ଏଭଳି ଏକ ଗାଁ ଯେଉଁଠାରେ କେବଳ ମହିଳାମାନେ ରୁହନ୍ତି!

ବିଶ୍ୱରେ ରହିଛି ଏଭଳି ଏକ ଗାଁ ଯେଉଁଠାରେ କେବଳ ମହିଳାମାନେ ବସବାସ କରନ୍ତି। ଏହି ଗ୍ରାମରେ ପୁରୁୁଷମାନଙ୍କୁ ରହିବାକୁ ଦିଆଯାଏ ନାହିଁ। କେବଳ ଏତିକି ନୁହେଁ ଏହି ଗ୍ରାମର ସୁରକ୍ଷା ପାଇଁ ମଧ୍ୟ ବନ୍ଧୁକଧାରୀ ମହିଳାମାନେ ଜଗି ରହିଛନ୍ତି। ଏଭଳି ଏକ ଗ୍ରାମ ଉତ୍ତର ସିରିଆରେ ରହିଛି।

ଉତ୍ତର ସିରିଆର ଏଭଳି ଏକ ଗାଁ ରହିଛି ଯେଉଁଠି କେବଳ ମହିଳା ରହୁଛନ୍ତି । ଏଠାରେ ପୁରୁଷ ମାନଙ୍କୁ ରହିବାକୁ ଦିଆଯାଇନଥାଏ । ଏହି ଗାଁକୁ ଏଭଳି ଭାବରେ ବନାଯାଇଛି ଯେ, ଏଠାରେ ସାମାନ୍ୟ ଆବଶ୍ୟକୀୟ ସାମଗ୍ରୀ ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରିବାକୁ ପଡିନଥାଏ । ଗାଁର ପ୍ରବେଶ ଦ୍ୱାରରେ ସୁରକ୍ଷା ପାଇଁ ମହିଳାମାନେ ବନ୍ଧୁକ ଧରି ଜଗି ରହିଥାନ୍ତି ।

ମହିଳାଙ୍କ ଏକ ଗ୍ରୁପ ଗତ ଦୁଇ ବର୍ଷ ମଧ୍ୟରେ ଏହି ଗାଁକୁ ସ୍ଥାପନା କରିଛନ୍ତି । କେବଳ ମହିଳା ମାନେ ଏହି ଗାଁକୁ ଶାସନ କରୁଛନ୍ତି । ପୁରୁଷମାନଙ୍କୁ ଏଠାରେ ପୂରାଇ ଦିଆଯାଇନଥାଏ । ଗାଁ ସ୍ଥାପନା କରିଥିବା ମହିଳା ଗୋଷ୍ଠୀଙ୍କ କହିବା ଅନୁଯାୟୀ, ଏହା ମହିଳା ସଶକ୍ତିକରଣର ଏକ ଅଂଶ । ଏହି ଗାଁରେ ବାସ କରୁଥିବା ଜେନବ ଗାବେରୀ ନାମକ ମହିଳାଙ୍କ କହିବା ଅନୁଯାୟୀ, ଏହି ଗାଁରେ ପୁରୁଷଙ୍କର କୌଣସି ଆବଶ୍ୟକତା ନାହିଁ । ଏହା କେବଳ ମହିଳାଙ୍କ ପାଇଁ ଯେଉଁଠି ମହିଳାମାନେ ନିଜ ଗୋଡରେ ନିଜେ ଛିଡା ହେବାକୁ ଚାହୁଁଛନ୍ତି ।

ଏହି ଗାଁକୁ ସ୍ଥାପନା କରିବା ପଛରେ ଅର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ସାହାର୍ଯ୍ୟ କରିଛନ୍ତି । ଏପରିକି ଗାଁର ଘର ଗୁଡିକୁ ମଧ୍ୟ ମହିଳାମାନେ ନିର୍ମାଣ କରିଛନ୍ତି । ଏପରିକି ଗାଁ ମଧ୍ୟରେ ମହିଳାମାନଙ୍କର ଷ୍ଟାଚ୍ୟୁ ମଧ୍ୟ ଲଗାଯାଇଛି । କିଛିବର୍ଷ ପୂର୍ବେ ଏହି କ୍ଷେତ୍ରରେ ଆଇଏସଆଇର ପ୍ରଭାବ ଦେଖିବାକୁ ମିଳିଥିଲା । ଆଇଏସଆଇ ଏହି କ୍ଷେତ୍ରକୁ ଧ୍ୱଂସସ୍ତୁପରେ ପରିଣତ କରିଥିଲେ । ଆଇଏସଆଇ ଏଠାରୁ ନିପାତ ହେବା ପରେ ଏହି କ୍ଷେତ୍ରରେ ଏକ ମହିଳା ଗୋଷ୍ଠୀ ଗାଁ ସ୍ଥାପନା କରିବାକୁ ଚିନ୍ତା କରିଥିଲେ । ଯେଉଁଠାରେ କେବଳ ମହିଳାମାନେ ରହିପାରିବେ ।

ସମ୍ବନ୍ଧିତ ଖବର