ଏଣିକି ପୋଷା କୁକୁର ବାହାରେ ମଳତ୍ୟାଗ କଲେ ମାଲିକଙ୍କୁ ଦେବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା!

ଆଜିକାଲି ବହୁଳ ଭାବେ ଦେଖିବାକୁ ମିଳୁଛି ଯେ, ଅନେକ ଲୋକ ଘରେ କୁକୁର ରଖିବାକୁ ଅଧିକ ପସନ୍ଦ କରୁଛନ୍ତି। ନିଜର ସଉକ ହେଉ କିମ୍ବା ଘର ଜଗିବା ଉଦ୍ଦେଶ୍ୟରେ ପ୍ରାୟତଃ ଲୋକେ ଘରେ ବିଭିନ୍ନ ପ୍ରକାରର କୁକୁର ରଖୁଛନ୍ତି। ଏବେ କିନ୍ତୁ ସହରରେ କୁକୁର ପୋଷୁଥିଲେ ମାଲିକମାନଙ୍କୁ ସାବଧାନ ରହିବାକୁ ପଡିବ। ନ ହେଲେ ଦେବାକୁ ପଡ଼ିବାରେ ଜରିମାନା। ଆସନ୍ତୁ ଜାଣିବା ଏହାର କାରଣ।

ଯଦି ଆପଣ ଆପଣଙ୍କ କୁକୁରକୁ ବାହାରକୁ ବୁଲେଇବା ପାଇଁ କିମ୍ବା ୱାକରେ ନେଇ ଯାଉଛନ୍ତି, ତେବେ ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ କୁକୁର ବାହାରେ ମଳତ୍ୟାଗ ନକରେ। ଯଦି ଏପରି କିଛି ହେଉଛି ତେବେ ଏହାକୁ ଆପଣଙ୍କୁ ସଫା କରିବା ପାଇଁ ପଡିବ ନଚେତ ୫୦୦ ଟଙ୍କା ଜୋରିମାନା ଦେବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ଅର୍ଥାତ ଏଣିକି ସାର୍ବଜନିନ ସ୍ଥାନ ଯେପରିକି ରାସ୍ତା ହେଉ କିମ୍ବା ଫୁଟପାଥରେ କୁକୁରର ମଳତ୍ୟାଗରେ ସମ୍ପୃକ୍ତ ମାଲିକ କିମ୍ବା କେୟାର ଟେକରଙ୍କୁ ଜୋରିମାନା ଦେବାକୁ ପଡିପାରେ। କୁକୁରର ଏହି ମଳତ୍ୟାଗ କରିବା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ଅଟେ। ସେଥିନିମନ୍ତେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏପରିକି ଏହି ପ୍ରକ୍ରିୟା ଦକ୍ଷିଣ ମୁମ୍ବାଇ ଠାରେ ଆରମ୍ଭ ହୋଇଯାଇଥିବା ବେଳେ ସିଭିଲ ଅଧିକାରୀମାନେ ତିନି ଦିନରେ ୧୬ ଜଣ ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ କରିସାରିଲେଣି। ଏପରିକି ଦକ୍ଷିଣ ମୁମ୍ବାଇର କିଛି ଅଞ୍ଚଳରେ ଗୃହପାଳିତ କୁକୁରଙ୍କ ସଂଖ୍ୟା ମଧ୍ୟ ଅଧିକ। ଅଧିକାଂଶ ସଂଖ୍ୟାରେ ଲୋକମାନେ ନିଜ କୁକୁରକୁ ନେଇ ବାହାରକୁ ଚଲାବୁଲା କରିବା ପାଇଁ ଆସିଥାନ୍ତି। ତେବେ ଏପରି ସ୍ଥିତିରେ କୁକୁରମାନେ ଅଧିକାଂଶ ମାତ୍ରାରେ ମଳତ୍ୟାଗ କରିବା ଭଳି ଅଭିଯୋଗ ହେଉଥିବାରୁ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।

ସମ୍ବନ୍ଧିତ ଖବର