ଜୀବନକୁ ଖାତିର ନ କରି ହୁତୁ ହୁତୁ ହୋଇ ଜଳୁଥିବା ଟ୍ରାକ୍ଟରକୁ କେନାଲରେ ଭର୍ତ୍ତି କରି ୧୦୦ଟି ପରିବାରର ଜୀବନ ବଞ୍ଚାଇଲେ ଚାଷୀ ,ଦେଖନ୍ତୁ କେମିତି ଥିଲା ସେ ସମୟର ଦୃଶ୍ୟ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଥିବା ଜମାନକଟ୍ଟି ଗାଁରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ୟେଙ୍କପ୍ପା ନାମକ ଜଣେ ଯୁବକ ନିଜ ଅଞ୍ଚଳରେ ହିରୋ ବନିଛନ୍ତି । ନିଜ ଜୀବନକୁ ଖାତିର ନ କରି ସେ ଜଳି ଯାଉଥିବା ଟ୍ରାକ୍ଟରକୁ ଚଲାଇ ପାଖରେ ଥିବା ଏକ ନାଳରେ ଭର୍ତ୍ତି କରିଥିଲେ । ଯାହା ଫଳରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ୟେଙ୍କପ୍ପାଙ୍କ ଏଭଳି କାମ ୧୦୦ଟି ପରିବାରକୁ ଜଳିବାରୁ ବଞ୍ଚାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସୋମବାର ଅପରାହ୍ନ ୪ଟା ସମୟରେ ଏକ ଟ୍ରାକ୍ଟର ନଡ଼ା ବୋଝେଇ କରି ଜମାନକଟ୍ଟି ଗାଁ ଦେଇ ଯାଉଥିଲା । ଏହି ସମୟରେ ଟ୍ରାକ୍ଟରଟି ଉପରେ ଥିବା ଏକ ବିଦ୍ୟୁତ୍‌ ତାର ସଂଯୋଗରେ ଆସିବାରୁ ଲଦା ଯାଇଥିବା ନଡ଼ାରେ ନିଆଁ ଲାଗି ଯାଇଥିଲା । ଯାହା ଦେଖି ଗାଁରେ ଉପସ୍ଥିତ ଥିବା ଲୋକେ ହତବାକ୍‌ ହୋଇ ଯାଇଥିଲେ । କ’ଣ କରାଯିବ ବୋଲି ଲୋକେ ଭାବୁଥିବା ବେଳେ ୟେଙ୍କପ୍ପା ଟ୍ରାକ୍ଟର ଚଳାଇ ପାଖରେ ଥିବା ନାଳ ଭିତରେ ଟ୍ରାକ୍ଟକୁ ଭର୍ତ୍ତି କରି ଦେଇଥିଲେ । ଯାହା ଫଳରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଜମାନକଟ୍ଟି ଗାଁ ଲୋକେ । ଏହି ଘଟଣା ପରେ ୟେଙ୍କପ୍ପାଙ୍କେ ପିଠି ଏବଂ ଶରୀରର ଅନେକ ସ୍ଥାନ ଜଳି ଯାଇଥିବା ବେଳେ ଏଭଳି କାମ କରି ସେ ଖୁସିଥିବା କହିଛନ୍ତି । ଅନ୍ୟ ପକ୍ଷରେ ଖବର ପ୍ରସାର ହେବା ପରେ ସମସ୍ତେ ୟେଙ୍କପ୍ପାଙ୍କ ସାହାସକୁ ପ୍ରଶଂସା କରିବାରେ ଲାଗିଛନ୍ତି ।
ସମ୍ବନ୍ଧିତ ଖବର