ଦସ୍ତଖତରୁ ଜାଣନ୍ତୁ ଆପଣ କିପରି

ଆମ ମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କୁ ଅନେକ ସମୟରେ ଦସ୍ତଖତ କରିବାକୁ ପଡ଼ିଥାଏ। ଅନେକ ଛୋଟ ବଡ କାମ ପାଇଁ ଏପରି କରିବାକୁ ପଡ଼ିଥାଏ। ହେଲେ ଆପଣ କ’ଣ ଜାଣନ୍ତି କି ଯେଉଁମାନଙ୍କ ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ସେମାନେ ବିସ୍ମୟ ପ୍ରତିଭାଧର।
ଏବେ ଆସନ୍ତୁ ଜାଣିବା ଦସ୍ତଖତର ବିଶେଷତ୍ୱ ଓ ସେଥିରୁ କିପରି ସ୍ୱଭାବ ଜାଣି ହୁଏ।
ଯେଉଁ ଲୋକମାନେ ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ଲେଖିଥାନ୍ତି, ସେମାନେ ଭିନ୍ନ ଶୈଳୀରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିଥାନ୍ତି। ସେମାନେ କାର୍ଯ୍ୟରେ ପାରଙ୍ଗମ ହୋଇଥାନ୍ତି। ଯେଉଁ ଲୋକମାନେ ପ୍ରଥମ ଅକ୍ଷରଟି ବଡ଼ ଲେଖିବାପରେ ଅନ୍ୟ ଅକ୍ଷର ଗୁଡିକ ଛୋଟ ଛୋଟ ଓ ସୁନ୍ଦର ଭାବେ ଦସ୍ତଖତରେ ଲେଖିଥାନ୍ତି, ସେମାନେ ଜୀବନରେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି।
ଯେଉଁ ଲୋକମାନେ ଶୀଘ୍ର ଶୀଘ୍ର ଅସ୍ପଷ୍ଟ ଦସ୍ତଖତ କରିଥାନ୍ତି, ସେମାନଙ୍କୁ ଜୀବନରେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ଲୋକମାନେ ସଫଳତା ପାଇଁ ବ୍ୟାକୁଳ ଥାଆନ୍ତି ଓ ଏଥିପାଇଁ ଅଧିକ ପରିଶ୍ରମ ବି କରିଥାନ୍ତି। ଏମାନେ କାହାରିକୁ ବି ଧୋକା ଦେଇପାରନ୍ତି। ସ୍ୱଭାବତଃ ଏମାନେ ଖୁବ୍‌ ଚତୁର। ଏହି କାରଣରୁ ଏମାନଙ୍କୁ କେହି ସହଜରେ ଠକି ପାରନ୍ତି ନାହିଁ।
ଯେଉଁ ଲୋକ ଦସ୍ତଖତ ତଳେ ଦୁଇଟି ରେଖା ଟାଣି ଦିଅନ୍ତି, ସେମାନଙ୍କ ଭିତରେ ଅସୁରକ୍ଷା ଭାବନା ଅଧିକ ଥାଏ ବୋଲି କୁହାଯାଏ। କୌଣସି କାମରେ ସେ ସଫଳତା ପାଇବେ କି ନା, ସେଥି ନେଇ ସନ୍ଦେହରେ ଥାଆନ୍ତି।


ଯେଉଁ ଲୋକ ଦସ୍ତଖତରେ ମଧ୍ୟମ ଆକାରର ଅକ୍ଷର ପ୍ରୟୋଗ କରନ୍ତି, ସେମାନେ ପ୍ରତ୍ୟେକ କାମରେ ସନ୍ତୁଳନ ରକ୍ଷା କରିଥାନ୍ତି। ଏମାନେ ସ୍ୱଭାବତଃ ଆଶାବାଦୀ। ଏମାନେ ଭଗବାନଙ୍କ ଉପରେ ଆସ୍ଥା ପ୍ରକଟ କରିଥାନ୍ତି।
ଯେଉଁମାନଙ୍କର ଦସ୍ତଖତ ଉପରୁ ତଳକୁ ଯାଇଥାଏ, ସେମାନଙ୍କ ଭିତରେ ନକାରାତ୍ମକ ଭାବନା ରହିଥାଏ।

ସମ୍ବନ୍ଧିତ ଖବର