ଏଭଳି ଏକ ଗୀତ ଯାହାକୁ ଶୁଣିଲେ ଲୋକ କରୁଥିଲେ ଆତ୍ମହତ୍ୟା! ୬୩ବର୍ଷ ହେବ କରାଯାଇଛି ବ୍ୟାନ୍‌

ଏମିତି କିଛି ସଂଗୀତ ଅଛି ଯାହାକୁ ଶୁଣିବା ମାତ୍ରେ ମନରେ ଥିବା ଦୁଃଖ, ବିସାଦ ଦୂର ହୋଇଥାଏ । ଏଭଳିକି କିଛି ଗୀତ ଆପଣଙ୍କ ବହୁ ପସନ୍ଦର ହୋଇଯାଇଥାଏ। କାରଣ ସଂଗୀତ ହେଉଛି ଏକମାତ୍ର ପନ୍ଥା ଯାହାକୁ ଶୁଣିଲେ ଆପଣଙ୍କ ହୃଦୟ ଏବଂ ଶରୀରର ପରିଭାଷା ବଦଳିଯାଏ । ହେଲେ କେବେ ଶୁଣିଛନ୍ତି ସଂଗୀତ ଯେ କାହାର ଜୀବନ ନେଇଯିବ ଯାହାକି ଅସମ୍ଭବ । ଏଭଳି ଘଟଣା ଦୀର୍ଘ ୬୩ ବର୍ଷ ତଳେ ହଙ୍ଗେରୀରେ ଘଟିଥିବା ଜଣାପଡିଛି ।

ହଙ୍ଗେରୀର ସଂଗୀତକାର ରେଜସୋ ସେରେସ ୧୯୩୩ ମସିହାରେ ସ୍ୟାଡ ସଣ୍ଡେ ବା ଗୁଲମୀ ସଣ୍ଡେ ନାମକ ଏକ ଗୀତ ରଚନା କରିଥିଲେ । ଯାହାକୁ ଶୁଣିବା ମାତ୍ରେ ଅନେକ ଲୋକ ଆତ୍ମହତ୍ୟା କରିଥିବା ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ସ୍ୟାଡ ସଣ୍ଡେ ଗୀତରେ ହଙ୍ଗେରୀ ଭାଷାରେ ଲିରିକ୍ସ ଏବଂ ହୃଦୟ ବିଦାରକ ମ୍ୟୁଜିକ ଶ୍ରୋତାମାନଙ୍କ ହୃଦୟକୁ ବହୁତ କଷ୍ଟ ଅନୁଭବ କରାଇଥାଏ । ଯାହାଫଳରେ ଶ୍ରୋତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ପ୍ରଥମେ ରିଲିଜ ହେବାମାତ୍ରେ ଏହି ଗୀତ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲା କାରଣ ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଦୁଃଖଦାୟକ ଗୀତଭାବେ ପରିଚିତ ହୋଇଥିଲା ।

ଏହି ଗୀତ ଶୁଣି ଆତ୍ମହତ୍ୟା କରିଥିବା ପ୍ରଥମ ଘଟଣା । ୧୯୩୬ ମସିହାରେ ବର୍ଲିନ ସହରରେ ଘଟିଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଗୀତଶୁଣି ଯୁବକଟି ନିଜକୁ ଗୁଳିମାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ପରେ ନ୍ୟୁୟର୍କରେ ଜଣେ ବୃଦ୍ଧ ୭ତାଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବା ସହ ହଙ୍ଗେରୀରେ ମଧ୍ୟ ୧୭ ବର୍ଷ ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ୧୯୩୬ମସିହାରେ ଏହି ଗୀତକୁ ବ୍ୟାନ କରିବା ପାଇଁ ବିବିସି ତରଫରୁ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯାଇଥିଲା । ଯାହାଫଳରେ ଏହି ଗୀତକୁ ବନ୍ଦ କରାଯାଇଥିଲା। ପରେ ପରେ ଏହି ଗୀତକୁ ୭୯ଟି ଭାଷାରେ କମ୍ପୋଜ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅତ୍ମହତ୍ୟାର ଘଟଣା ସାମ୍ନାକୁ ଆସିନାହିଁ ।

ସମ୍ବନ୍ଧିତ ଖବର