ସୋସିଆଲ ମିଡିଆରେ ପ୍ରଶଂସା: ଯୁବକଙ୍କ ଜୀବନ ବଞ୍ଚାଇବାକୁ ଏକାକୀ ଲଢ଼ିଲେ ପୁଲିସକର୍ମୀ, ଲୋକେ କହିଲେ ହିରୋ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୁବ ସବ୍‌ ଇନସପେକ୍ଟର ଗଗନଦୀପ ସିଂହଙ୍କୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ପ୍ରଶଂସା କରୁଛନ୍ତି। ଏହି ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କି ସେ ଜଣେ ଯୁବକଙ୍କ ଜୀବନକୁ ବଞ୍ଚାଉଥିବା ଦୃଶ୍ୟ ଦେଖାଯାଉଛି। ଏହି ଭିଡିଓ ମଙ୍ଗଳବାର ପ୍ରସ୍ତୁତ କରାଯାଇଛି। ସବ୍‌ ଇନସପେକ୍ଟର ଗଗନଦୀପ ସିଂହ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ଯୁବକଙ୍କୁ ବଞ୍ଚାଉଛନ୍ତି। କୁହାଯାଉଛି ଯେ, ରାମନଗର ଅନ୍ତର୍ଗତ ଜିମ କାର୍ବେଟ ନ୍ୟାସନାଲ ପାର୍କ ନିକଟରେ ଯୁବକ ଜଣକ ଅନ୍ୟ ସଂପ୍ରଦାୟର ନିଜର ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ମନ୍ଦିର ଯାଇଥିଲେ। ଏହି ସମୟରେ ଉପସ୍ଥିତ ଲୋକେ ଯୁବକ ଜଣକୁ ଘେରି ଯାଇଥିଲେ।

ଭିିଡିଓରେ ଦେଖାଯାଉଛି ଯେ, ପୁଲିସକର୍ମୀ ଯୁବକଙ୍କୁ ଭିଡ଼ ଭିତରୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଭିଡ ଭିତରୁ କିଛି ଲୋକେ ଯୁବକ ଜଣକୁ ଚାପୁଡ଼ା ମାରୁଥିଲେ। ଡ୍ୟୁଟିରେ ଥିବା ଇନସପେକ୍ଟର ଗଗନଦୀପ ପରିସ୍ଥିତିକୁ ସମ୍ମୁଖୀନ ହୋଇ ଯୁବକ ଜଣକୁ ବଞ୍ଚାଇବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ।

ଭିଡ ଭିତରେ ପୁଲିସର ଉପସ୍ଥିତି ସତ୍ତ୍ୱେ ଲୋକେ ଯୁବକ ଜଣକୁ ନିସ୍ତୁକ ପିଟୁଥିଲେ। ସେମାନେ ପୁଲିସ ବିରୋଧରେ ଶ୍ଲୋଗାନ ମଧ୍ୟ ଦେଉଥିଲେ। ଲୋକେ ପିଟୁଥିବା ବେଳେ, ବଞ୍ଚାଇବାକୁ ଉଦ୍ୟମ କରୁଥିବା ଇନସପେକ୍ଟର ଗଗନ ନିଜର ହାତକୁ ଯୁବକର ମୁଣ୍ଡ ଉପରେ ରଖିଥିଲେ। ସେ ମନେ କରୁଥିଲେ ଯେ, ଯୁବକର ମୁଣ୍ଡରେ ଆଘାତ ନଲାଗୁ। ଗଗନ ଯେକୌଣସି ପ୍ରକାରରେ ଯୁବକଙ୍କୁ ଭିଡ଼ ଭିତରୁ ବାହାର କରି ସାଥୀରେ ନେଇ ଯାଇଥିଲେ। ପରେ ଗଗନଦୀପଙ୍କ ଉଦ୍ୟମକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର