ନକ୍ସଲଙ୍କ ଧମକକୁ ଖାତିର ନକରି ହାତରେ ଧନୁ ତୀର ଧରି ଜଙ୍ଗଲ ପାର ହୋଇ ପ୍ରତିଦିନ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ!

ପାଠ ପଢିବାର ନିଶା ଆଗରେ ହାର ମାନିଲା ନକ୍ସଲଙ୍କ ଧମକ

ପାଠ ପଢିବାର ନିଶା ଆଗରେ ହାର ମାନିଛି ନକ୍ସଲଙ୍କ ଧମକ । ପାଠ ପଢ଼ିବାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ କାନ୍ଧରେ ବ୍ୟାଗ, ଆଉ ହାତରେ ଧନୁ ତୀର ଧରି ପ୍ରତିଦିନ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ । ପାଠ ପଢିବା ପାଇଁ ଏମାନେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ଅଣ୍ଟା ଭିଡିଛନ୍ତି । ଏଭଳି ଘଟଣା ଝାଡ଼ଖଣ୍ଡ ଚାକୁଲିଆର ପୋଛପାନି ଗ୍ରାମରେ ଦେଖିବାକୁ ମିଳିଛି ।

ଏହି ଗ୍ରାମର ପିଲା ମାନଙ୍କୁ ସ୍କୁଲ ଯିବାକୁ ହେଲେ ଜଙ୍ଗଲ ପାର ହେବାକୁ ପଡିଥାଏ । କିନ୍ତୁ ଜଙ୍ଗଲଟି ନକ୍ସଲଙ୍କ କବଜାରେ ରହିଛି । ତେଣୁ ସ୍କୁଲ ଯିବା ସମୟରେ କାନ୍ଧରେ ବହି ବସ୍ତାନୀ ସହ ହାତରେ ଧନୁ ତୀର ଧରି ବାହାରିଥାନ୍ତି ଛାତ୍ରଛାତ୍ରୀ । ସବୁଠୁ ବଡ କଥା ହେଲା ବାରମ୍ବାର ନକ୍ସଲଙ୍କ ଧମକ ସତ୍ତ୍ୱେ ମଧ୍ୟ ପାଠ ପଢିବା ପାଇଁ ନିଜର ସୁରକ୍ଷା ନିଜେ କରିବାକୁ ଅଣ୍ଟା ଭିଡିଛନ୍ତି ଏହି ଛାତ୍ରଛାତ୍ରୀ । ଜଙ୍ଗଲ ମଧ୍ୟରେ ଯିବା ବେଳେ ଯଦି ନକ୍ସଲ ଆକ୍ରମଣ କରନ୍ତି ତେବେ ଏହାର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ହୋଇ ଘରୁ ବାହାରିଥାନ୍ତି ଛାତ୍ରଛାତ୍ରୀ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍କୁଲ ଯିବାକୁ ପିଲା ମାନଙ୍କୁ ଜଙ୍ଗଲ ପାର କରିବାକୁ ପଡିଥାଏ । କିନ୍ତୁ ଜଙ୍ଗଲରେ ଅଧିକାଂଶ ସମୟ ନକ୍ସଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଥାଏ । ପୂର୍ବରୁ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ସେଥିପାଇଁ ଛାତ୍ରଛାତ୍ରୀ ମାନେ ହାତରେ ଧନୁ ତୀର ଧରି ସ୍କୁଲ ଯାଉଛନ୍ତି ।

ସମ୍ବନ୍ଧିତ ଖବର