ମନ୍ତ୍ରୀଙ୍କ ଆସିବା ବାଟକୁ ଜଗିଜଗି ଛାତ୍ରଛାତ୍ରୀ ବେହାଲ, ଭୋକରେ କାନ୍ଦିକାନ୍ଦି ଘରକୁ ଫେରିଲେ

ଲକ୍ଷ୍ମୌ: ଛାତ୍ରଛାତ୍ରୀଙ୍କୁ ପାଠପାଢ଼ା ପ୍ରତି ଆକୃଷ୍ଟ କରିବାକୁ ସରକାର ମାଗଣା ଖାତା, ବହି ଠାରୁ ଆରମ୍ଭ କରି ମାଗଣା ଖାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ସରକାର ଯୋଗାଇଦେଉଛନ୍ତି । କିନ୍ତୁ ଏହି ପାଠପଢ଼ାକୁ ନେଇ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ମନ୍ତ୍ରୀଙ୍କ ପାଇଁ ଭୋକିଲା ରହିଲେ ସ୍କୁଲ ଛାତ୍ରଛାତ୍ରୀ । ଏପରିିକି ଭୋକରେ ସ୍କୁଲ ଛାତ୍ରଛାତ୍ରୀ କାନ୍ଦୁଥିଲେ ମଧ୍ୟ ଶୁଣିବାକୁ କେହି ନଥିଲେ । କାରଣ ସମସ୍ତେ ମନ୍ତ୍ରୀଙ୍କ ବାଟକୁ ଚାହିଁ ରହିଥିଲେ ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ପ୍ରାଥମିକ ଶିକ୍ଷା ମନ୍ତ୍ରୀ ଅନୁପମା ଜାୟସୱାଲଙ୍କ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡ଼କାଯାଇଥିଲା । ଦିନ ୧୨ଟାରୁ ଉଦଉଦିଆ ଖରାରେ ଆସି ମନ୍ତ୍ରୀଙ୍କ ବାଟକୁ ଚାହିଁ ରହିଥିଲେ ଛାତ୍ରଛାତ୍ରୀ । କିନ୍ତୁ ମନ୍ତ୍ରୀଙ୍କ ଦେଖା ଦର୍ଶନ ମିଳି ନଥିଲା । ୮ ଘଣ୍ଟାର ଅପେକ୍ଷା ପରେ ସ୍କୁଲରେ ପଡ଼ିଥିଲା ମନ୍ତ୍ରୀଙ୍କ ପାଦ । ସେତେବେଳକୁ ଭୋକରେ ଆଉଟୁପାଉଟୁ ହେଉଥିଲେ ଛାତ୍ରଛାତ୍ରୀ । ଏପରିକି କିଛି ଛାତ୍ରଛାତ୍ରୀ ସଭାସ୍ଥଳ ଛାଡ଼ି ଦେଇଥିଲେ ଏବଂ ରାସ୍ତାରେ ଭୋକରେ ଆଉଟପାଉଟ ହେଉଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର