ଯୌନ ଆବେଗ/କାମ ବାସନା ପବିତ୍ର; ଶୃଙ୍ଗାର ଭାବନା ପାପ ନୁହେଁ! : ଚର୍ଚ୍ଚ ପ୍ରକାଶିତ ପତ୍ରିକା

ଆଲାପୁଝା: ‘ଯୌନ ଆବେଗ ବା କାମ ବାସନା ହେଉଛି ପବିତ୍ର ଏବଂ ପରମ୍ପରା ଅନୁମୋଦିତ; ସେହିପରି କାମଭାବ ବା ଶୃଙ୍ଗାର ରସ ଏକ ପାପ ନୁହେଁ!’ ଏହି ଦୃଷ୍ଟିରୁ ସୁଖପୂର୍ଣ୍ଣ ଓ ନିରାମୟ ଦାମ୍ପତ୍ୟ ଜୀବନ ପାଇଁ ଦମ୍ପତିଙ୍କ ମଧ୍ୟରେ ଶୃଙ୍ଗାର ଭାବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ, ଆମମାନଙ୍କ ମନରେ ଯେଉଁ ଅବଧାରଣା ରହିଛି ଯେ ଭକ୍ତି ଓ ଧର୍ମ ମାର୍ଗରେ ଯୌନ ଆବେଗ ଏକ ଅଭିଶାପ; ଏହା କେବଳ ମାତ୍ର ପ୍ରଜନନ ପାଇଁ ଉଦ୍ଦିଷ୍ଟ ଏକ ମାଧ୍ୟମ; ତାହା ସଂପୂର୍ଣ୍ଣ ଭ୍ରାନ୍ତ, ଲୋକ ଦେଖାଣିଆ ଏବଂ ସୁନାମ ପାଇଁ ଏକ ମିଥ୍ୟା ଆବରଣ ମାତ୍ର!

ଖ୍ରୀଷ୍ଟମାସ୍‌ ପର୍ବ ଉପଲକ୍ଷେ କେରଳର ଏକ ଚର୍ଚ୍ଚ ପକ୍ଷରୁ ପ୍ରକାଶିତ ଏକ ସ୍ୱତନ୍ତ୍ର ସଂଖ୍ୟା ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଦମ୍ପତିଙ୍କ ମଧ୍ୟରେ ଶୃଙ୍ଗାର ରସକୁ ଜାଗ୍ରତ କରିବା ପାଇଁ ପରାମର୍ଶ ଦିଆଯାଇ କୁହାଯାଇଛି, ‘ଯୌନ ଆବେଗ ଓ କାମବାସନାର ଚରିତାର୍ଥ ହେଉଛି ଶରୀର ଓ ମସ୍ତିଷ୍କର ଆନନ୍ଦୋତ୍ସବ ପାଳନ। କିନ୍ତୁ, ବିନା ପ୍ରେମ ଓ ଶୃଙ୍ଗାର ରସରେ ଶରୀରିକ ସଂପର୍କ ଏକ ବାଣବାଜା ଶୂନ୍ୟ ଉତ୍ସବ ପାଳନ ପରି! ଯଦି ଦୁଇ ଶରୀରର ପ୍ରକୃଷ୍ଟ ଆନନ୍ଦଦାୟକ ମିଳନ ଲୋଡ଼ା ତେବେ ସେ କ୍ଷେତ୍ରରେ ଦୁହିଁଙ୍କର ମସ୍ତିଷ୍କ ମଧ୍ୟ ମିଳିତ ହେବାର ଆବ୍ୟକତା ରହିଛି ଏବଂ ଉଭୟ ଶରୀର ଓ ମସ୍ତିଷ୍କ ମଧ୍ୟରେ ଭାରସମ୍ୟ ରକ୍ଷାର ଆବଶ୍ୟକତା ରହିଛି।’

timesofindia

‘ସେକ୍ସ ଆଣ୍ଡ୍‌ ଆୟୁର୍ବେଦ’ ଶୀର୍ଷକରେ ଚାରି ପୃଷ୍ଠା ବ୍ୟାପି ଆଲେଖ୍ୟରେ ଲେଖକ ଡାକ୍ତର ସନ୍ତୋଷ ଥୋମାସ୍‌ ଏ ବାବଦରେ ବିଶଦ ବର୍ଣ୍ଣନା ଦେଇଛନ୍ତି।

ଆୟୁର୍ବେଦ ଅଷ୍ଟାଙ୍ଗ ହୃଦୟମ୍‌ର ଉଲ୍ଲେଖ କରି ଡା. ଥୋମାସ୍‌ ଲେଖିଛନ୍ତି, ‘ଶାସ୍ତ୍ର ଅନୁଯାୟୀ ମହିଳାମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି। ଆଉ ସେଗୁଡ଼ିକ ହେଲେ: ‘ପଦ୍ମିନୀ’, ‘ଚିତ୍ରିଣୀ’, ‘ଶଙ୍ଖିନୀ’ ଏବଂ ‘ହସ୍ତିନୀ’। ସେମାନଙ୍କର ଶରୀର ଗଠନ ଓ ଆକୃତିକୁ ବିଚାରକୁ ନେଇ ସେମାନଙ୍କୁ ଏହି ଚାରି ଶ୍ରେଣୀରେ ବର୍ଗୀକାରଣ କରାଯାଇଛି। ଏହି ଚାରି ଶ୍ରେଣୀର ମହିଳାଙ୍କ ସହ କିପରି ସୁସ୍ଥ ଓ ଆବେଗ ପୂର୍ଣ୍ଣର୍ ଯୌନ ସଂପର୍କ ରଖାଯିବ ସେ ସଂପର୍କରେ କାମଶାସ୍ତ୍ର ଓ ଆୟୁର୍ବେଦରେ ବିଶଦ ବର୍ଣ୍ଣନା ଦିଆଯାଇଛି।’ ତେଣୁ, ସୁସ୍ଥ ଓ ଆବେଗ ପୂର୍ଣ୍ଣ ଯୌନ ସଂପର୍କ ପୂର୍ବରୁ ଶୃଙ୍ଗାର ଭାବନାର ପ୍ରୟୋଜନ ଅଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଖ୍ରୀଷ୍ଟଜନ୍ମ ତଥା ବଡ଼ଦିନ ଉପଲକ୍ଷେ ଏକ ଚର୍ଚ୍ଚ ପକ୍ଷରୁ ପ୍ରକାଶିତ ଏକ ସ୍ୱତନ୍ତ୍ର ସଂଖ୍ୟା ପତ୍ରିକାରେ ଏହି ଆଲେଖ୍ୟକୁ ଲେଖିଛନ୍ତି ଡାକ୍ତର ସନ୍ତୋଷ ଥୋମାସ୍‌। ସଂପୃକ୍ତ ପତ୍ରିକାର ସଂପାଦକ ଥିବା ଫାଦର୍‌ ଜାଭିୟର କୁଦିୟାମ୍‌ସେରି କହିଛନ୍ତି ଯେ ଏହି ପ୍ରବନ୍ଧର ପ୍ରାବନ୍ଧିକ ଆମ ପତ୍ରିକାର ଜଣେ ନିୟମିତ ଲେଖକ। ସେ ଯାହା ଲେଖିଛନ୍ତି ସେଥିରେ କୌଣସି ପ୍ରକାରର ଅଯୌକ୍ତିକତା ନାହିଁ।

ସେହିପରି ଏହି ପତ୍ରିକାର ଜଣେ ନିୟମିତ ପାଠକ ଥିବା ପିଭି ଭର୍ଗିଜ୍‌ ଏହି ପ୍ରବନ୍ଧ ଉପରେ ନିଜର ମତ ରଖି କହିଛନ୍ତି, ‘ଏହି ପ୍ରବନ୍ଧରେ କୌଣସି ପ୍ରକାରର ଭୁଲ୍‌ କିମ୍ବା ଅସଂଗତି ନାହିଁ। କାରଣ, ଯୌନ ଆବେଗ ବା ଯୌନ ବାସନା ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏବଂ ସୁସ୍ଥ ଜୀବନ ଯାପନ ପାଇଁ ଏହା ଏକାନ୍ତ ଅପରିହାର୍ଯ୍ୟ।’

 

ସମ୍ବନ୍ଧିତ ଖବର