ସ୍ତନ କର୍କଟ ଚିହ୍ନଟକାରୀ ଅର୍ନ୍ତବସ୍ତ୍ର ପ୍ରସ୍ତୁତ କଲେ ଏହି ମହିଳା, ରାଷ୍ଟ୍ରପତି କଲେ ସମ୍ମାନିତ

ନୂଆଦିଲ୍ଲୀ: ଭାରତରେ ଅନେକ ମହିଳାଙ୍କ ଜୀବନ କର୍କଟ ହେତୁ ଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଡାଟାରୁ ଜାଣିବାକୁ ମିଳିଛି ଯେ ୨୨ ଜଣ କର୍କଟ ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ଆକ୍ରାନ୍ତ। ସବୁଠାରୁ ଦୁଃଖର କଥା ହେଉଛି ୨ ଜଣ ସ୍ତନ କର୍କଟରେ ଆକ୍ରାନ୍ତ ମହିଳାଙ୍କ ଭିତରୁ ଜଣଙ୍କର ଜୀବନ ନିଶ୍ଚିତ ଚାଲିଯାଉଛି।

ମାତ୍ର ଏବେ ମହିଳାମାନେ ଆଶ୍ୱସ୍ତ ହେବା ଭଳି ଏକ ଖବର ହସ୍ତଗତ ହୋଇଛି। ସୂଚନା ରହିଛି ଯେ ଇଲେକ୍‌ଟ୍ରୋନିକ୍ସ ପ୍ରଦ୍ୟୋଗିକି କେନ୍ଦ୍ର(ସି-ମଟେ୍‌)ର ତ୍ରିଶୁର ଶାଖାରେ ଏକ ଟିମ୍‌ ମିଶି ମହିଳାଙ୍କ ସକାଶେ ଏକ ଅର୍ନ୍ତବସ୍ତ୍ର ବାହାର କରିଛନ୍ତି। ଏହି ଅର୍ନ୍ତବସ୍ତ୍ର ମହିଳାଙ୍କର ସ୍ତନ କର୍କଟକୁ ଚିହ୍ନଟ କରିପାରିବ। ଏଥିରେ କର୍କଟ ଚିହ୍ନଟ ପାଇଁ ଥର୍ମାଲ ଇମେଜିଂର ବ୍ୟବହାର କରାଯାଇଛି। ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ଡ. ଏ ସୀମା।

ସୀମାଙ୍କୁ ତାଙ୍କର ଏପରି ସଫଳତା ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି। ସୀମା କହିଛନ୍ତି କି ଏପରି ଏକ ବ୍ରା(ଅର୍ନ୍ତବସ୍ତ୍ର) ବାହାର କରିବା ପାଇଁ ୨୦୧୪ ମସିହାରୁ ତାଙ୍କ ମୁଣ୍ଡରେ ଭାବନା ଜୁଟିଲାଣି। ସେ ପ୍ରଥମେ ସ୍ତନ କର୍କଟକୁ ଚିହ୍ନିବା ପାଇଁ ରହିଥିବା ପ୍ରକ୍ରିୟାଗୁଡ଼ିକ ବିଷୟରେ ଭଲ ଭାବେ ଜାଣିବା ପରେ ଯାଇ ଏହି ଅର୍ନ୍ତବସ୍ତ୍ର ବାହାର କରିଛନ୍ତି, ସେଥିପାଇଁ ତାଙ୍କୁ ଏତେ ବର୍ଷ ସମୟ ଲାଗିଲା।

ସ୍ତନ କର୍କଟ ଚିହ୍ନଟ ପାଇଁ ମେମୋଗ୍ରାମ ବୋଲି ଏକ ଉପାୟ ଅଛି। ମାତ୍ର ଏହା ଆମ ଦେଶର ସମସ୍ତ ସ୍ତନ କର୍କଟ ପୀଡ଼ିତାଙ୍କୁ ଉପଲବ୍ଧ ହୋଇପାରେନା। ଏହା ଖୁବ୍‌ ଦାମୀ ହେବା ସହ ପାର୍ଶ୍ୱପ୍ରଭାବ ବି ରହିଛି। ମାତ୍ର ସୀମା ଏକ ପୋର୍ଟେବଲ୍‌ କର୍କଟ ଚିହ୍ନଟ ଡିଭାଇସ୍‌ ବାହାର କରିବାକୁ ଚାହୁଁଥିଲେ। ଯାହା ହେଉ, ସେ ଏହି ସଫଳତା ଅର୍ଜନ କରି ପାରିଛନ୍ତି।

ସମ୍ବନ୍ଧିତ ଖବର