କେବଳ ଏହି ଶ୍ଳୋକ ପ୍ରତ୍ୟହ ପାଠ କରିଲେ ଦାରିଦ୍ର୍ୟ ଦୂର ହୋଇଥାଏ

ମହାଲକ୍ଷ୍ମୀଙ୍କ ପୂଜାଲାଗି ସବୁଠାରୁ ଭଲ ଏବଂ ଜଣାଶୁଣା ମନ୍ତ୍ର ହେଲା -‘ ଓଁ ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ ’। ଏହି ମନ୍ତ୍ର ପ୍ରତ୍ୟହ ପାଠ କରିଲେ ଦାରିଦ୍ର୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏହାଛଡ଼ା ସକାଳୁ ଉଠି ସ୍ନାନ ପରେ ଧଳା ବସ୍ତ୍ର ପରିଧାନ କରି ମା ଲକ୍ଷ୍ମୀ ଙ୍କର ଫଟୋ ସମ୍ମୁଖରେ ଛିଡା ହୋଇ ଶ୍ରୀ ଶୁକ୍ତର ପାଠ କରି ସାରିବା ପରେ ପୁଷ୍ପ ଅର୍ପଣ କରନ୍ତୁ । ଯଦି କେବେ ଶୁଭ କାମ କରିବାକୁ ବାହାରକୁ ଯାଉଛନ୍ତି ତା’ହେଲେ ଦହି ଚିନି ଖାଇବାକୁ ନ ଭୁଲନ୍ତୁ । ଯଦି ଆପଣଙ୍କ କାମ ଠିକ୍‌ ଭାବରେ ନ ହେଉଛି ତା’ହେଲେ କଳା ପିମ୍ପୁଡିକୁ ଚିନି ଦିଅନ୍ତୁ । ଧନର ଅଭାବ ଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ବତାଶେ, ପଦ୍ମ, କୌଡି, ଏବଂ ଶଙ୍ଖ ରଖିବା ଦରକାର ।

ଏହା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ । ଯେଉଁ ବ୍ୟକ୍ତିଙ୍କର ସନ୍ତାନର ଅଭିଳାଷ ଅଛି, ସେମାନଙ୍କୁ ମାତା ଭଜଲକ୍ଷ୍ମୀଙ୍କର ଉପାସନା କରିବା ଦରକାର । ଏହା ଦ୍ୱାରା ସନ୍ତାନ ଓ ସଂପତ୍ତି ପ୍ରାପ୍ତି ହୋଇଥାଏ । ସୌଭାଗ୍ୟ ଓ ସ୍ୱାସ୍ଥ୍ୟ ଚାହୁଁଥିବା ବ୍ୟକ୍ତି ଲକ୍ଷ୍ମୀ ଦେବୀଙ୍କର ଉପାସନା କରିବା ଦରକାର ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର