ଲକ୍‌ଡାଉନ୍‌ ସମୟରେ ପରିବାରଲୋକଙ୍କ ସାହାଯ୍ୟ ପାଇଁ ସାଇକେଲରେ ବୁଲିବୁଲି ପରିବା ବିକ୍ରି କରୁଥିବା ଝିଅକୁ ପୁଲିସ ଉପହାରରେ ଦେଲେ ବାଇକ

ଗୋହ୍ଵାଟୀ: କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଦେଶରେ ଗତ ୪୦ଦିନ ହେବ ଲକ୍‌ଡାଉନ୍‌ ଚାଲିଛି। ଏବେ ଲକ୍‌ଡାଉନ୍‌ ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏହି ସମୟରେ ପୁଲିସ ପ୍ରଶାସନ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଭଳି ବାର୍ତ୍ତା ବାରମ୍ବାର ଲୋକମାନଙ୍କୁ ଦେଇ ଚାଲିଛନ୍ତି। ଏଥିସହିତ ଯେଉଁଠାରେ ଆବଶ୍ୟକ ପଡ଼ୁଛି ସେଠାରେ ପୁଲିସ ଘରଘର ବୁଲି ଲୋକମାନଙ୍କୁ ଆବଶ୍ୟକ ସାମଗ୍ରୀମାନ ଯୋଗାଇ ଦେଉଛି। ଏହି କ୍ରମରେ ଏକ ହୃଦୟସ୍ପର୍ଶୀ ଫଟୋ ଓ ଖବର ସାମ୍ନାକୁ ଆସିଛି।

जनमोनी के घर पहुंच गिफ्ट की बाइक

ଦେଶବ୍ୟାପୀ ଲକ୍‌ଡାଉନ୍‌ ସମୟରେ ଆସାମର ବୋଗିବିଲ ଅଞ୍ଚଳସ୍ଥ ସପ୍ପକତି ଘୋଗୋରା ଗ୍ରାମରେ ରହୁଥିବା ଜନମୋନି ଗୋଗୋ ପରିବାରଲୋକଙ୍କ ସାହାଯ୍ୟ ପାଇଁ ସାଇକେଲରେ ପରିବାର ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି। କାରଣ ଘରେ ତାଙ୍କ ପିତା ଗତ ଆଠବର୍ଷ ହେବ ରୋଗରେ ପଡ଼ିଛନ୍ତି। ରୋଜଗାର ପାଇଁ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜନମୋନି ପରିବାରଲୋକଙ୍କ ମୁହଁରେ ଦୁଇ ମୁଠା ଦାନା ଦେବାକୁ କିଏ କ’ଣ ଭାବିବ ସେକଥା ଚିନ୍ତା ନ କରି ପରିବା ବିକ୍ରି କରିବା ଆରମ୍ଭ କରିଥିଲେ।

ତେବେ ପରିବା ବିକ୍ରି କରୁଥିବା ସମୟରେ ଜନମୋନିଙ୍କ ଫଟୋ ଉଠାଇ କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାପରେ ଜନମୋନିଙ୍କ ଫଟୋ ଭାଇରାଲ ହୋଇଯାଇଛି। ସମସ୍ତେ ଜନମୋନିଙ୍କ ଏଭଳି କାମରେ ଖୁସି ହୋଇ ପ୍ରଶଂସା ବି କରିଛନ୍ତି।

Image
oneindia

ଦିବ୍ରୁଗଡ଼ ପୁଲିସ ଟୁଇଟର ଆକାଉଣ୍ଟରେ ସେୟାର କରି ଲେଖିଛି, ଜନମୋନି ଗୋଗୋ ନାମକ ଏହି ଝିଅ କୋଭିଡ-୧୯ ମହାମାରୀ ସମୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଥିବା ବେଳେ ପରିବାରଲୋକଙ୍କ ମୁହଁରେ ଦୁଇମୁଠା ଦାନା ଦେବା ପାଇଁ ସାଇକେଲ୍‌ରେ ବୁଲିବୁଲି ପରିବାର ବିକ୍ରି କରିବାର ବାଟକୁ ବାଛି ନେଇଛନ୍ତି। ଝିଅର ଏଭଳି କାମକୁ ଦେଖି ଖୁସି ହୋଇ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ୍‌ ଝିଅକୁ ଏକ ମୋଟରସାଇଲେ ଉପହାରରେ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର