାତ୍ରୀମାନେ ରୋଜଗାର ଓ ସମାଜ ଉପରେ ହେଉଥିବା ରିସର୍ଚ୍ଚ ପ୍ରୋଜେକ୍ଟରେ ଏସବିଆଇ ଫାଉଣ୍ଡସେନକୁ ସହାୟତା କରିବେ।

ମେ ଓ ଜୁନ ଦୁଇ ମାସ ଚାଲିବ ଇଣ୍ଟର୍ଣ୍ଣସିପ। ଏହି ସମୟ ମଧ୍ୟରେ ଏସବିଆଇ ଫାଉଣ୍ଡେସନ ପ୍ରତିମାସରେ ଛାତ୍ରଛାତ୍ରୀଙ୍କୁ ୧୨ ହଜାର ଟଙ୍କାଏ ଲେଖାଏଁ ଷ୍ଟାଇପେଣ୍ଡ ଆକାରରେ ଦେବ। ଇଣ୍ଟର୍ଣ୍ଣସିପ ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ମାଷ୍ଟରଡ଼ିଗ୍ରୀ ରହିବା ଆବଶ୍ୟକ। ହ୍ୟୁମାନଟେରିୟମ ୱାର୍କରେ ମାଷ୍ଟରଡ଼ିଗ୍ରୀ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ। ଏସବିଆଇ ଫାଉଣ୍ଡେସନ ଇଣ୍ଟର୍ଣ୍ଣସିପରେ ଆବେଦନ କରିବା ପାଇଁ ମେ ୧୫ ପର୍ଯ୍ୟନ୍ତ ଶେଷ ତାରିଖ ରହିଛି । ଏହି ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ମୁମ୍ବାଇର ନରିମାନ ପଏଣ୍ଟରେ ଛାତ୍ରଛାତ୍ରୀ ମାନେ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ପାଇବେ।

ଏହି ଇଣ୍ଟର୍ଣ୍ଣସିପ ବିଷୟରେ ଅଧିକ ଜାଣିବା ପାଇଁ http://www.sbifoundation.in/careers ୱେବସାଇଟରେ ଦେଖିପାରିବେ। ଏଠାରେ ଆପଣଙ୍କୁ ଇଣ୍ଟର୍ଣ୍ଣସିପ ବାବଦକୁ ସମସ୍ତ ତଥ୍ୟ ମିଳିଯିବ।

ସମ୍ବନ୍ଧିତ ଖବର