ସମୁଦ୍ର ପାଣିର ଉପସମ କ୍ଷମତା: ସ୍ୱାସ୍ଥ୍ୟ ଓ ଶାନ୍ତି ପାଇଁ କରନ୍ତୁ ସମୁଦ୍ର ସ୍ନାନ

ଶାରୀରିକ, ମାନସିକ ଏବଂ ଅଧ୍ୟାତ୍ମିକ ଏମିତି ଅନେକ ସ୍ତରରେ ଉପସମ ରହିଛି। ଲୋକେ କେବଳ ଶାରୀରିକ ଉପସମ ଉପରେ ଧ୍ୟାନ ଦେଇ ଅନ୍ୟାନ୍ୟ ଉପସମ ସ୍ତରକୁ ହେୟଜ୍ଞାନ କରି ଥାଆନ୍ତି। ସେଥିପାଇଁ ଲୋକେ ମାନସିକ ଏବଂ ଅଧ୍ୟାତ୍ମିକ ସ୍ତରରେ କ୍ୱଚିତ୍‌ ସନ୍ତୋଷ ଲାଭ କରି ଥାଆନ୍ତି। ତେଣୁ ସାମଗ୍ରିକ ଉପସମ ହାସଲ କରିବାକୁ ସମୁଦ୍ର ଜଳରେ ରହିଛି ଅନେକ ତତ୍ତ୍ୱ।

ସମୁଦ୍ର ଜଳରେ ଥିବା ଲୁଣ ଆମ ମଧ୍ୟରୁ ନକାରାତ୍ମକ ଶକ୍ତିକୁ ଧୋଇ ଦିଏ। ପରିସ୍ଥିତି, ପରିବେଶ, ଭାଇଭଉଣୀ, ପତିପତ୍ନୀ, ଉପରିସ୍ଥ ଅଧିକାରୀ ଏବଂ ଅନ୍ୟାନ୍ୟ କେତେକ ଲୋକଙ୍କ ସହ ମଣିଷ ପ୍ରତିକ୍ରିୟାରୁ ନକାରାତ୍ମକ ଶକ୍ତି ଜାତ ହୋଇଥାଏ। କିଛି ଦିନ ଅନ୍ତରରେ ସମୁଦ୍ର ଜଳରେ ସ୍ନାନ କଲେ ଏଭଳି ନକାରାତ୍ମକ ଶକ୍ତି ସବୁ ଧୋଇ ହୋଇ ଯାଇଥାଏ।

ସମୁଦ୍ର ଜଳ ଗଚ୍ଛିତ ଥିବା ନକାରାତ୍ମକ ଶକ୍ତିକୁ ଦୂରେଇ ଦେବା ସହ ମଣିଷର ଚେତନାକୁ ଏକ ଭିନ୍ନ ସ୍ତରକୁ ନେଇଯାଏ। ମଣିଷର ଚେତନା ସାଧାରଣ ସ୍ତର ଠାରୁ ଊର୍ଦ୍ଧ୍ୱମୁଖୀ ହେଲେ ତା’ ଠାରେ ସକାରତ୍ମକ ଶକ୍ତି ପ୍ରବେଶ କରେ। ମାନବ ଶରୀରରେ ଥିବା କେତେକ ନିର୍ଦ୍ଦିଷ୍ଟ ଚକ୍ର ସହ ସମୁଦ୍ର ଏବଂ ତା’ର ଗଭୀରତା ସମ୍ପୃକ୍ତ।

ସମୁଦ୍ର ଜଣ ମାନବର ଶକ୍ତି କ୍ଷେତ୍ରକୁ ମଧ୍ୟ ଶୋଧନ କରେ। ଏହା ଚେତନାକୁ ଶୁଦ୍ଧ କରୁଥିବାରୁ ଭାବନା ସ୍ପଷ୍ଟ ଓ ସକାରାତ୍ମକ ଏବଂ ଶାନ୍ତ ହୋଇଥାଏ।

ଶରୀର ମଧ୍ୟକୁ ଶକ୍ତି ପ୍ରବାହର ସନ୍ତୁଳନ ନ ରହିଲେ ଅଧିକାଂଶ ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ଥାଏ। ସମୁଦ୍ର ଜଳ ଶରୀର ଅଭ୍ୟନ୍ତର ସନ୍ତୁଳନକୁ ଫେରାଇ ଆଣିପାରୁ ଥିବାରୁ ଭଲ ନିଦ ହୁଏ ଏବଂ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ।

କ୍ରୋଧ ଏବଂ ଗ୍ଳାନି ଆଦି ଆବେଗ ଯୋଗୁଁ ଜାତ ନକାରାତ୍ମକ ଭାବନାକୁ ଉଶ୍ୱାସ କରିବାକୁ ସମୁଦ୍ର ଜଳରେ ଥାଏ ଅମାପ କ୍ଷମତା।

ସମ୍ବନ୍ଧିତ ଖବର