ସାପମାନଙ୍କର ଜିଭ ଦି’ ଫାଳ ହୋଇଗଲା କିପରି ?

ସାପକୁ ନେଇ ଆମ ମନରେ ଆଶଙ୍କା ଥାଏ। ତେବେ ସାପର ଜିଭ ଦୁଇ ଫାଳ କାହିଁକି ବୋଲି ଜାଣିବାକୁ ଚାହାଁନ୍ତି କି? ତେବେ ପଢନ୍ତୁ ଏହି କଥା।
ପୁରାଣ କାଳରେ ଦକ୍ଷ ପ୍ରତାପତିଙ୍କ ଦୁଇ କନ୍ୟା କଦ୍ରୁ୍ରୁ ଓ ବିନୀତା ଥିଲେ। ସେ ଦୁହେଁ ମୁନି କଶ୍ୟପଙ୍କର ଦୁଇ ପତ୍ନୀ ଥିଲେ। କିନ୍ତୁ ଭଉଣୀ ବିନୀତାଙ୍କୁ କୌଶଳ କ୍ରମେ ନିଜର ଦାସୀ କରି ରଖିଥିଲେ କଦ୍ରୁ।
ବିନୀତା ପ୍ରତିଦିନ ସକାଳେ ବଡ ଭଉଣୀଙ୍କ ଘରକୁ ଯାଇ ଦାସୀ ଭଳି କାମ ସାରି ରାତିରେ ଫେରନ୍ତି। ଦିନେ ବିନୀତାଙ୍କ ପୁତ୍ର ଗରୁଡ଼ ମାଆଙ୍କୁ କୁଆଡେ ଯାଉଛ ବୋଲି ପଚାରିଥିଲେ। ଏହାର ଉତ୍ତରରେ ମାଆ ନିଜର ଦାସତ୍ୱ ପ୍ରସଙ୍ଗ କହିଥିଲେ।
ଏହାପରେ ଗରୁଡ଼ ବିମାତାଙ୍କ ପୁତ୍ର ସର୍ପମାନଙ୍କୁ ମାଆଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ଚାହାଁନ୍ତି ବୋଲି କହିଲେ। ସର୍ପମାନେ କହିଲେ ଯେ ଯଦି ଗରୁଡ଼ ସ୍ୱର୍ଗଲୋକରୁ ଅମୃତ ଆଣି ଦେବେ, ତେବେ ମାଆଙ୍କୁ ଦାସତ୍ୱରୁ ମୁକ୍ତ କରିପାରିବେ।
ଗରୁଡ଼ ବଳବାନ୍‌ ଥିଲେ। ଏଣୁ ସେ ସ୍ୱର୍ଗ ଲୋକକୁ ଗଲେ ଓ ସେଠାରୁ ଅମୃତ କଳସ ଆଣି ସର୍ପମାନଙ୍କୁ ଦେଇଥିଲେ। ନିଜ ମାଆଙ୍କୁ ଦାସତ୍ୱରୁ ମୁକ୍ତ କରି ଆଣିବାରେ ସକ୍ଷମ ହେଲେ ଗରୁଡ଼।

ହେଲେ ସର୍ପମାନେ ଅମୃତ ପାଇବା ଲୋଭରେ ଦେବରାଜ ଇନ୍ଦ୍ରଙ୍କ କକ୍ଷକୁ ଗଲେ। ଇନ୍ଦ୍ର ସ୍ନାନ କରିବାକୁ ଯାଇଥିବା ବେଳେ ସାପମାନେ ଦେଖିଲେ ଏକ ଶଉପ ପଡ଼ିଛି। ତା’ଉପରେ କା’ଳେ ଅମୃତ ପଡ଼ିଥିବ ବୋଲି ଭାବି ଚାଟିବାରେ ଲାଗିଲେ। ଏହାଫଳରେ ସାପଙ୍କର ଜିଭ ଦି’ ଫାଳ ହୋଇଗଲା। ସେହି ଦିନଠାରୁ ସାପମାନଙ୍କର ଜିଭ ଦୁଇ ଫାଳ ହୋଇ ରହିଛି।

ସମ୍ବନ୍ଧିତ ଖବର