ମଧ୍ୟପ୍ରଦେଶରେ ରହିଛି ଏଭଳି ଏକ ଗାଁ ଯେଉଁଠି ପରମ୍ପରା ନାମରେ ଗାଈର ଗୋଡ଼ ତଳେ ଦଳିଚକଟି ହୋଇଯାଏ ଜୀବନ!

ଏବେ ବି ପରମ୍ପରା ନାଁରେ ଦେଶରେ ଅନେକ ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି । ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଅନେକ ନକରିବା କାମ କରୁଛନ୍ତି । ଏପରି ପରମ୍ପରାର କେବେ କିଏ ଆରମ୍ଭ କରିଛି ତାହା ଜଣାନାହିଁ । ହେଲେ ଲୋକେ ଏପରି ପରମ୍ପରାକୁ ଅନ୍ଧ ଭାବରେ ପାଳନ କରୁଛନ୍ତି । ଠିକ୍ ଭୁଲର ବିଚାର ନକରି ସମସ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଯେଉଁ ପରମ୍ପରା ଦରକାର ନାହିଁ ତାହା ବି ପାଳନ କରୁଛନ୍ତି । ଅନ୍ୟପଟେ କହିବାକୁ ଗଲେ ଦେଶରେ ପାଳନ ହେଉଥିବା ସମସ୍ତ ପରମ୍ପରା ମଧ୍ୟ ଭିତ୍ତି ମଧ୍ୟ ଭୁଲ ନୁହେଁ। ତେବେ କିଛି ଏପରି ପରମ୍ପରା ରହିଛି, ଯାହାଦ୍ୱାରା ଲୋକଙ୍କ ଜୀବନ ବିପଦ ମୁଖରେ ପଡ଼ୁଛି ।

ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାର ଏକ ଗାଁ ଭୀଡ଼ାବଦ । ଏଠାରେ ପାଦ ତଳେ ଦଳି ହୋଇଯାଏ ମାନବିକତା । ପରମ୍ପରା ଅନୁସାରେ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରାଯାଏ । ଆଉ ଏହି ଅବସରରେ ପାଳନ ହୁଏ ଏକ ଅଜବ ପରମ୍ପରା । ପରମ୍ପରା ମୁତାବକ ଚାରି ହଜାର ଲୋକ ବସବାସ କରୁଥିବା ଏହି ଗାଁରେ ପାଳନ ହୁଏ ଏହି ପରମ୍ପରା ।

ଭୀଡ଼ବାଦ ଗାଁରେ ଦୀପାବଳୀ ପରଦିନି ଲୋକେ ସଡ଼କରେ ଶୋଇଯାଆନ୍ତି । ଆଉ ଆରମ୍ଭ ହୋଇଯାଏ ଅନ୍ଧବିଶ୍ୱାସର ଖେଳ । ମାଟିରେ ଶୋଇଥିବା ଲୋକଙ୍କ ଉପରେ ହଜାର ହଜାର ଗାଈ ଦଳିମକଚି ଚାଲିଯାଆନ୍ତି । ପରମ୍ପରା ଅନୁସାରେ ମାନ୍ୟତା ରହିଛି ଏପରି କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ । ବର୍ଷବ ବର୍ଷର ଉଧାର ଶୁଝିହୋଇଯାଏ । ବିବାହ କିମ୍ବା ପିଲାପିଲି ହେଉନଥିଲେ ତାହାର ବି ପୂରଣ ହୋଇଯାଏ । ଚାକିରି ମିଳିଯାଏ ଏବଂ ସମସ୍ତ ମନୋସ୍କାମନା ପୂରଣ ହୋଇଯାଏ ।

ପରମ୍ପରା ଅନୁସାରେ ମା ଭବାନୀଙ୍କ ମନ୍ଦିରରେ ମାନସିକ କରୁଥିବା ବ୍ୟକ୍ତି ୫ ଦିନ ପୂୁର୍ବରୁ ଘର ଛାଡ଼ି ମା’ଙ୍କ ପାଖରେ ଶରଣ ପଶିଥାଏ । ୫ ଦିନର ଶ୍ରଦ୍ଧା ଭାବ ପରେ ମା ତାଙ୍କୁ ଗାଈଙ୍କ ଆଶିର୍ବାଦ ପାଇଁ ପ୍ରସ୍ତୁତ କରାନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଗାଈଙ୍କ ଗୋଡ଼ ବାଜି ମୁଣ୍ଡରେ ଆଘାତ ସୃଷ୍ଟି ନହେଉ, ସେଥିପାଇଁ ଲୋକେ ମୁଣ୍ଡରେ କମ୍ବଳ ଘୋଡ଼ି ହୋଇ ରୁହନ୍ତି । ଏବେ ଆପଣ ଚିନ୍ତା କରିପାରୁଥିବେ ଏହା ଆସ୍ଥା ନା ଅନ୍ଧବିଶ୍ୱାସ । ଗାଁ ଲୋକଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ଯୋଗୁଁ କେହି ବି ଆଘାତ ପାଇନାହାନ୍ତି । ଆଗକୁ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖାଯିବ ।

ସମ୍ବନ୍ଧିତ ଖବର