୮୦ଟଙ୍କାର ଋଣରେ ଆରମ୍ଭ କରାଯାଇଥିବା ଏହି କମ୍ପାନିର କାରବାର ଆଜି ୮୦୦କୋଟି ପହଞ୍ଚିଛି; ଏହାର ଉତ୍ପାଦ ଏବେ ଘରେ ଘରେ ପହଞ୍ଚିଛି

ନୂଆଦିଲ୍ଲୀ : ଲିଜ୍ଜତ ପାମ୍ପଡ଼ର ସ୍ୱାଦର ମଜା ଆପଣମାନେ ନେଇଥିବେ ନିଶ୍ଚୟ । ପ୍ରତି ଘରେ ଖାଇବା ସମୟରେ ସମସ୍ତେ ଲିଜ୍ଜତ ପାମ୍ପଡ଼ ଖାଇବାକୁ ହିଁ ପସନ୍ଦ କରିଥାନ୍ତି । ଲିଜ୍ଜତ ଶବ୍ଦର ଅର୍ଥ ସ୍ୱାଦିଷ୍ଟ ହୋଇଥିବା ବେଳେ ନାଁ ଅନୁସାରେ ସମସ୍ତଙ୍କୁ ପସନ୍ଦ ଆସିଛି ପାମ୍ପଡ଼ । ତେବେ ଯେଉଁ ଲିଜ୍ଜତ ପାମ୍ପଡ଼ର ସ୍ୱାଦ ଆପଣାନେ ନେଉଛନ୍ତି ତାହାର ଇତିହାସ ବିଷୟରେ ଆପଣ ଜାଣିଛନ୍ତି କି? ୭ଜଣ ଗୁଜୁରାଟୀ ମହିଳା ମିଶି କିପରି ଏହାକୁ ଆରମ୍ଭ କରିଥିଲେ ତାହା ବୋଧହୁଏ କାହାକୁ ଜଣା ନ ଥିବ । ୮୦ଟଙ୍କା ଋଣ କରାଯାଇ ଏହାକୁ ଆରମ୍ଭ କରାଯାଇଥିବା ବେଳେ ତାହା ଏବେ ୮୦୦କୋଟିରେ ପହଞ୍ଚିଛି । ଯେଉଁଠି ପ୍ରାୟ ୪୫ହଜାରରୁ ଅଧିକ ମହିଳା କାମ କରୁଛନ୍ତି ।

jansatta.com

ସୂଚନା ମୁତାବକ,୧୯୫୦ ମସିହାରେ ୭ଜଣ ଗୁଜୁରାଟୀ ମହିଳା ନିଜର ଘର ଚଳାଇବା ପାଇଁ ପାମ୍ପଡ଼ ତିଆରି କରିବା ଆରମ୍ଭ କରିଥିଲେ । ଘର ଚଳାଇବା ପାଇଁ ସେ କେବଳ ଏହି କାମ କରି ପାରୁଥିବା ବେଳେ ଏହି କାମକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କ ପାଖରେ ଟଙ୍କା ନଥିଲା । ନିଜର ଏକ କମ୍ପାନୀ ଆରମ୍ଭ କରିବା ପାଇଁ ସେମାନେ ସମାଜସେବୀ ଚଗନଲାଲ କରମାସୀ ପାରେଖ୍‌ଙ୍କଠାରୁ ୮୦ଟଙ୍କା କରଜ କରିଥିଲେ । ଏହି ଟଙ୍କାକୁ ନେଇ ଅଚଳ ପଡ଼ିଥିବା ଏକ ପାମ୍ପଡ଼ କମ୍ପାନୀକୁ କିଣିବା ସହ ଚାଲୁ କରିଥିଲେ । ଧିରେ ଧିରେ କାମ ଭଲ ଚାଲିବା ସହ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହେଲା । ଆରମ୍ଭରୁ ୧୮ବର୍ଷରୁ କମ ପିଲାମାନେ ମଧ୍ୟ ଏଥିରେ କାମ କରୁଥିବା ବେଳେ ପରେ ୧୮ବର୍ଷରୁ ବୟସର ଅଧିକ ଯୁବତୀଙ୍କୁ ହିଁ କାମ ଦିଆଯିବ ବୋଲି ସ୍ଥିର କରାଯାଇଥିଲା । ୩ ମାସ ମଧ୍ୟରେ ୨୫ଜଣ ମହିଳା ପାମ୍ପଡ଼ ତିଆରି କରିବା ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ୬୧୯୬ଟଙ୍କାର ପାମ୍ପଡ଼ ବିକ୍ରି ହୋଇଥିଲା । ଧିରେ ଧିରେ ଲୋକମାନଙ୍କ ଦ୍ୱାରା ଏବଂ ଖବରକାଗଜ ଦ୍ୱାରା ଏହି ପାମ୍ପଡ଼ ବିଷୟରେ ଲୋକେ ଜାଣିବାକୁ ପାଇଲେ । ଦ୍ୱିତୀୟ ବର୍ଷ ଶେଷ ବେଳକୁ ପ୍ରାୟ ୩୦୦ମହିଳା କାମ କରିବା ଆରମ୍ଭ କରି ସାରିଥିଲେ । ୧୯୬୨ରେ ପାମ୍ପଡ଼ର ନାଁ ଲିଜ୍ଜତ ଏବଂ ସଂଗଠନର ନାଁ ଶ୍ରୀ ମହିଳା ଗୃହ ଉଦ୍ୟେଗ ଲିଜ୍ଜତ ପାମ୍ପଡ଼ ରଖାଗଲା । ଆଜି ବଜାରରେ ଏହି ସଂଗଠନ ଦ୍ୱାରା ତିଆରି କରାଯାଉଥିବା ଅନେକ ପ୍ରକାରର ପାମ୍ପଡ଼,ଆଚାର,ଅଟା,ଚା’ ପତି ଇତ୍ୟାଦି ଜିନିଷ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର