ଆତ୍ମହତ୍ୟା ଉଦ୍ୟମ କରି ଅସଫଳ ହେବା ପରେ ଯୁବତୀଙ୍କ ଚେହେରାର ଆକୃତି ଏପରି ହୋଇଗଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ଆମେରିକାର ଓହିୟୋରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ୨୧ବର୍ଷୀୟ କେଟି ଷ୍ଟବଲଫିଲ୍ଡ ନାମକ ଜଣେ ଯୁବତୀ ପାଖାପାଖି ତିନିବର୍ଷ  ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ କେଟିର ଭାଗ୍ୟ ଭଲ ଥିବା ହେତୁ ଏଥିରୁ ସେ ବର୍ତ୍ତି ଯାଇଥିଲେ ସିନା କିନ୍ତୁ ତାଙ୍କ ଚେହେରା ଆକୃତି ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିଲା। ଫଳରେ କେଟି ଏକ ଅଦ୍ଭୁତ ଜୀବ ଭଳି ଦେଖାଯାଉଥିଲେ।

ସିଏନ୍‌ଏନ୍‌ ରିପୋର୍ଟ ମୁତାବକ, ୧୮ବର୍ଷ ବୟସରେ କେଟି ନିଜକୁ ଗୁଳି ମାରି ଦେଇଥିଲେ। ଆତ୍ମହତ୍ୟାର ଏହି ଉଦ୍ୟମରେ ତାଙ୍କ ଚେହେରା, ନାକ ଓ ଆଖି ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। କେଟିଙ୍କ ଆଖି ନିଜସ୍ଥାନରୁ ହଟି ଯାଇଥିଲା, ଯେଉଁ କାରଣରୁ ତାଙ୍କ ଆଖିର ରଶ୍ମି ଉପରେ ବି ଖରାପ ପ୍ରଭାବ ପଡ଼ିଥିଲା।

ସୂଚନାଯୋଗ୍ୟ, କେଟି ଖୁବ୍‌ ଅଳ୍ପ ବୟସରୁ ଚିନ୍ତାରେ ରହିବାରେ ଲାଗିଥିଲେ। ଏଭଳି ପରିସ୍ଥିତି ଦେଇ ସେ ଆଉ ଜୀବିତ ରହି ପାରିବେ ନାହିଁ ବୋଲି ଆତ୍ମହତ୍ୟା କରିଦେବେ ବୋଲି ସ୍ଥିର କରିଥିଲେ। ଆତ୍ମହତ୍ୟାର ଏହି ପ୍ରୟାସ କେଟିଙ୍କ ଜୀବନ ତ ନେଇ ପାରିଲା ନାହିଁ ଓଲଟି ତାଙ୍କ ଅବସ୍ଥା ବହୁତ ଗୁରୁତର ପରିସ୍ଥିତିକୁ ଚାଲି ଯାଇଥିଲା। ଏହାପରେ ସେ ଡାକ୍ତରଙ୍କ ପରାମର୍ଶ ନେଇ ୧୭ଟି ସର୍ଜରି କରାଇଥିଲେ।

ଡାକ୍ତରଙ୍କ କହିବାନୁସାରେ, କେଟିଙ୍କ ଚେହେରାରେ ୩୧ ଘଣ୍ଟା କଠିନ ପରିଶ୍ରମ ପରେ ୧୭ଟି ସର୍ଜରି କରାଯାଇଛି। କେଟିଙ୍କ ଚେହେରାର ୧୦୦ପ୍ରତିଶତ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି। ତେଣୁ ଜୀବନଭର ତାଙ୍କୁ ଡାକ୍ତରିଚିକିତ୍ସା ଭିତରେ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର