ଏହି ୩ଟି କାମରେ ସଂକୋଚ କରିବା ଠିକ୍‌ ନୁହେଁ !

ଆମେ ବେଳେ ବେଳେ ଏଭଳି କାମ କରିଥାଉ ଯେଉଁକାମ ପାଇଁ ଲାଜ ଲାଗେ । ହେଲେ ଚାଣକ୍ୟ ନୀତି ଅନୁଯାୟୀଏହି ୩ଟି କାମ ବେଳେ ଲଜ୍ଜା କରିବା ଠିକ୍‌ ନୁହେଁ। ଆସନ୍ତୁ ଜାଣିବା କ’ଣ ଅଟେ ଏହି ୩ଟି କାମ?…..
୧-ଧନପ୍ରାପ୍ତିରେିଁ:-ଟଙ୍କା ନେଣଦେଣ କାର୍ଯ୍ୟରେ ଲାଜ କରନ୍ତୁ ନାହିଁ।ଅର୍ଥାତ୍‌ ଆପଣ ଯଦି କାହାକୁ ଉଧାର ଦେଇଛନ୍ତି,ହେଲେ ତାଙ୍କଠାରୁ ଟଙ୍କା ମାଗିବାକୁ ଲଜ୍ଜା ଅନୁଭବ କରୁଛନ୍ତି ତ ଏପରି କରିବାଟା ଆପଣଙ୍କ ଲାଗି ଆଦୌ ଠିକ୍‌ ହୋଇନଥାଏ,କାହିଁକିନା ଏହାଦ୍ୱାରା ଆପଣଙ୍କର ଧନହାନି ହୋଇଥାଏ।

 


୨-ଭୋଜନ ସମୟରେିଁ:-ଭୋଜନ ସମୟରେ ଲଜ୍ଜା କରିବା ଦ୍ୱାରା ଆମେ ଆମ ପେଟକୁ ଭୋକିଲା ରଖିଥାଉ। ଉଦାହାରଣସ୍ୱରୂପ ଆମେ ଯଦି କୌଣସି ବନ୍ଧୁ କି ସଂପର୍କୀୟଙ୍କ ଘରକୁ ଯାଇଥାଉ ତ ଲଜ୍ଜା କାରଣକୁ ତାଙ୍କ ଘରେ ଖାଇ ନଥାଉ, ଯାହାଦ୍ୱାରା କି ଆମେ ଭୋକିଲା ରହିଯାଉ ଓ ଖାଲି ପେଟରେ ଘରକୁ ଫେରୁ! ତେଣୁ ଚାଣକ୍ୟ ନୀତିକୁ ଅନୁସରଣ କରି ଆପଣ କେବେ ବି ଭୋଜନ ସମୟରେ ଲଜ୍ଜା କରନ୍ତୁ ନାହିଁ।

୩-ଗୁରୁଙ୍କ ପାଖରୁ ଜ୍ଞାନ ଆହରଣ ସମୟରେିଁ:-ଚାଣକ୍ୟଙ୍କ ନୀତି ଅନୁଯାୟୀ, ଯଦି ଆମେ ଗୁରୁଙ୍କଠାରୁ ଜ୍ଞାନ ଆହରଣ କରିବାରେ ସଂକୋଚ ବା ଲଜ୍ଜା ଅନୁଭବ କରୁ ତ ତେବେ ଆମେ ଅଜ୍ଞାନ ବା ମୁର୍ଖ ହୋଇଥାଉ।

ସମ୍ବନ୍ଧିତ ଖବର