ବିଶ୍ୱର ଦଶଟି ସହର ଭିତରୁ ଭାରତର ଏହି ଛଅଟି ସହରରେ ସବୁଠୁଁ ଅଧିକ ପର୍ଣ୍ଣ ଦେଖିଥାନ୍ତି ଲୋକେ!

ଭାରତରେ ୮୨୭ଟି  ପର୍ଣ୍ଣ  ସାଇଟ୍‌କୁ ନିଷିଦ୍ଧ କରାଯାଇଛି। ହେଲେ ୨୦୧୭ରୁ ପରିସଂଖ୍ୟାନରୁ ଜଣାଯାଇଛି ଯେ, ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ ଯେଉଁଠାରେ ସବୁଠାରୁ ଅଧିକ ସଂଖ୍ୟକ ଲୋକ ପର୍ଣ୍ଣ ଦେଖିଥାନ୍ତି।

ଏକ ଆକଳନ ଅନୁଯାୟୀ ଭାରତରେ ପ୍ରତିଦିନ ଯେତେ  ସଂଖ୍ୟକ କଣ୍ଟେଣ୍ଟ୍‌ ଡାଉନ୍‌ଲୋଡ୍‌ ହେଉଛି,ସେଥିମଧ୍ୟରୁ ୩୫ ରୁ ୪୦ ପ୍ରତିଶତ ହେଉଛି ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ୍‌।

ଭାରତୀୟ ବଜାରରେ ଇଣ୍ଟରନେଟ୍‌ ପ୍ୟାକ୍‌ର ମୂଲ୍ୟ ମାତ୍ରାଧିକ ହ୍ରାସ ହେବା ଫଳରେ ପ୍ରାପ୍ତ ବୟସ୍କଙ୍କ ପାଇଁ ଉର୍ଦ୍ଦିଷ୍ଟ କଣ୍ଟେଣ୍ଟ୍‌ ଦେଖୁଥିବା ଲୋକଙ୍କ ସଂଖ୍ୟାରେ ୭୫ ପ୍ରତିଶତ ବୃଦ୍ଧି ଘଟିଛି। ଭାରତର ୧୮ ରୁ ୩୪ ବର୍ଷ ବୟସ୍କ ଲୋକେ ସବୁଠାରୁ ଅଧିକ ମାତ୍ରାରେ ପର୍ଣ୍ଣ ଦେଖିଥା’ନ୍ତି।

ପୃଥିବୀର ସବୁଠାରୁ ଅଧିକ ମାତ୍ରାରେ ଯେଉଁ ସହରର ଲୋକେ ପର୍ଣ୍ଣ ଦେଖିଥାନ୍ତି,ସେଥିମଧ୍ୟରୁ ଛଅଟି ସହର ରହିଛି ଭାରତରେ।ଏହି ସହର ମଧ୍ୟରେ ଅଛି ନୂଆଦିଲ୍ଲୀ,ପୁନେ,ମୁମ୍ବାଇ,ହାଓ୍ଵଡା,ଉନ୍ନାବ ଓ ବେଙ୍ଗାଲୁରୁ।

ଆପର ଜାଣି ବିସ୍ମିତ ହେବ ଯେ ସର୍ଚ୍ଚ ଇଂଜିନ୍‌ରେ ଖୋଜା ଯାଉଥିବା ପ୍ରଶ୍ନ ମଧ୍ୟରୁ ୨୫ ପ୍ରତିଶତ ଅଂଶ ହେଉଛି ପର୍ଣ୍ଣ ସହିତ ଜଡ଼ିତ। ଗୋଟିଏ ଦିନ ଭିତରେ ସର୍ଚ୍ଚ ଇଂଜିନ୍‌ରେ ପ୍ରାୟ ୬୮ ମିଲିଅନ୍‌ ପର୍ଣ୍ଣ କ୍ୱୋରି କରାଯାଉଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର